ସୁନାବେଡ଼ାରେ ଭୟାବହ ସଡ଼କ ଦୁର୍ଘଟଣା: ଟ୍ରକ୍ ବ୍ରେକ୍ ଫେଲ୍, ୨ଟି ପିକଅପ୍ ଓ ୮ଟି ବାଇକ୍ ଚୁରମାର

ସୁନାବେଡ଼ାରେ ଭୟାବହ ସଡ଼କ ଦୁର୍ଘଟଣା: ଟ୍ରକ୍ ବ୍ରେକ୍ ଫେଲ୍, ୨ଟି ପିକଅପ୍ ଓ ୮ଟି ବାଇକ୍ ଚୁରମାର
Spread the love

ସୁନାବେଡ଼ାରେ ଭୟାବହ ସଡ଼କ ଦୁର୍ଘଟଣା: ଟ୍ରକ୍ ବ୍ରେକ୍ ଫେଲ୍, ୨ଟି ପିକଅପ୍ ଓ ୮ଟି ବାଇକ୍ ଚୁରମାର

ର୍କୋରାପୁଟ ଜିଲ୍ଲା ସୁନାବେଡ଼ା ୨୬ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି। ସୁନାବେଡ଼ା ଆଂଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ, ଆଲିସନ ହୋଟେଲ ଡାଉନ ପାଖରେ ଏକ ଟ୍ରକର ବ୍ରେକ୍ ଫେଲ୍ ହେବାରୁ ଏହି ଭୟାବହ ଦୁର୍ଘଟଣା ସୃଷ୍ଟି ହୋଇଛି।ନିୟନ୍ତ୍ରଣ ହରାଇଥିବା ଟ୍ରକ୍ଟି ଆଗରେ ଯାଉଥିବା ଦୁଇଟି ଚାରିଚକିଆ ପିକଅପ୍ ଗାଡ଼ିକୁ ଧକ୍କା ଦେବା ସହିତ ରାସ୍ତାରେ ଥିବା ଆଠଟି ବାଇକକୁ ମଧ୍ୟ ଧକ୍କା ଦେଇଥିଲା। ଦୁର୍ଘଟଣାର ତୀବ୍ରତା ଏତେ ଅଧିକ ଥିଲା ଯେ ଗୋଟିଏ ବିଦ୍ୟୁତ୍ ପୋଲ ଛିଣ୍ଡି ପଡ଼ିବା ସହ ଏକ ଏଟିଏମ୍ ଭ୍ୟାନ ଓଲଟି ପଡ଼ିଥିଲା।ଏହି ଦୁର୍ଘଟଣାରେ ଚାରିଚକିଆ ଗାଡ଼ିର ଡ୍ରାଇଭର ଗୁରୁତର ଆହତ ହୋଇଥିବାରୁ ତାଙ୍କୁ କୋରାପୁଟ ବଡ଼ ମେଡ଼ିକାଲରେ ଭର୍ତି କରାଯାଇଛି। ଆଠଟି ଯାକ ବାଇକ୍ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର୍ ହୋଇଯାଇଛି।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କିଛି ସମୟ ପର୍ଯ୍ୟନ୍ତ ଯାତାୟାତ ବ୍ୟାହତ ହୋଇଥିଲା।