ସୁଦୂର ବିହାରର ଜଣେ ଯୁବକଙ୍କ “ନିଷ୍ଠା ପରିବାର “ଶବ ସତ୍କାର କଲା।

ସୁଦୂର ବିହାରର ଜଣେ ଯୁବକଙ୍କ "ନିଷ୍ଠା ପରିବାର "ଶବ ସତ୍କାର କଲା।
Spread the love

ସୁଦୂର ବିହାରର ଜଣେ ଯୁବକଙ୍କ “ନିଷ୍ଠା ପରିବାର “ଶବ ସତ୍କାର କଲା।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୧୯-୧୧-୨୦୨୫ରିଖ (ବୁଧ ବାର)ଗତ ତା-୧୪-୧୧-୨୫ରିଖ ଶୁକ୍ରବାର ଦିନ ରାତି ପାଖାପାଖି ୧୦ଟା ସମୟ ରେ ବରଗଡ଼ ସ୍ଥିତ ନାଗେନ ପାଲି ଛକ ନିକଟରେ ଜଣେ ଯୁବକ ବୟସ ୨୫ବର୍ଷ ହେବ ଦୁର୍ଘଟଣା ଗ୍ରସ୍ତ ହୋଇ ପଡ଼ିଥିବା ଅବସ୍ଥାରେ ଗ୍ରାମାଞ୍ଚଳ ଥାନା କର୍ମଚାରୀ ତାଙ୍କୁ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠେଇ ଥିଲେ।କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ନିଷ୍ଠା ପରିବାର ତରଫରୁ ପୋଲିସ ଉପସ୍ଥିତି ରେ ତାଙ୍କ ମର ଶରୀର କୁ ଶବ ସଂରକ୍ଷଣ କକ୍ଷରେ ରଖାଯାଇଥିଲା ଓ ତାଙ୍କ ପରିଚୟ ଜାଣିବା ପାଇଁ ସୋସିଆଲ ମିଡ଼ିଆ ର ସହଯୋଗ ନିଆଯାଇଥିଲା।ଯୁବକ ଜଣକ ହେଉଛନ୍ତି ଜୀତେନ୍ଦ୍ର ସଦା (୨୫ବର୍ଷ)ଘର , ବଳଭଦ୍ର ପୁର, ସୂପୋଲ, ବିହାର। ସେ ବରଗଡ଼ ରେ ରହି କାମ କରୁଥିଲେ।ନିଷ୍ଠା ପରିବାର ର ସଭାପତି ଶ୍ରୀଯୁକ୍ତ ଅଶ୍ୱିନୀ ତ୍ରିପାଠୀ ତାଙ୍କ ସ୍ତ୍ରୀ ରମ୍ଭା ଦେବୀ ଙ୍କ ସହ କଥା ବାର୍ତ୍ତା ହୋଇଥିଲେ। ତାଙ୍କ ର ଆର୍ଥିକ ସ୍ଥିତି ସମ୍ପୂର୍ଣ ଦୁର୍ବଳ ତାଙ୍କ ଶଶୁର ହସ୍ପିଟାଲ ରେ ଥିବା ବେଳେ ଶାଶୁ ମାଁ ମଧ୍ୟ ଅସୁସ୍ଥ ଓ ମାତ୍ର ଦୁଇ ବର୍ଷ ର ଗୋଟିଏ ଝିଅ ଅଛି। ପୁଅ ର ମୃତ୍ୟୁ ଖବର ପରିବାର କୁ ଦୋହଲାଇ ଦେଇ ଥିଲା।ଯିବା ଆସିବା ଖର୍ଚ୍ଚ ନିଷ୍ଠା ପରିବାର ବହନ କଲେ ମଧ୍ୟ ସେମାନେ ବରଗଡ଼ ଆସିବାକୁ ଅସମର୍ଥ ପ୍ରକାଶ କଲେ।ଏ ନେଇ ବରଗଡ଼ ବିହାରୀ ସମାଜ ର ସଭାପତି ବିଜୟ ସାହା ମଧ୍ୟ ତାଙ୍କ ସହ କଥାବାର୍ତ୍ତା ହେଲେ ତଥାପି ସେମାନେ ଆସିବାକୁ ରାଜି ହେଲେ ନାହିଁ ଓ ନିଷ୍ଠା ପରିବାର କୁ ଶବ ସତ୍କାର ପାଇଁ ଅନୁରୋଧ କରିଥିଲେ ପରିବାରବର୍ଗ।ଏ ନେଇ ସମସ୍ତ ବିଷୟ ଗ୍ରାମାଞ୍ଚଳ ଥାନା ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ଦାସ ଙ୍କ ସହ ଆଲୋଚନା କଲା ପରେ ଶବ ସତ୍କାର ପାଇଁ ଏକ ଅନୁମତି ଶବ ବ୍ୟବଚ୍ଛେଦ ସରିବା ପରେ ଏକ ଅନୁମତି ପତ୍ର ନିଷ୍ଠା ପରିବାର କୁ ଦେବା ପରେ ନିଷ୍ଠା ପରିବାର ତରଫ ରୁ ସସମ୍ମାନେ ତାଙ୍କ ର ଶବ ସତ୍କାର କରାଯାଇଥିଲା।ପେଟ ପାଟଣା ପାଇଁ ସୁଦୂର ବିହାର ରୁ ଆସିଥିବା ପୁଅ ର ମଲା ମୁଁହ ବି ଦେଖି ପାରି ଲେନି ପରିବାର ଲୋକ।ଏହି ମହତ କାମ ରେ ମାଜିଷ୍ଟ୍ରେଟ ଭାବରେ ବରଗଡ଼ ତହସିଲଦାର ଶ୍ରୀମତୀ ସୋନାଲି ପଟ୍ଟନାୟକ, ଗ୍ରାମାଞ୍ଚଳ ଥାନା ଏ.ଏସ.ଆଇ ରେଣୁକା ଏକ୍କା ନିଷ୍ଠା ପରିବାରର ସଂଯୋଜକ ମାନସ ମେହେର,ଅମିତ ଭୋଇ ଓ ଶୁଭ୍ରାଂଶୁ ସରାଫ ଉପସ୍ଥିତ ଥିଲେ।