ଲୋକପ୍ରିୟ କଳାକାର ପଙ୍କଜ ଭାଇଙ୍କ ଅକାଳରେ ବିୟୋଗ….କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ କଇଁଝର ଗ୍ରାମପଞ୍ଚାୟତ ନିକଟସ୍ଥ ଗଣ୍ଡଗାଁ ଗ୍ରାମର ଲୋକ ପ୍ରିୟ କଳାକାର ବା ଝାମୁଯାତ୍ରା ର ସୁନାଧନ୍ୟ ବୀଣାକର ସ୍ୱର୍ଗତ ପଙ୍କଜ କହଁରଙ୍କ (ବୟସ ୫୪ )ଅକାଳରେ ବିୟୋଗ ଖବର ଅଞ୍ଚଳରେ ତାଙ୍କରି ପ୍ରିୟ ପ୍ରଶଂସକଙ୍କ ମନ ରେ ଦୁଃଖ ର ଲୋହାରୀ ଖେଳିଯାଇଛି l ମୃତ ପଙ୍କଜ କହଁର ଅଞ୍ଚଳ ର ବେଶୀ ଲୋକପ୍ରିୟ ମେଳାପୀ ନମ୍ର ସରଳ ବ୍ୟକ୍ତି ଭାବରେ ଜଣାଶୁଣା ଅଟନ୍ତି l ସୂଚନା ଅନୁସାରେ ମୃତ ପଙ୍କଜ କହଁର ଭୋର ସକାଳୁ ଉଠି ନିକଟରେ ଥିବା ଛୁଆଁ କୁ ଶୌଚ ହେବା ପାଇଁ ଯାଇଥିବା ବେଳେ ସକାଳୁ ଘରକୁ ଫେରି ନ ଥିଲେ l ସକାଳୁ ଉଠି ଛୁଆଁ କୁ ଯିବା ପାଖାପାଖି ଘର ପରିବାର ଉକ୍ତ ବ୍ୟକ୍ତିଙ୍କୁ ଚୁଆ ପାଖରେ ପଡ଼ିଥିବା ଦେଖିବାକୁ ପାଇଥିଲେ l ବିଡମ୍ବନା ର ବିଷୟ ସ୍ୱର୍ଗତ ପଙ୍କଜ କହଁର ଙ୍କ ଦୁଇ ଟି ଝିଅ ଏବଂ ଗୋଟିଏ ପୁଅ ଏହିପରି ପରିବାର ବେଶୀ ଖୁସିରେ ଥିଲେ l ପଙ୍କଜ ଙ୍କ ମୃତ୍ୟୁ ରେ ସହ ପରିବାର ଆତ୍ମୀୟ ଅଞ୍ଚଳବାସୀ ସମସ୍ତେ ଭାଙ୍ଗି ପଡିଛନ୍ତି l ପଙ୍କଜ ଙ୍କ କଳା କୁ ଗାଁ ଆଜି ଝୁରୁଛି l ମୃତ୍ୟୁ ଘର ପରିବାର ପାଇଁ ତଥା ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି ଅଟେ l ଏହି ପରି ଦୁଃଖଦ ସମୟରେ ପରିବାର କୁ ଈଶ୍ୱର ଧାର୍ଯ୍ୟ ଏବଂ ଶାନ୍ତି ଦିଅନ୍ତୁ ବୋଲି ଅଞ୍ଚଳ ବାସୀ ତଥା ତାଙ୍କ ସହିତ ଯୋଡ଼ି ହୋଇ ରହୁଥିବା କଳାକାର, ସାଙ୍ଗ ସାଥୀ,ଭାଇ ଓ ଭଉଣୀ, ପରିବାର ବର୍ଗ ଙ୍କୁ ସମବେଦନା କରିଛନ୍ତି l
ଲୋକପ୍ରିୟ କଳାକାର ପଙ୍କଜ ଭାଇଙ୍କ ଅକାଳରେ ବିୟୋଗ
