ଶ୍ରୀରାମପୁର ଠାରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବିମା ରାଶି ପ୍ରଦାନ….
କନ୍ଧମାଳ: – (ରିପୋର୍ଟ କୁନା ଦିଗାଲ)କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ର ଲକ୍ଷ୍ମୀ ବଳିଆର ସିଂ ଙ୍କ ଝିଅ ରିତା ରାଣୀ ବଳିଆର ସିଂ ମୃତ୍ୟୁ ବରଣ କରିବା ପରେ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ରେ ନୋମୀନି ଲକ୍ଷ୍ମୀ ବଳିଆର ସିଂ ଙ୍କୁ ଦୁଇ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି l ଏସ ବି ଆଇ କୋଟଗଡ ଶାଖା ପରିଚାଳକ ରାଜେନ୍ଦ୍ର ନାରାୟଣ ସାହୂ, ବିଡ଼ିଓ ଶୁଭ କାନ୍ତ ନାୟକ, ଓ ଓ ଏଲ ଏମ ର ରମା କାନ୍ତ ବେହେରା ପ୍ରମୁଖ ଙ୍କ ଉପସ୍ଥିତି ରେ ଚେକ୍ ପ୍ରଦାନ କରିଥିଲେ l ସୂଚନା ଯୋଗ୍ୟ ଯେ, ରିତlରlଣି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୪୩୬ଟଂକା ବନ୍ଧି ବୀମା କରିଥିଲେ l ଆଉ ସେ ୧୭ଜୁଲାଇ ୨୦୨୫ରେ ମୃତ୍ୟୁ ବରଣ କରିଥିଲେ l ଆଉ ମୃତ୍ୟୁ ପରେ ନମୀନି ଲକ୍ଷ୍ମୀ ବୀମା ରାଶି ପାଇଁ ଦାବୀ କରିଥିଲେ ଆଉ ବ୍ୟାଙ୍କ ପକ୍ଷରୁ ଶୁକ୍ରବାର ବୀମା ସହାୟତା ରାଶି ପ୍ରଦାନ କରାଯାଇ ଛି l କମ୍ ସମୟ ମଧ୍ୟରେ ବୀମା ଅର୍ଥ ପାଇ ପିତା ଲକ୍ଷ୍ମୀ ବଳିଆର ସିଂହ ଖୁସି ବ୍ୟକ୍ତ କରିବା ସହ ବ୍ୟାଙ୍କ କତୃପକ୍ଷ ଙ୍କୁ ଧନ୍ୟବାଦ ଜଣାଇଛନ୍ତି l
