ସିୟୁଟିଏମ: ର ଏଏସଏସ: ୟୁନିଟ ପକ୍ଷରୁ ଉଚ୍ଚ ବିଦ୍ୟାଳୟରେ “ନିଶା-ମୁକ୍ତ ଭାରତ ଅଭିଯାନ” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ । ଗଜପତି/ମନୋଜ ପାଢ଼ୀ– ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ରାଜ ସିତାପୁର’ର ଆଲୁରୀ ନଗର ଠାରେ ଥିବା ସେଞ୍ଚୁରିଅନ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (ସିୟୁଟିଏମ:) ର ସ୍କୁଲ ଅଫ୍ ନର୍ସିଙ୍ଗ ଅନ୍ତର୍ଗତ ଜାତୀୟ ସେବା ଯୋଜନା (ଏନଏସଏସ:) ୟୁନିଟ ପକ୍ଷରୁ ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ମଧୁସୂଦନ ପୁର ହାଇସ୍କୁଲରେ “ନିଶା ମୁକ୍ତ ଭାରତ ଅଭିଯାନ” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ମାଦକ ଦ୍ରବ୍ୟ , ତମାଖୁ ଓ ମଦପାନ ଇତ୍ୟାଦି କୁଅଭ୍ୟାସ’ର କୁପ୍ରଭାବ ସମ୍ପର୍କରେ ଜଣାଇବା ସହ ଏକ ସ୍ୱସ୍ଥ ଓ ନିଶା-ମୁକ୍ତ ଜୀବନଶୈଳୀ ବିତାଇବା ଏବଂ ସମାଜ’ର ମୁଖ୍ୟ ସ୍ରୋତରେ ସାମିଲ ହେବା ଦିଗରେ ସେମାନଙ୍କୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମ’ର ମୁଖ୍ୟ ଉଦ୍ଦେଶ୍ୟ ।କାର୍ଯ୍ୟକ୍ରମରେ ହେଲଥ ଏଜୁକେସନ୍ ସେସନ୍ , ନାଟକ ପ୍ରଦର୍ଶନ , ପୋଷ୍ଟର ପ୍ରଦର୍ଶନୀ , ସଚେତନତା ରାଲି ଓ ମିସ୍ ଟି: ସୁନିତା’ଙ୍କ ନେତୃତ୍ୱରେ ସାମୂହିକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ତୃତୀୟ ସେମିଷ୍ଟାର ନର୍ସିଙ୍ଗ ଛାତ୍ରଛାତ୍ରୀ’ଙ୍କ ଦ୍ୱାରା ପ୍ରସ୍ତୁତ ବ୍ୟାଞ୍ଚ ନାଟକ’ଟି ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଦେଇଥିଲା ଯେ , ନିଶାର ବିନାଶକାରୀ ପରିଣାମ , ଏ ଦିଗରେ ସଚେତନତା ଓ ସମର୍ଥନ’ର ଆବଶ୍ୟକତା ଉପରେ ।ସ୍କୁଲ ଅଫ୍ ନର୍ସିଙ୍ଗ ପ୍ରିନ୍ସିପାଲ ମ୍ୟାଡାମ ଛାତ୍ରଛାତ୍ରୀ’ଙ୍କ ଉତ୍ସାହ-ଭରା ଅଂଶଗ୍ରହଣକୁ ସ୍ୱାଗତ କରିବା ସହ ଏକ ନିଶା-ମୁକ୍ତ ସୁସ୍ଥ ସମାଜ ଗଠନ ପାଇଁ ଏଭଳି କାର୍ଯ୍ୟକ୍ରମକୁ ଜାରି ରଖିବା ପାଇଁ ପ୍ରେରଣା ଦେଇଥିଲେ।ଛାତ୍ର ସମନ୍ୱୟ-କାରୀ ଏ: ତନୁଜା ଏବଂ ସୁଭଙ୍କର ମିସ୍ତ୍ରୀ କାର୍ଯ୍ୟକ୍ରମ ସମନ୍ୱୟ’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ , ଯେଉଁଠି ଜାତୀୟ ସେବା ଯୋଜନା (ଏନଏସଏସ:) ସ୍ୱୟଂସେବକ ମାନେ ସକ୍ରିୟଭାବେ ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମର ପ୍ରମୁଖ ସନ୍ଦେଶ ସଫଳତାର ସହ ସମାଜକୁ ପହଞ୍ଚିଥିଲା: ଯାହାକି:- “ନିଶାକୁ ନା କହନ୍ତୁ- ସ୍ୱସ୍ଥ ଯୁବ , ସ୍ୱସ୍ଥ ଜାତି।”

