ସପ୍ତମ ଜିଲ୍ଲା ପରିଷଦ ବୈଠକ; ଜଳସେଚନ, ଶିକ୍ଷା,ପଞ୍ଚାୟତିରାଜ ବିଭାଗ ଉପରେ ଆଲୋଚନା

Spread the love

*ସପ୍ତମ ଜିଲ୍ଲା ପରିଷଦ ବୈଠକ; ଜଳସେଚନ, ଶିକ୍ଷା,ପଞ୍ଚାୟତିରାଜ ବିଭାଗ ଉପରେ ଆଲୋଚନା*

ଗଞ୍ଜାମ ଜିଲ୍ଲା ପରିଷଦର ସପ୍ତମ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲା ପରିଷଦ ଅଧକ୍ଷା ଅଞ୍ଜଳି ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପାଧ୍ୟକ୍ଷା ରାଜେଶ୍ୱରୀ ଦୋରା, ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ ପାଣିଗ୍ରାହୀ, ଆସିକା ସାଂସଦ ଅନିତା ଶୁଭଦର୍ଶନୀ ପଟ୍ଟନାୟକ,ଖଲିକୋଟ ବିଧାୟକ ପୁର୍ଣ୍ଣଚନ୍ଦ୍ର ସେଠୀ,ଆସିକା ବିଧାୟକ ସରୋଜ କୁମାର ପାଢ଼ୀ,ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏବଂ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା ମଞ୍ଚାସିନ ଥିଲେ।ଦଳମତ ନିର୍ବିଶେଷରେ ସମସ୍ତଙ୍କର ସହଯୋଗରେ ଜିଲ୍ଲାର ବିକାଶ ଆଗକୁ ବଢିବ ବୋଲି ଜନ ପ୍ରତିନିଧିମାନେ ମତ ପୋଷଣ କରିଛନ୍ତି। ସେହିପରି ଜଳସେଚନସୁବିଧା ପାଇଁ ଆଲୋଚନା ସହ ଅନ୍ୟପଟେ ବ୍ଲକ ଗ୍ରାଣ୍ଟ ସ୍କୁଲରେ ଶିକ୍ଷକ ନଥିବାରୁ ସ୍କୁଲ ବନ୍ଦ ରହିଛି। ଯାହା ଫଳରେ ୧ କିଲୋମିଟର ଦୂର ଚାଲି ଚାଲି ସ୍କୁଲ ଯାଉଛନ୍ତି ବୋଲି ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ଅଭିଯୋଗ କରିଛନ୍ତି। ଏଥିସହ ଶିକ୍ଷା,ଜଳସେଚନ,କୃଷି,ପଞ୍ଚାୟତିରାଜ ବିଭାଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା।