ସଫଳ ଚାଷୀ ରଞ୍ଜନ, କଡ଼କନାଥ କୁକୁଡ଼ା ଚାଷ କରି ଆତ୍ମନିର୍ଭରପାରମ୍ପରିକ ଚାଷ ଛାଡ଼ି କରୁଛନ୍ତି କଡ଼କନାଥ କୁକୁଡ଼ା ଓ ସ୍ମାର୍ଟ ନାପିୟର ଘାସଚାଷ

ସଫଳ ଚାଷୀ ରଞ୍ଜନ, କଡ଼କନାଥ କୁକୁଡ଼ା ଚାଷ କରି ଆତ୍ମନିର୍ଭରପାରମ୍ପରିକ ଚାଷ ଛାଡ଼ି କରୁଛନ୍ତି କଡ଼କନାଥ କୁକୁଡ଼ା ଓ ସ୍ମାର୍ଟ ନାପିୟର ଘାସଚାଷ
Spread the love

ସଫଳ ଚାଷୀ ରଞ୍ଜନ, କଡ଼କନାଥ କୁକୁଡ଼ା ଚାଷ କରି ଆତ୍ମନିର୍ଭରପାରମ୍ପରିକ ଚାଷ ଛାଡ଼ି କରୁଛନ୍ତି କଡ଼କନାଥ କୁକୁଡ଼ା ଓ ସ୍ମାର୍ଟ ନାପିୟର ଘାସଚାଷ

ଗଜପତି -11/12/ମନୋଜ ପାଢ଼ୀ/ ପାରମ୍ପରିକ ଚାଷ ଛାଡ଼ି ଉନ୍ନତ ପ୍ରଣାଳୀରେ ଚାଷ କରିଛନ୍ତି ଗଜପତି ଜିଲ୍ଲା ମୋହନା ଅଞ୍ଚଳର ଚାଷୀ ରଞ୍ଜନ କୁମାର ନାୟକ । ଏଥିପାଇଁ ରଞ୍ଜନ ରାଜସ୍ଥାନର ଉଦୟପୁର ଯାଇ ତାଲିମ ନେଇଥିଲେ । ଏହା ପରେ ନିଜସ୍ବ ଉଦ୍ୟମରେ ୧୦ ଏକର ଜମିରେ ବିଭିନ୍ନ ପ୍ରକାର ଚାଷ କରିଛନ୍ତି । ପ୍ରାଣୀ ସମ୍ପଦ ବିଭାଗରୁ ୧ ଲକ୍ଷ ୮୦ ହଜାର ଟଙ୍କା ଋଣ ନେଇ ୫୦୦ କୁକୁଡ଼ା ଚିଆଁ ଆଣି ଫାର୍ମ କରିଛନ୍ତି ।

ରଞ୍ଜନଙ୍କ ଫାର୍ମରୁ କଡ଼କନାଥ କୁକୁଡ଼ା କଟକ ଓ ଭୁବନେଶ୍ବରକୁ ରପ୍ତାନୀ ହେଉଛନ୍ତି । ଏହି ଚାଷରୁ ସେ ନିଜେ ରୋଜଗାର କରିବା ସହ ୪ଟି ପରିବାରକୁ ରୋଜଗାର ଦେଇଛନ୍ତି । କେବଳ କୁକୁଡ଼ା ପାଳନ ନୁହେଁ, ସ୍ମାର୍ଟ ନାପିୟର, ତାଇୱାନ ଜଏଣ୍ଟ କିଙ୍ଗ୍, ଆମେରିକାନ୍‌ ଫାଇଭ-ଜି, ସୁପର ନାପିୟର ଭଳି ଘାସଚାଷ କରୁଛନ୍ତି । ଏହି ଘାସ ସବୁ ପ୍ରକାର ଗୃହପାଳିତ ପଶୁ, କୁକୁଡ଼ା ଓ ମାଛ ଖାଦ୍ୟ ଭାବେ ବ୍ୟବହାର ହୋଇଥାଏ । ତେଣୁ ଅନ୍ୟ ଚାଷୀମାନେ ତାଙ୍କ ଠାରୁ ଘାସ କିଣିନେଉଛନ୍ତି । ଜିଲ୍ଲା ତଥା ଜିଲ୍ଲା ବାହାରେ ମଧ୍ୟ ଏହି ଘାସ ବିକ୍ରି କରୁଛନ୍ତି ରଞ୍ଜନ ।

ଘାସ, କୁକୁଡ଼ା ସହ ଛେଳି ପାଳନ କରୁଛନ୍ତି ରଞ୍ଜନ । ଏହା ସହ ତାଙ୍କ ଜମିରେ ସେ ୨୦୦ଟି ସଜନା ଗଛ, ୧୮୦ଟି ଆମ୍ବ ଗଛ, ୨୦୦ଟି ଅମୃତଭଣ୍ଡା ଗଛ ଲଗାଇଛନ୍ତି । ବାଇଗଣ, ଅଦା, ଧନିଆ ଓ ଲଙ୍କା ଭଳି ଚାଷ କରି ଲାଭବାନ ହେଉଛନ୍ତି । ଏଭଳି ମିଶ୍ରିତ ଚାଷ କରି ରଞ୍ଜନ ଅନ୍ୟଚାଷୀଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା । ଜଣେ ସଫଳ ଚାଷୀ ଭାବେ ଅନେକ ଥର ପୁରସ୍କୃତ ହୋଇଛନ୍ତି ରଞ୍ଜନ ।