ଗଜପତି ଜିଲ୍ଲାର ଗୋସାଣୀ ବ୍ଲକର ଦୁର୍ଗମ ଅଞ୍ଚଳରେ ଶିକ୍ଷାର ଦୟନୀୟ ଅବସ୍ଥା

ଗଜପତି ଜିଲ୍ଲାର ଗୋସାଣୀ ବ୍ଲକର ଦୁର୍ଗମ ଅଞ୍ଚଳରେ ଶିକ୍ଷାର ଦୟନୀୟ ଅବସ୍ଥା
Spread the love

ଶିକ୍ଷାର ବିକଳ ଚିତ୍ର: ବାରଣ୍ଡାରେ ବସି ପଢୁଛନ୍ତି ଛାତ୍ରଛାତ୍ରୀ ।

ଗଜପତି ମନୋଜ ପାଢ଼ୀ ): ଗଜପତି ଜିଲ୍ଲାର ଗୋସାଣୀ ବ୍ଲକର ଦୁର୍ଗମ ଅଞ୍ଚଳରେ ଶିକ୍ଷାର ଦୟନୀୟ ଅବସ୍ଥା ଓ ବିକଳ ଚିତ୍ର ନଜରକୁ ଆସିଛି । 71 ବର୍ଷର ଅତି ପୁରାତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ବାରଣ୍ଡାରେ ବସି ପଢ଼ିବା ବାଧ୍ୟ ହେଉଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାର ଗୋସାଣୀ ବ୍ଲକ ଅନ୍ତର୍ଗତ ରମ୍ପା ପଞ୍ଚାୟତର ସଉରା ଉରୁଡ଼ା ଗ୍ରାମରେ. ଏଠାରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଜି ମୌଳିକ ସୁବିଧାରୁ ବଞ୍ଚିତ ହୋଇଛି । ୧୯୫୪ ମସିହାରେ ସ୍ଥାପିତ ହୋଇଥିବା ଏହି ବହୁ ପୁରାତନ 71 ବର୍ଷରୁ ଅଧିକ ପୁରୁଣା ବିଦ୍ୟାଳୟରେ ବର୍ତ୍ତମାନ ୧୫୦ ଜଣ ଛାତ୍ରଛାତ୍ରୀ 1ମ ଶ୍ରେଣୀ ଠାରୁ 8ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଛନ୍ତି । ହେଲେ ମୁଖ୍ୟ ସଡ଼କରୁ ଦୂରେଇ ଥିବାରୁ ଏହି ବିଦ୍ୟାଳୟଟି ପ୍ରଶାସନିକ ଉପେକ୍ଷାର ଶିକାର ହୋଇଥିବା ଭଳି ମନେ ହେଉଛି। ଏହି ବିଦ୍ୟାଳୟଟି ଦୁର୍ଗମ ଅଞ୍ଚଳରେ ରହିଥିବା ଯୋଗୁଁ କୌଣସି ଉଚ୍ଚପଦସ୍ଥ ଅଧିକାରୀଙ୍କ ନଜରକୁ ବିଦ୍ୟାଳୟର ବିଭିନ୍ନ ସମସ୍ୟା ନଜରକୁ ଆସିପାରୁନାହିଁ । 71 ବର୍ଷର ବହୁ ପୁରାତନ ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀ ଗୃହ ଅଭାବରୁ ଖରା, ବର୍ଷା, ଶୀତ ବର୍ଷ ତମାମ ଛାତ୍ରଛାତ୍ରୀଙ୍କୁ ବାରଣ୍ଡାରେ ବସାଇ ପାଠ ପଢା ଯାଉଛି । ଏଥିସହ ଏହି ବିଦ୍ୟାଳୟରେ ଆହୁରି ଅନେକ ସମସ୍ୟା ରହିଥିବା ଗ୍ରାମବାସୀମାନେ ଅଭିଯୋଗ କରି ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳ ବିଦ୍ୟାଳୟ ପ୍ରତି ଦୃଷ୍ଟି ଆକାଷଣ କରି ସମସ୍ତ ସମସ୍ୟାର ସମାଧାନ କରନ୍ତୁ ବୋଲି ଗ୍ରାମବାସୀମାନେ ଦାବି ଜଣାଇଛନ୍ତି ।