ସମସ୍ୟା ଘେରରେ ଦୁର୍ଗମ ଗାଁ ବନ୍ଦ୍ରିଗାଁ,ମୌଳିକ ସୁବିଧା ରୁ ବଞ୍ଚିତ ୧୦୦ ରୁ ଉର୍ଦ୍ଧ ପରିବାର।
ଗଜପତି :୧୪/୦୯/୨୫(ସମର୍ଥ ସମାଚାର )ସରକାର ଦୁର୍ଗମ ଅଞ୍ଚଳ ର ବିକାଶ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଆଜି ମଧ୍ୟ ଏମିତି ଗାଁ ରହିଛି ପାନୀୟ ଜଳ ଠୁ ଆରମ୍ଭ କରି ଶିକ୍ଷା ର ବ୍ୟବସ୍ଥା ସମ୍ପୂର୍ଣ ଭୁଷୁଡ଼ି ଯାଇଛି। ଯାହା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଦୁର୍ଗମ ଖାରୀଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବନ୍ଦ୍ରିଗାଁ ର ଦୃଶ୍ୟ। ବନ୍ଦ୍ରିଗାଁ ର ବିକାଶ କହିଲେ ଚୁଆଁ ପାଣି ଏକ ମାତ୍ର ସାହା ଭରଷା।ଗାଁ ରେ ତିନଟି ନଳକୂପ ଥିବା ବେଳେ ସେହି ନଳକୂପ ରୁ ଲୌହ ଜନିତ ରଙ୍ଗ ପାଣି ବାହାରୁଥିବା ରୁ ସେହି ପାଣି ବ୍ୟବହାର କରି ରୋଗ ରେ ଆକ୍ରାନ୍ତ ହେଲେ ଗାଁ ର ଅଧିକାଂଶ ଲୋକେ। ଯାହା ଫଳରେ ବାଧ୍ୟ ହୋଇ ଗାଁ ଠାରୁ ଏକ କିଲୋମିଟର ଦୂର ରେ ଥିବା ଏକ ଚୁଆଁ ରୁ ପାଣି ଆଣି ଦୈନନ୍ଦିନ ବ୍ୟବହାର କରୁଛନ୍ତି ଗ୍ରାମବାସୀ। ଏମିତି କି ଛାତ୍ର ଛାତ୍ରୀ ଙ୍କ ପାଇଁ ଗାଁ ରେ ଅଙ୍ଗନୱାଡି ଗୃହ ମଧ୍ୟ ନିର୍ମାଣ ପାଇଁ ଟଙ୍କା ମଞ୍ଜୁରୀ ହୋଇଥିଲେ ମଧ୍ୟ ଦୀର୍ଘ ବର୍ଷ ହେବ ଅଧାପନ୍ତରିଆ ରେ ପଡ଼ି ରହିଛି। ଅନ୍ୟପଟେ ଗାଁ ରେ ଏକ ମାତ୍ର ପ୍ରାଥମିକ ବିଦ୍ୟାଳୟ ଅଛି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ପାଠ ପଢିବା ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ଗୋଟିଏ ଶ୍ରେଣୀ ଗୃହ ରେ ସମସ୍ତ ଶ୍ରେଣୀ ର ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି।ଯାହା ଫଳରେ ପାଠ ପଢିବା ପାଇଁ ନାନାଦି ପ୍ରକାର ସମସ୍ୟା ଛାତ୍ର ଛତ୍ରୀ ଙ୍କୁ ଲାଗି ରହିଛି। ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ବର୍ଷ ବର୍ଷ ଧରି ଗୃହ ନିର୍ମାଣ ହୋଇ ପାରୁନାହିଁ। ବିଦ୍ୟାଳୟ ର ରୋଷେଇ ଘର ସହ ପାଚେରୀ ମଧ୍ୟ ନିର୍ମାଣ ହୋଇ ପାରିନାହିଁ l
ଏମିତି କି ବିଦ୍ୟାଳୟରେ ସ୍ୱଛ ପାନୀୟ ଜଳ ହେଉ ଵା ବିଦ୍ୟୁତ ଆଲୋକର ବ୍ୟବସ୍ଥା ବି ନାହିଁ। ଏହି ସମସ୍ତ ସମସ୍ୟା କୁ ନେଇ ଗ୍ରାମବାସୀ ବ୍ଲକ ପ୍ରଶାସନ ଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସମସ୍ୟା ର ସମାଧନ ହୋଇ ପାରୁନାହିଁ। ଆମେ ଏ ନେଇ ମୋହନା ବିଡ଼ିଓ ରାଜୀବ ଦାସ ଙ୍କୁ ଗାଁ ର ସମସ୍ୟା ଉପରେ ପଚାରିବାରୁ ତଦନ୍ତ କରି ତୁରନ୍ତ ସମସ୍ୟା ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ହେଲେ ଦେଖା ଯାଉ କେତେଶୀଘ୍ର ଗାଁ ରେ ପ୍ରଶାସନ ର ପାଦ ପଡୁଛି ଓ ସମସ୍ୟା ଦୂର ହେଉଛି ତାହା ଉପରେ ଗ୍ରାମବାସୀ ଙ୍କ ଅପେକ୍ଷା।
