ରେମଣ୍ଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ୨୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ରେମଣ୍ଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ୨୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
Spread the love

ରେମଣ୍ଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ୨୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଦ୍ୱାବିଂଶ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ରୂପେ ବରଗଡ ଲୋକସଭା ସଦସ୍ଯ ମାନ୍ୟବର ପ୍ରଦୀପ କୁମାର ପୁରୋହିତ ଯୋଗଦାନ କରି ବିଦ୍ୟାଳୟ ର ଉନ୍ନତି ତଥା ଶିଶୁ ବିଦ୍ୟା ମନ୍ଦିର ର ଭୂମିକା ବିଷୟରେ ଆଲୋକପାତ କରିଥିଲେ । ପରିଚାଳନା ସମିତି ର ସଂପାଦକ କିଶୋର କୁମାର ପାଇକ ସ୍ଵାଗତ ଭାଷଣ ସହିତ ଅତିଥି ଅଧିକାରୀ ଙ୍କ ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସମାଜସେବୀ ଯଶୋବନ୍ତ ମେହେର ଉପସ୍ଥିତ ରହି ସମାଜର ବିବିଧ କ୍ଷେତ୍ର ରେ ଶିଶୁ ବିଦ୍ୟା ମନ୍ଦିର ର କାର୍ଯ୍ୟ କୁ ପ୍ରଶଂସା କରିବା ସହିତ ସମାଜ ସେବା କ୍ଷେତ୍ର ରେ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି ବୋଲି ମତବ୍ୟକ୍ତ କରିଥିଲେ। ଶ୍ରେୟା ରାଣୀ ସାଥୁଆ,ଯୋନାଲି ମହାପାତ୍ର, ମୁକୁନ୍ଦ ମାହାର ,ଶିବମ ମହାପାତ୍ର,ବୈଭବ ପ୍ରସାଦ ରଣା ଛାତ୍ରଛାତ୍ରୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଏହି ଅବସରରେ ଅତିଥି ମାନଙ୍କ ଦ୍ଵାରା ବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଓ ଅଭିଭାବକ /ଅଭିଭାବିକା ମାନଙ୍କୁ ଟ୍ରଫି ସହିତ ସାଟିର୍ଫିକେଟ ପ୍ରଦାନ କରାଯାଇଥିଲା।

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଶିବାନନ୍ଦ ଦାଶ ବାର୍ଷିକ ବିବରଣୀ ପଠନ କରିଥିଲେ। ପରିଚାଳନା ସମିତି ର ସଭାପତି ଭିକାରୀ ଚରଣ ଖମାରୀ ଶିଶୁ ବିଦ୍ୟା ମନ୍ଦିର ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ମାର୍ଗଦର୍ଶନ କରିଥିଲେ। ସଦସ୍ୟା ମୈଥିଳୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସାଂସ୍କୃତିକ ପ୍ରମୁଖ ପଦ୍ମଲୋଚନ ପଟେଲ,ନିଶି ସେଟ୍, କାମିନୀ ଭୋଇ ଙ୍କ ତତ୍ତ୍ଵାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପରିବେଷିତ ହୋଇ ଜନସାଧାରଣଙ୍କ ନିକଟରେ ପ୍ରଶଂସିତ ହୋଇଥିଲା । ଏହି ବାର୍ଷିକ ଉତ୍ସବ ରେ ସମସ୍ତ ଗୁରୁଜୀ, ଗୁରୁମା , ମାତୃଭାରତୀ , ଅଭିଭାବକ, ଅଭିଭାବିକା, ତଥା ସମସ୍ତ ଙ୍କ ର ପ୍ରୟାସ ରେ ସଫଳ ହୋଇଥିଲା ।