ରାୟଗଡ ଜ଼ିଲ୍ଲା ବିଜେପି ପ୍ରଭାରୀ କଡୁରୁ ନାରାୟଣ ରାଓ ଙ୍କ ରାୟଗଡ ଗସ୍ତ

ରାୟଗଡ ଜ଼ିଲ୍ଲା ବିଜେପି ପ୍ରଭାରୀ କଡୁରୁ ନାରାୟଣ ରାଓ ଙ୍କ ରାୟଗଡ ଗସ୍ତ
Spread the love

ରାୟଗଡ ଜ଼ିଲ୍ଲା ବିଜେପି ପ୍ରଭାରୀ କଡୁରୁ ନାରାୟଣ ରାଓ ଙ୍କ ରାୟଗଡ ଗସ୍ତ

ରାୟଗଡ : ନୂତନ ଭାବେ ରାୟଗଡ ଜିଲ୍ଲାର ବିଜେପି ଦଳ ର ପ୍ରଭାରୀ ଭାବେ ଦାୟିତ୍ଵ ପାଇଥିବା ପୂର୍ବତ୍ତନ ବିଧାୟକ ତଥା ବିଜେପି ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ କଡୁରୁ ନାରାୟଣ ରାଓ ଙ୍କ ପ୍ରଥମଥର ପାଇଁ ଆଜି ରାୟଗଡ଼ା ଗସ୍ତ କରିଥିଲେ । ପ୍ରଭାରୀ ରାଓ ଙ୍କୁ ସ୍ବାଗତ ନିମନ୍ତେ ରାୟଗଡା ଟ୍ରକ ମାଲିକ ସଭାପତି ତଥା ବରିଷ୍ଠ ବିଜେପି ନେତା ୟାଲା କୋଣ୍ଡା ବୁ ଙ୍କ କାର୍ଯ୍ୟାଳୟ ନିକଟରେ ପ୍ରାୟ 1500 ରୁ ଉର୍ଦ୍ଧ ବ୍ୟକ୍ତି ଏକତ୍ରିତ ହୋଇ ରାୟଗଡ ସହର ରୁ ଯେକେପୁର ନିକଟସ୍ଥ ଅମ୍ଳଭଟା ପର୍ଯ୍ୟନ୍ତ କୋଣ୍ଡା ବାବୁ ଙ୍କ ନେତୃତ୍ୱ ରେ ପହଂଚିଥିଲେ l ଜ଼ିଲ୍ଲା ପ୍ରଭାରୀ ଅମ୍ଳଭଟା ରେ ପହଂଚିବା ପରେ କୋଣ୍ଡା ବାବୁ, ରାୟଗଡ ଜ଼ିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦ, ପୂର୍ବତନ ଜ଼ିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ, ଟୁଟୁ ଦାସ, ଉମେଶ ଖୋସଲା, ଜିତେନ୍ଦ୍ର ବେହେରା, ପ୍ରତିମ କୁମାର ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ l ପରେ ଅମ୍ଳଭଟା ଛକ ରେ ଅବସ୍ଥାପିତ ଭାରତ ରତ୍ନ ବି ଆର ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ପ୍ରଭାରୀ ରାଓ, କୋଣ୍ଡା ବାବୁ, ଜ଼ିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦ ପୁଷ୍ପା ମାଲ୍ୟ ଅର୍ପଣ କରିଥିଲେ l

ଏହାପରେ ପାରମ୍ପରିକ ଆଦିବାସୀ ନୃତ୍ୟ ଓ ବିରାଟ ମୋଟର ସାଇକେଲ ରାଲି ମାଧ୍ୟମରେ ରାୟଗଡ ଅଧିଷ୍ଠାତ୍ରୀ ମା ମଝିଘରିଆଣି ଙ୍କୁ ଦର୍ଶନ କରି ଜ଼ିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ପହଂଚିଥିଲେ ଓ ଦଳ ର ବିଭିନ୍ନ ପଦାଧିକାରୀ ଓ କର୍ମୀଙ୍କ ସହିତ ଆଲୋଚନା କରିଥିଲେ ପରେ ସେହିଠାରୁ ଆସି କୋଣ୍ଡା ବାବୁ ଙ୍କ ଅଫିସ ରେ ପହଂଚିଥିଲେ ଏହିଠାରେ କୋଣ୍ଡା ବାବୁ, କେ ସି ପଟ୍ଟନାୟକ, ପୃଥିବୀ ରାଜ, କେ ଶ୍ରୀନିବାସ, ଙ୍କ ସମତେ ବହୁ ବ୍ୟକ୍ତି ଶ୍ରୀ ରାଓ ଙ୍କୁ ସ୍ୱାଗତ କରିଥିଲେ l ଜ଼ିଲ୍ଲା ପ୍ରଭାରୀ ରାୟଗଡ ଜ଼ିଲ୍ଲା ରେ କିପରି ବିଜେପି ମଜବୁତ ହୋଇ ଆସନ୍ତା ପଂଚାୟତ ଓ ପୌର ନିର୍ବାଚନ ବିଜୟ ହାସଲ କରିବ ସେଥିନିମନ୍ତେ ଆଲୋଚନା କରିଥିବା ର ଖବର ବିଶେଷ ସୂତ୍ର ରୁ ମିଳିଛି l

ଏକ ସାକ୍ଷାତକାର ରେ ପ୍ରଭାରୀ କହିଛନ୍ତି ଜେ ରାୟଗଡ ଜ଼ିଲ୍ଲା ରେ କିପରି ବିଜେପି ର ସଙ୍ଘଠନ ସୁଦୃଢ ହେବ ସେଥିପାଇଁ ରାଜ୍ୟ ବିଜେପି ସଭାପତି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯେଉଁ ଦାୟିତ୍ୱ ଦେଇଛନ୍ତି ସେଥିପାଇଁ ମୁଁ ତାଙ୍କ ର ବିଶ୍ୱାସ ପାଇଁ ଭରସା କୁ ନିଶ୍ଚିତ ଭାବେ ପୂରଣ କରିବି ବୋଲି କହିଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ