ରାୟଗଡ଼ ବ୍ଳକ ଚଇତିରେ ଜନ ସଚେତନତା ପାଇଁ ସ୍ଵତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଦୁଲିକିଲା ମଞ୍ଚ

ରାୟଗଡ଼ ବ୍ଳକ ଚଇତିରେ ଜନ ସଚେତନତା ପାଇଁ ସ୍ଵତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଦୁଲିକିଲା ମଞ୍ଚ
Spread the love

ରାୟଗଡ଼ ବ୍ଳକ ଚଇତିରେ ଜନ ସଚେତନତା ପାଇଁ ସ୍ଵତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଦୁଲିକିଲା ମଞ୍ଚ

ରାୟଗଡ଼: ( ଅମୁଲ୍ୟ ନିଶଙ୍କ ) ରାୟଗଡ଼ ସଦର ବ୍ଲକରେ ଲୋକ ମହୋତ୍ସବ ଚଇତି ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପୁର୍ବାହ୍ନ ନଅ ଘଟିକା ସମୟରେ ବାରିଝୋଲା ଗ୍ରାମଦେବୀଙ୍କ ମନ୍ଦିରରୁ କଳସ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା ପରେ ଶ୍ରୀହନୁମାନ ମନ୍ଦିର ନିକଟସ୍ଥ ଚଇତି ମଣ୍ଡପରେ ପହଞ୍ଚିଥିଲା ।ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ ଓ ନୃତ୍ଯ, ଭଜନ, କୀର୍ତ୍ତନ ସହ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା । ୨୮ ଗୋଟି ଗ୍ରାମ ପଞ୍ଚାୟତର ପବିତ୍ର କଳସ ସହ ବ୍ଲକର ମୁଖ୍ଯ କଳସକୁ ମଣ୍ଡପରେ ସ୍ଥାପନ କରାଯାଇ ଥିଲା । ପୂର୍ବତନ ଉପବାଚସ୍ପତି ଲାଲବିହାରୀ ହିମିରୀକା,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ଵତୀ ମାଝୀ ମୂଖ୍ଯ ଅତିଥିରୂପେ ଯୋଗ ଦେଇ ସଚେତନତା ଷ୍ଟଲ ଏବଂ ଚଇତି ମଣ୍ଡପର ଶୁଭ ଉଦଘାଟନ ଓ ପରିଦର୍ଶନ କରିଥିଲେ । ବନ୍ଦେ ଉତ୍କଳ ଜନନୀ ଗାନପରେ ମଞ୍ଚସୀନ ଅତିଥିବୃନ୍ଦ ରାୟଗଡ ମାଟିରେ ଲୁକ୍କାୟିତ କଳା, ସଂସ୍କୃତି, ପରମ୍ପରା, ସଂଗୀତ, ନୃତ୍ଯ ଆଦିର ସମାଜରେ ଚାହିଦା, ଏହାକୁ ଉଜ୍ଜିବିତ ରଖିବା ନିମନ୍ତେ ପ୍ରଶାସନର ଏ ଅଭିନବ ପ୍ରୟାସ ଭୂୟଷୀ ପ୍ରଶଂସା କରିଥିଲେ । ରାଜନୈତିକ ଅଭିସନ୍ଧିକୁ ଏଥିରୁ ଦୂରରେ ରଖି ଏଭଳି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ ଏ ମାଟିର ସଂସ୍କୃତି ବଞ୍ଚିରହିବ ବୋଲି ଅତିଥିବୃନ୍ଦ ମତ ପୋଷଣ କରିଥିଲେ ।

ମଞ୍ଚରେ କେନ୍ଦ୍ରୀୟ ଆଦିବାସୀ ଜନଜାତି ମୋର୍ଚ୍ଚାର ସାଧାରଣ ସମ୍ପାଦକ କାଳୀରାମ ମାଝୀ, ଆଦିବାସୀ ସମାଜର ଜିଲ୍ଲା ସ୍ତରୀୟ ପ୍ରତିନିଧି ତଥା ସମାଜସେବୀ ବସନ୍ତ ଉଲାକା, ବ୍ଳକ କଳା ଓ ସଂସ୍କୃତି ସଂଘ ଉପସଭାପତି ସନ୍ତୋଷ ତାଣ୍ଡି, ବିଡିଓ ସୁଜିତ କୁମାର ମିଶ୍ର, ଏବିଡିଓ କାଳୁଚରଣ ନାୟକ, ସ୍ଥାନୀୟ ହାଲୁଆ ଗ୍ରାମ ପଞ୍ଚାୟତ ସରପଞ୍ଚ ତାମାରାଓ ବିଡିକା, ରାୟଗଡ ରେଞ୍ଜ ଅଧିକାରୀ କାମେଶ୍ଵର ଆଚାରୀ, ଜେମାଦେଇପେଣ୍ଠ ଜନସ୍ବାସ୍ଥ୍ୟ ଅଧିକାରୀ ଡ: ଭୋଗୀ ସନ୍ତୋଷ କୁମାର ପ୍ରମୂଖ ମଞ୍ଚାସୀନ ଥିଲେ। ମୋଟ ୩୬ ଗୋଟି ସାଂସ୍କୃତିକ ଦଳ ଅଂଶ ଗ୍ରହଣ କରିଥିଲେ । ରାୟଗଡ ମାଟିର ପ୍ରଖ୍ୟାତ କଳାକାର ବୃନ୍ଦ ପ୍ରଭାକର ମିଶ୍ର, ଗୋପିନାଥ ପରିଛା, ସୁନିଲ ଖୋରା ଓ ସନ୍ତୋଷ ତାଣ୍ଡି ବିଚାରକ ଦାୟିତ୍ବ ନିର୍ବାହ କରିଥିଲେ ।

ଏହା ବ୍ୟତିତ ମାଁ ସନ୍ତୋଷୀ କଳା ପ୍ରତିଷ୍ଠାନ ଓ ଜେ ଏ ଏସ ଆକାଡେମୀ ତରଫରୁ ଜଙ୍ଗଲ, ସ୍ବାସ୍ଥ୍ୟ, ସାଇବର, ଶିକ୍ଷା, ଅପରାଧ, ନିଶାସେବନ ଗାଡି ଚାଳନା, ହେଲମେଟ ବ୍ୟବହାର ଓ ସଡକ ସୁରକ୍ଷା ଆଦି ବିଷୟମାନଙ୍କୁ ନେଇ ସଚେତନ ମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଭାକର ମିଶ୍ର ଓରଫ ଟୁନା ଟନଟନ ମଞ୍ଚ ରେ ନିଜର ଆକର୍ଷଣୀୟ କମେଡି ମାଧ୍ୟମରେ ସମସ୍ତଙ୍କ ମନ ଜିଣିଥିଲେ । ଏହି ଅବସରରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ସହଯୋଗରେ ରକ୍ତଦାନ ଶିବିର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଆୟୋଜିତ ହୋଇ ୩୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।ଜଙ୍ଗଲ, କୃଷି,ସ୍ବାସ୍ଥ୍ୟ, ମହିଳା ଓ ଶିଶୁବିକାଶ, ପ୍ରାଣୀଧନ, ଶିକ୍ଷା, ଜଳଛାୟା, ସ୍ବଚ୍ଛ ଭାରତ ମିଶନ,ଆବାସ ଯୋଜନା, ମନରେଗା ତଥା ବାରିଝୋଲାର ଶ୍ରୀରାମ ଏବଂ କଣ୍ଟା ବାଉଁଶୁଣୀ ଏସଏଚଜି, କତାପେଟା ର ଜଗନ୍ନାଥ ଏସଏଚଜି,ଅମଳାଭଟାର ଶ୍ରୀ ଗଙ୍ଗାୟା ଏସଏଚଜି ଷ୍ଟଲ ମାଧ୍ୟମରେ ସଚେତନ ଷ୍ଟଲ ପ୍ରଦର୍ଶନ କରିଥିଲେ ।

ଉତ୍କୃଷ୍ଟ ସେବା ନିମନ୍ତେ ଦଶଜଣ ସମାଜସେବୀ, ତିନିଜଣ ସାମ୍ବାଦିକ, ଜଣେ ରାଜ୍ୟ ପାରା ଅଲିମ୍ପିକ ଦିବ୍ୟାଙ୍ଗ ଖେଳାଳୀ ଓ ତୃତୀୟଲିଙ୍ଗଙ୍କୁ ଓ ଉପସ୍ଥିତ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା ।

ଉତ୍ତମ ବିଭାଗୀୟ ସେବା ନିମନ୍ତେ ଜଙ୍ଗଲ ବିଭାଗରୁ ସନ୍ତୋଷ କୁମାର ପାଣିଗ୍ରାହୀ, ଗାର୍ଡ ଓ ଉଦ୍ୟାନ ବିଭାଗର ହେମନ୍ତ କୁମାର ବେହେରା, ଏଏଚଓଙ୍କୁ ସମ୍ମାନିତ କରାଯାଇଥିଲା ।ଉଦଘୋଷିକା ବିଦିଶା ଶତପଥି ଓ ପ୍ରତିଷ୍ଠିତ ସାହିତ୍ୟିକ ଶ୍ରୀଧର ପଟ୍ଟନାୟକ ମଞ୍ଚ ପରିଚାଳନା ଚାରିହଜାର ଦର୍ଶକଙ୍କୁ ରାତ୍ର ଆଠଘଣ୍ଟା ପର୍ଯ୍ୟନ୍ତ ବାନ୍ଧି ରଖିଥିଲା ।

ଶିକ୍ଷକ ନୀଳାଞ୍ଚଳ ମିଶ୍ର ମଞ୍ଚରେ ସହଯୋଗ କରିଥିଲେ । ହାଲୁଆ ସରପଞ୍ଚ ତାମାରାଓ ବିଡିକା ଏବଂ ରାୟଗଡ ବ୍ଲକର ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିବାରୁ ବିଡିଓ ସୁଜିତ ମିଶ୍ର ସଭିଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ