ସେମିଳିଗୁଡାରେ ସ୍ବାସ୍ଥ୍ୟକେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ। ସେମିଳିଗୁଡା.ତାରିଖ ୨୩-୯-୨୦୨୫,ସେମିଳିଗୁଡାର ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସେବାପକ୍ଷରେ ଆରମ୍ଭ କରାଯାଇଥିବା କାର୍ଯ୍ୟକ୍ରମ ସୁସ୍ଥ ନାରୀ ସଶକ୍ତ ପରିବାର ସଫଳତାର ସହ କାର୍ଯ୍ୟକାରୀ ହୋଇଛି। ଏହି କାର୍ଯ୍ୟକ୍ରମରେ ଆଜି ନିମନ୍ତ୍ରିତ ଅତିଥି ଭାବରେ ବିଜେପି ନେତ୍ରୀ ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମର ରୂପରେଖ ଦେଖିଥିଲେ ଓ ମହିଳାମାନଙ୍କୁ ଏ ବିଷୟରେ ସଚେତନ କରାଇ ଆହୁରି ଅଧିକ ସଂଖ୍ୟାରେ ସାମିଲ ହେବାକୁ କହିଥିଲେ।ଆଜି ୧୭୦ରୁ ଉର୍ଦ୍ଧ୍ବ ମହିଳା ନାମ ପଂଜୀକରଣ କରି ଚିକିସ୍ଚାର ସୁବିଧା ନେଇ ମାଗଣା ଔଷଧ ଗ୍ରହଣ କରିଥିଲେ।କୋରାପୁଟରୁ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ସନ୍ତୋଷ କୁମାର ପଣ୍ଡା,ଦନ୍ତ ଚିକିତ୍ସିକା ଡାକ୍ତର ରଂଜିତା ନାୟକ,ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଶମ୍ଭୁ ଶଂକର ପାତ୍ର ଉପସ୍ଥିତ ରହି ରୋଗୀମାନଙ୍କୁ ପରୀକ୍ଷା କରିଥିଲେ। କାଜଲ ଗୁପ୍ତା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।ଏହି କାର୍ଯ୍ୟକ୍ରମ ପ୍ରତିମାସ ଜାରି ରହିବ।
ସେମିଳିଗୁଡାରେ ସ୍ବାସ୍ଥ୍ୟକେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ।
