ସମ୍ବଲପୁରୀ ଭାଷା ମାଧୁର୍ଯ୍ୟପୂର୍ଣ ଓ ସ୍ୱତନ୍ତ୍ର ଅଟେ, ସହଁରାଟିକରା ସରଗତରା କଳାପଟା ସାହିତ୍ୟର ୨୦୨୫/୨୬ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି ।

ସମ୍ବଲପୁରୀ ଭାଷା ମାଧୁର୍ଯ୍ୟପୂର୍ଣ ଓ ସ୍ୱତନ୍ତ୍ର ଅଟେ, ସହଁରାଟିକରା ସରଗତରା କଳାପଟା ସାହିତ୍ୟର ୨୦୨୫/୨୬ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି ।
Spread the love

ସମ୍ବଲପୁରୀ ଭାଷା ମାଧୁର୍ଯ୍ୟପୂର୍ଣ ଓ ସ୍ୱତନ୍ତ୍ର ଅଟେ, ସହଁରାଟିକରା ସରଗତରା କଳାପଟା ସାହିତ୍ୟର ୨୦୨୫/୨୬ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି ।

ବରଗଡ଼ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ସହଁରାଟିକରା ଠାରେ ସରଗତରା କଳାପଟା ର ୨୦୨୫/୨୬ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ସମ୍ବଲପୁରୀ ଭାଷା ଆନ୍ଦୋଳନର ଆଦି ପର୍ଯ୍ୟାୟରୁ ଜଡ଼ିତ ରହି ଉଚ୍ଚାଙ୍ଗ ସାହିତ୍ୟ ସର୍ଜନା କ୍ଷେତ୍ରରେ ଭେଡେନ ମାଟି ସମଗ୍ର ପଶ୍ଚିମ ଓଡ଼ିଶାରେ ସୁବିଦିତ ଅଟେ l ଭାଷାର ସ୍ୱାତନ୍ତ୍ର୍ୟ ବଜାୟ ରଖି, ସାମ୍ବିଧାନିକ ସ୍ୱୀକୃତି ପାଇଁ ଏ ଅଞ୍ଚଳର ସ୍ରଷ୍ଟାଗଣ ଓ ଅନୁରାଗୀ ଅନୁଷ୍ଠାନଗୁଡ଼ିକ ଅହରହ ଉଦ୍ୟମ କରି ଆସିଛନ୍ତି l ସେହି ଦୃଷ୍ଟିରୁ ସହରାଟିକ୍ରା ଠାରେ ସ୍ଥାପିତ ‘ ବାଟ ତରାର ଜଳାପଟା ସରଗତରା “, ସମ୍ବଲପୁରୀ ଭାଷା ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ବ୍ୟାପକ ଭୂମିକା ନିର୍ବାହ କରି ଆସୁଛି ବୋଲି, ଅନୁଷ୍ଠାନର ବାର୍ଷିକୋତ୍ସବରେ ମତ ପ୍ରକାଶ ପାଇଛି lଗବେଷକ ଉତ୍ପନ୍ନ କୁମାର ଭୋଇ ତଥା ସଂଗଠକ ଲକ୍ଷ୍ମଣ ମଲ୍ଲିକ ଓ କବି ଗୁଣନିଧି ଭୋଇଙ୍କ ତତ୍ତ୍ଵlବଧାନରେ ତାଲପାଲିଠାରେ ଅନୁଷ୍ଠିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ସାଧୁ ଚରଣ ନେପାକ, ସମ୍ମାନିତ ଅତିଥି ଭାବେ ମlନଭଞ୍ଜନ ପଧାନ, ରାଜୀବ ସାହୁ, କଳାନିଧି ତ୍ରିପାଠୀ, ନରେନ୍ଦ୍ର ମହାନ୍ତି, ଦିଲ୍ଲୀପ କୁମାର ଦେବତା ଓ ଭୋଳାନାଥ ସାହୁ ଯୋଗ ଦେଇ ସମ୍ବଲପୁରୀ ଭାଷା ସାହିତ୍ୟର ଅଗ୍ରଗତି ଦିଗରେ କଳାପଟା ସାହିତ୍ୟର ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହ ଅନୁଷ୍ଠାନର ଉଦ୍ୟମକୁ ପ୍ରଶଂସା କରିଥିଲେ l ସଭା ପ୍ରାରମ୍ଭରୁ ସଙ୍ଗୀତଜ୍ଞ ଗୁରୁଦେବ ତ୍ରିପାଠୀ, କଣ୍ଠଶିଳ୍ପୀ ତନବି ଦାଶ, ଦେବରାଜ ସେଠ ଓ ନିରଞ୍ଜନ ପଧାନ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ l

କଥାକାର ତେଜରୁ ବାରିକ ଅତିଥି ପରିଚୟ, ସଂଗଠକ ଲଳିତ ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଅଧ୍ୟାପକ ଧ୍ରୁବଚରଣ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ କବି ଯୁବରାଜ କୁଦେଇ, ପରମେଶ ବିଶି ଓ ସୁବାସ ଭୁଏଙ୍କୁ ସରଗତରା ସମ୍ମାନରେ ସମ୍ମାନିତ କରାଯାଇଥିଲା lଡ ନାରାୟଣ ଭୋଇଙ୍କ ସଂଯୋଜନାରେ ଅନୁଷ୍ଠିତ ଦ୍ଵିତୀୟ ପର୍ଯ୍ୟାୟ କବି ସମ୍ମିଳନୀରେ କବି ଭାଗବତ ସାହୁ, ମହେନ୍ଦ୍ର ସେଠ, ଦୁର୍ବାଦଳ ମେହେର, ଭରତ ନାଏକ, ମକରଧ୍ୱଜ ସାହୁ,ଉମେଶ ପ୍ରଧାନ,ଅହଲ୍ୟା ପ୍ରଧାନ,ଗୋପାଳ ଭେସ୍ରା,ଜଟାଧାରୀ ପଧାନ,ଯୋଗେଶ୍ୱର ତାଣ୍ଡି,ମୋହନ ମହାନନ୍ଦ, ସୁଶାନ୍ତ ଭୁସାଗର, ରୁକ୍ମଣ ମାଝୀ,ତରଣୀସେନ ପଧାନ, ସୁଦାମ ଲୁହା, ତୀର୍ଥ ପୋଢ଼, ଟୁପେଶ ତ୍ରିପାଠୀ, ଉପେନ୍ଦ୍ର ଘିବେଲା ପ୍ରମୁଖ ସ୍ୱରଚିତ କବିତା ଆବୃତ୍ତି କରି ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ l