ଶ୍ରୀରାମ ବଣିକ ସଂଘର ଗଜଲକ୍ଷ୍ମୀ ପୂଜା ମହୋତ୍ସବ ଅବସର ରେ ହାସ୍ୟ କବି ସମ୍ବିଲନୀ ଅନୁଷ୍ଠିତ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଆନ୍ଧ୍ର କେମ୍ଫ ଠାରେ ଶ୍ରୀରାମ ବଣିକ ସଂଘ ଦ୍ୱାରା ଗଜଲକ୍ଷ୍ମୀ ପୂଜା ମହୋତ୍ସବ ଅବସର ରେ କଳସ ଶୋଭା ଯାତ୍ରା ଖୁବ୍ ଧୁମ୍ ଧାମରେ ପାଳନ କରାଯାଇଥିଲା। ଏହି ଅବସର ରେ ଛୋଟ ଛୋଟ ଛୁଆ ମାନଙ୍କ ଦ୍ଵାରା ନୃତ୍ୟ ପ୍ରଦର୍ଶନ କରାଯାଇଥିଲା ଓ ପରେ ପରେ ଏକ ହାସ୍ୟ କବି ସମ୍ବିଲନୀ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ସମ୍ବଲପୁରୀ କବି ସଚି ପଣ୍ଡା,ବିପ୍ଳବୀ କବି ନୀତିଶ ଆଚାର୍ଯ୍ୟ, କବି ମୁନିରାମ କୁମ୍ଭାର, ପୋଲିସ କବି ରଞ୍ଜିତ ପଧାନ, କବି ନକୁଳ ମେହେର, କବୟିତ୍ରୀ ଲୀନା ପଣ୍ଡା ପ୍ରମୁଖ ନିଜର ବ୍ୟଙ୍ଗ କବିତା ପରିବେଷଣ କରିଥିଲେ।ସମ୍ବାନୀତ ଅତିଥି ଭାବରେ ଲକ୍ଷ୍ମୀ ବିକାଶ ର ଚେୟାରମେନ ଡି ନାଗେଶ୍ବର ରାଓ ଯୋଗ ଦେଇ ଥିଲେ ଓ କବି ମାନଙ୍କୁ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ଶ୍ରୀରାମ ବଣିକ ସଂଘ ର ସଭାପତି ଶ୍ରୀ ଜି ବାସୁ ବାବୁ, ସମ୍ପାଦକ ଶ୍ରୀ ରିଙ୍କୁ ସେନ କର, ନିଷ୍ଠା ପରିବାର ସଭାପତି ଶ୍ରୀଯୁକ୍ତ ଅଶ୍ୱିନୀ ତ୍ରିପାଠୀ,ଉପଦେଷ୍ଟା ରକ୍ଷପାଲ ସାହୁ, ମଦନ ମୋହନ ଦାସ, ତ୍ରିପୁରା ସୁହୁଲା ଓ ଅନ୍ୟାନ୍ୟ ସମସ୍ତ ସଦସ୍ୟ ମାନେ ସୁପରିଚାଳନା କରିଥିଲେ।
