ସଂକୁଳ ସ୍ତରୀୟ ପ୍ରଧାନାଚାର୍ଯ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି

Spread the love

ସଂକୁଳ ସ୍ତରୀୟ ପ୍ରଧାନାଚାର୍ଯ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା.୦୪-୦୮-୨୦୨୫ରିଖ ସଂକୁଳ ସ୍ତରୀୟ ପ୍ରଧାନ ଆଚାର୍ଯ୍ୟ ବୈଠକ ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ତେନ୍ତୁଳିଟିକ୍ରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ବରଗଡ଼ ବିଭାଗ ନିରୀକ୍ଷକ ଗୁପ୍ତଶ୍ବର ଥନାପତି ଉପସ୍ଥିତ ରହି ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କର ଶୁଭ କାମନା କରି ସଂକୁଳ ଯୋଜନା କରଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରିଙ୍କୁ କୁମାର ଦାଶ ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ।ସଂକୁଳ ସଂଯୋଜକ ଅଶ୍ବିନୀ କୁମାର ବାରିକ ମଞ୍ଚାସୀନ ଥିଲେ। ପରିଚାଳନା ସମିତିର ସଂପାଦକ ସୁରେନ୍ଦ୍ର ଦେହେରୀ ଅତିଥି ଅଧିକାରୀ ମାନଙ୍କୁ ଉପଢୌକନ ଦ୍ବାରା ସମ୍ମାନିତ କରିଥିଲେ।ଉକ୍ତ ବୈଠକରେ ବିଭିନ୍ନ ବିଦ୍ୟାଳୟରୁ ପ୍ରଧାନ ଆଚାର୍ଯ୍ୟ ଶଙ୍କର୍ଷଣ ମିଶ୍ର, ଭୋଜରାଜ ଦୁଆନ୍, ଶିବାନନ୍ଦ ଦାଶ, ଅଶୋକ କୁମାର ଧର, ନରେନ୍ଦ୍ର ରଣା, ମକୁନ୍ଦ ମହାରଣା, କ୍ଷୀରେନ୍ଦ୍ର ରଣା ଉପସ୍ଥିତ ଥିଲେ।ପରିଶେଷରେ ସୁରେନ୍ଦ୍ର ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟର ସମସ୍ତ ଗୁରୁମା,ଗୁରୁଜୀ ସେବିକା ସହଯୋଗ କରିଥିଲେ।