ସଂକୁଳ ସ୍ତରୀୟ ବାର୍ଷିକ କ୍ରୀଡ଼ା ସମାରୋହ ଉଦଯାପିତ
ବରଗଡ – (ଅଦ୍ୟ ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା.୧୪-୧୨-୨୦୨୫ ରିଖ ରବିବାର ଦିନ ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଭେଡେନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ଭେଡେନ ରଞିତା ଖେଳ ପଡ଼ିଆରେ ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ୧୨ଶ ସଂକୁଳ କ୍ରୀଡା ସମାରୋହ ଅନୁଷ୍ଠିତ ହୋଇଯାଇଛି।
ଏ ଅବସରରେ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମାନନୀୟ ଶ୍ରୀଯୁକ୍ତ ନରେଶ ଶତପଥୀ (ରେଶମ ମହାବିଦ୍ୟାଳୟ ଅଧ୍ୟକ୍ଷ) ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କ ଶୁଭକାମନା କରି ଧ୍ବଜା ଆରୋହଣ କରି ବାର୍ଷିକ କ୍ରୀଡ଼ାକୁ ଉଦଘାଟନ କରିଥିଲେ।ସଂକୁଳ ସଂଯୋଜକ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ବାରିକ ସ୍ବାଗତ ଭାଷଣ ତଥା ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ।କାଳିଚରଣ ହୋତା ସମେତ ଶିଶୁ ମାନେ ହନୁମାନ ମନ୍ଦିରରୁ ମଶାଲ ଆଣି ଗ୍ରାମ ପରିକ୍ରମା କରି ମୁଖ୍ୟ ଅତିଥିଙ୍କର କର କମଳରେ ମଶାଲ ସ୍ଥାପନ କରାଇଥିଲେ।
ଶିଶୁ ଭାଇ ଭଉଣୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ ।କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ମହେନ୍ଦ୍ର ରାଏ ପରିଚାଳନା କରିଥିଲେ।
ପରିଶେଷରେ ଶ୍ରୀଯୁକ୍ତ ଭୋଜରାଜ ଦୁଆନ ଧନ୍ୟବାଦ ଅର୍ପଣ କରିଥିଲେ।ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ପଙ୍କଜିନୀ ପଶାୟତ (ଲୁହାଖଣ୍ଡି ପଞ୍ଚାୟତ ସମିତି ସଭ୍ୟା)ଓ ଶ୍ରୀମତୀ ରଶ୍ମିତା ପାଣ୍ଡେ (ଭେଡେନ ସମିତି ସଭ୍ୟା)ଯୋଗ ଦେଇ ଧ୍ବଜା ଅବତରଣ ଓ ଅଗ୍ନି ନିର୍ବାପଣ କରିଥିଲେ।୯ଟି ବିଦ୍ୟାଳୟରୁ ୧୯୬ ଜଣ ପ୍ରତିଭାଗୀ ଅଂଶ ଗ୍ରହଣ କରିଥିଲେ।
ଏ ସମାରୋହରେ ସଂଭାଗ ଶାରୀରିକ ପ୍ରମୁଖ ଶ୍ରୀଯୁକ୍ତ ଶିବାନନ୍ଦ ଦାଶ ,ସଂକୁଳ ଶାରୀରିକ ପ୍ରମୁଖ ଶ୍ରୀଯୁକ୍ତ ପଦ୍ମଲୋଚନ ପଟେଲ ସମେତ ୧୫ଜଣ ପରିଚାଳକ ୫୨ଟି ଖେଳ ପରିଚାଳନା କରିଥିଲେ।ସଂକୁଳ ଶାରୀରିକ ପ୍ରମୁଖ ଶ୍ରୀଯୁକ୍ତ ପଦ୍ମଲୋଚନ ପଟେଲ ବୃତ୍ତ ପଠନ କରିଥିଲେ।କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ଅଧିକାରୀ ମାନେ ପୁରସ୍କାର କରିଥିଲେ।
କ୍ରୀଡ଼ା ସମାରୋହକୁ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଭୋଜରାଜ ଦୁଆନ,ଶ୍ରୀଯୁକ୍ତ ମକୁନ୍ଦ ମହାରଣା,ଶ୍ରୀଯୁକ୍ତ ନରେନ୍ଦ୍ର ରଣା,ଶ୍ରୀଯୁକ୍ତ କ୍ଷୀରେନ୍ଦ୍ର ରଣା ସମେତ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଗୁରୁମା ଗୁରୁଜୀ ,ସେବକ ଓ ସେବିକା ସାହାଯ୍ୟ ଓ ସହଯୋଗ କରିଥିଲେ।ପରିଶେଷରେ ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।