ସେମିଳିଗୁଡାରେ ଗୁରୁ ପୂର୍ଣିମା।

Spread the love

ସେମିଳିଗୁଡାରେ ଗୁରୁ ପୂର୍ଣିମା।

ସେମିଳିଗୁଡା.ତାରିଖ ୧୧,୭,୨୦୨୫,ସେମିଳିଗୁଡାରେ ଗୁରୁପ୍ରିୟା ଅବସରରେ ବିଜେପି ନେତ୍ରୀ ସ୍ନିଗ୍ଧାରାଣୀ ମିଶ୍ର ପରମ୍ପରା ଓ କାର୍ଯ୍ୟକ୍ରମ ଅନୁଯାୟୀ ଗାୟତ୍ରୀ ଚେତନାର ପ୍ରଚାର ପ୍ରସାରରେ ନିଜକୁ ଉତ୍ସର୍ଗ କରିଥିବା ଗୁରୁ ଭାଇ ଶ୍ରୀ ବିଚିତ୍ରାନନ୍ଦ ଧଳ ଓ ଗୁରୁ ଭଗ୍ନୀ ଶ୍ରୀମତୀ କୁନ୍ତଳା କୁମାରୀ ଧଳଙ୍କୁ ପୁଷ୍ପ ଗୁଚ୍ଛ,ଉପଢୌକନ ଦେଇ ପ୍ରଣାମ ସହ ଆଳତୀ କରିଥିଲେ। ଧଳ ଦମ୍ପତ୍ତିଙ୍କର ଗାୟତ୍ରୀ ଚେତନା ପ୍ରଚାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।ସେହିପରି ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ଦାମନଯୋଡିର ସରସ୍ବତୀ ବିଦ୍ୟାମନ୍ଦିରର ସଂପାଦକ ଡକ୍ଟର ଚିତ୍ତରଞ୍ଜନ ମିଶ୍ରଙ୍କୁ ମଧ୍ଯ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ପ୍ରଣାମ କରାଯାଇ ଥିଲା। କୋରାପୁଟର ଆଦିବାସୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ଡକ୍ଟର ମିଶ୍ରଙ୍କର ଭୂମିକା ମହନୀୟ ଅଟେ।ଏହାସହ ସେମିଳିଗୁଡା ମହାବିଦ୍ୟାଳୟର ବିକାଶ ଯାତ୍ରାରେ ତାଙ୍କର ଅତୁଳନୀୟ ଅବଦାନ ରହିଛି।