ରାସ୍ତା, ପାନୀୟ ଜଳ, ବିଜୁଳି, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସମସ୍ୟା ଗ୍ରାମ ହେଉଛି ତୁଜେର ଗ୍ରାମ
ରାୟଗଡ଼ା-୨୪-୧୦-୨୫ (ପ୍ରଫୁଲ୍ଲ କୁମାର ବେହେରା)ରାୟଗଡ଼ା ଜିଲ୍ଲାରେ ସରକାର ଗାଁ ଗାଁକୁ ବିକାସ କରିବା ଲକ୍ଷ୍ୟରେ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରୁଛନ୍ତି କିନ୍ତୁ ଆଜି ଭି ଅନେକ ଗ୍ରାମକୁ ବିକାଶ ଅପହଞ୍ଚ ହୋଈ ରହିଛି। ଏଭଳି ଏକ ଗ୍ରାମ ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ ତୁଜେର ଗ୍ରାମ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନାନାଦି ଯୋଜନା କରି ଆଦିବାସୀଙ୍କ ଜୀବନ ଧାରାରେ ବଡ଼ ପରିବର୍ତ୍ତନ ଆଣିଥିବା କଥା କହୁଛନ୍ତି। କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ଏବେବି ଅନେକ ଆଦିବାସୀ ବହୁଳ ଗାଁର ଲୋକମାନେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଜାଣି ନାହାନ୍ତି। ଗ୍ରାମବାସୀ ରାସ୍ତା, ପାନୀୟ ଜଳ, ବିଜୁଳି, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସମସ୍ୟା ଲାଗି ରହିଥିବାରୁ ବାରମ୍ବାର ସରପଞ୍ଚ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରି ଆସୁଛନ୍ତି କିନ୍ତୁ କେହି କର୍ଣ୍ଣପାତ ଦେଉନଥିବା ଅଭିଯୋଗ କରିଛନ୍ତି ତୁଜେର ଗ୍ରାମବାସୀ। ସବୁଜିମା ଭରା ଘଞ୍ଚଜଙ୍ଗଲ ପାହାଡ଼ିଆ ଅଞ୍ଚଳରେ ବସବାସ କରୁଛନ୍ତି ୭୦ ରୁ ୮୦ ପରିବାର ବସବାସ କରୁଛନ୍ତି I ଦେଶ ଡିଜିଟାଲ ଇଣ୍ଡିଆ ହୋଇଗଲାଣି କିନ୍ତୁ ତୁଜେର ଗ୍ରାମକୁ ଆଜି ପର୍ଯ୍ୟନ୍ତ ବିଜୁଳିର ଆଲୋକ ଦେଖିବା ସ୍ବପ୍ନ ପାଲଟିଛି ଗ୍ରାମବାସୀଙ୍କ ପାଇଁ ।ତୁଜେର ଗ୍ରାମ ନା ରାସ୍ତା ଅଛି,ସ୍ୱାସ୍ଥ୍ୟ,ଶିକ୍ଷା ସବୁ ଏଠାରେ ସାତ ସପନ l ଗ୍ରାମ ରେ ଗୋଟିଏ ସ୍କୁଲ ମଧ୍ୟ ନାହିଁ ଯାହା ଫଳରେ ଏଇଠି ପିଲାଙ୍କ ଭବିଷ୍ୟତ ଅନ୍ଧାର ରେ ସେହି ତୁଜେର ଗ୍ରାମ ପିଲା ମାନେ କେହି ଇନ୍ଦ୍ରାବତୀ, ଆଉ କୋରାପୁଟ ଦଶମନ୍ତପୁର ଯାଗାରେ ହୋଟେଲ ରେ ରହି ପାଠ ପଢ଼ୁଥିବା ଗ୍ରାମ ବାସୀ କହିଛନ୍ତି ବିଜୁଳି ଏଠାକୁ ପହଞ୍ଚିପାରିବିନି, ସୋଲାର ମାଧ୍ୟମରେ ବିଜୁଳିର ବ୍ୟବସ୍ଥା l ପିଇବାପାଣି ପାଇଁ ଗ୍ରାମ ରେ ଗୋଟିଏ ନଳକୂପ ରହିଛି ତାହା ଠିକ୍ ଭାବରେ ପାଣି ବାହାରୁ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି ।ଯାହା ଫଳରେ ଝରଣା ପାଣି ଉପରେ ନିର୍ଭର କରନ୍ତି ଗ୍ରାମବାସୀ ତାହାପୁଣି କାଦୁଅପଙ୍କ ପାଣି, ପାଣିଛଣା ମାଧ୍ୟମରେ ଛାଣି ନିଅନ୍ତି ପାଣି । । ଗ୍ରାମ କୁ ଯିବାକୁ ହେଲେ l ପଥୁରିଆ ରାସ୍ତା ଯୋଗୁଁ ବୁଢା ବୁଢୀ ମାନେ ବାର୍ଦ୍ଧକ୍ୟ ଭତା ପାଈଁ ଅନେକ କଷ୍ଟ କରି ପହଞ୍ଚିଛନ୍ତି ପଞ୍ଚାୟତରେ ପହଞ୍ଚୁଥିବା କୁହନ୍ତି ଗ୍ରାମବାସୀ। କହିବା ଅନୁଯାୟୀ ପୂର୍ବରୁ ତୁଜେର ଗ୍ରାମ ଠାରୁ କୁଦୁରଶିଲା ଗ୍ରାମ କୁ ଯିବା ଆସି କରିବା ପାଇଁ ୨୦ କିଲୋମିଟର ପଡୁଥିଲା କାଳେ କମେ ସେହି ରାସ୍ତା ଏବେ ଜଙ୍ଗଲ ଲତା ରେ ପରିପୂର୍ଣ ହେବା ଫଳରେ ସେହି ରାସ୍ତା ଏବେ ସମ୍ପୂର୍ଣ୍ଣ ଭାବେ ବନ୍ଧ ହୋଇ ଯାଇଛି । ଯାହା ଫଳରେ ଏବେ ତୁଜେର ଗ୍ରାମବାସୀ ଏବେ ଯୁବାପଦର ଗ୍ରାମ ଦେଇ ଯାତାୟତ କରୁଛନ୍ତି। ଏହି ଯୁବା ପଦର ଗ୍ରାମ ଦେଇ ପଞ୍ଚାୟତ କୁ ଯିବା ହେଲେ ୩୦ କିଲୋମିଟର ପଡୁଥିଲା ଗ୍ରାମ ବାସୀ କହିଛନ୍ତି ଗରିବ ଶ୍ରେଣୀର ଲୋକ ଅଧିକା ଖଚ୍ଚାତ ହେଉଛନ୍ତି। ଅନ୍ୟ ପଟେ ଏହି ଗରିବ ଶ୍ରେଣୀର ଲୋକମାନେ ଘାଟିପାର କରି ସରକାରଙ୍କ ଦେଉଥିବା ପିଡିଏସ୍ ଚାଉଳ ଆମେ ପେଣ୍ଡଳୀ ପଞ୍ଚାୟତ ଯିବାକୁ ପଡୁଛି ବୋଲି କହିଛନ୍ତି l ଅବିସପ୍ତ ଭାବରେ ପଡି ରହିଥିବା ପାହାଡ ଜଙ୍ଗଲରେ ବସବାସ କରୁଥିବା ମାନବ ସମାଜ ର ବେଦନା କୌଣସି ଭଚ୍ଚପଦସ୍ତ କର୍ମଚାରି ଙ୍କ କାନକୁ ଶୁଭୁନି ? ନା ଶୁଣି କି ବି ନିରବ ରହୁନାହିଁ ଏହି ପରି ଗୁଡ଼ାଏ ପ୍ରଶ୍ନ ମନକୁ ଛୁଅୁଁଛି Iଏଠି ପ୍ରଶ୍ନ ଉଠୁଛି ନିର୍ବାଚନ ସମୟ ରେ ଆସିଥିବା ପ୍ରତିନିଧି ଭୋଟ ପାଇଁ ଦେଇଥିବା ପ୍ରତିଶ୍ରୁତି କଣ ପ୍ରତିଶ୍ରୁତି ହିଁ ରହିଯାଇଛି l ଏବେ ସରକାରଙ୍କ ଉପରୁ ଭରୋଷା ତୁଟାଇ ଭଗବାନଙ୍କ ଉପରେ ସବୁ କିଛି ଛାଡିଛନ୍ତି ଗ୍ରାମବାସୀ। ବୋଲି ଗ୍ରାମବାସୀ କହିବା ସହ ସରକାରଙ୍କୁ ପ୍ରାର୍ଥନା କରି କହିଛନ୍ତି ଯେ ତୁଜେର ଗ୍ରାମ ଠାରୁ କୁଦୁରଶିଲା ଗ୍ରାମ ରାସ୍ତା ମରାମତି କରିବା ପାଇଁ ଅନୁରୋଧ କରୁଛନ୍ତି । ଏହି ନେଇ କାଶିପୁର ବିଡିଓ ବିଜୟ କୁମାର ସୋଏ ଙ୍କୁ ବାହୁ ବାର୍ ଫୋନ୍ ଜଗେ କଥା ହେବା ପାଇଁ ଚେଷ୍ଟା କରିଥିଲୁ । କିନ୍ତୁ ଫୋନ୍ ରିଙ୍ଗ୍ ହେଉଛି କିନ୍ତୁ ରିସିଭ୍ କରିନଥିଲେ । ଏହା ପରେ ଡଙ୍ଗାସିଲ ସରପଞ୍ଚ ସୁମିତ୍ରା ମାଝି ଙ୍କୁ ଏହି ତୁଜେର ଗ୍ରାମ ବିଷୟରେ ପଚାରିବାରୁ ସେ କହିଛନ୍ତି ଯେ ୨୦୨୪ କାଶିପୁର ବିଡିଓ ଜଣାଇଥିଲେ କିନ୍ତୁ କିଛି ସୁଫଳ ମିଳି ପାରିଲା ନାହିଁ । ପୁଣିଥରେ ଏଇ କିଛି ଦିନ ଭିତରେ ପୁଣି କାଶିପୁର ବିଡିଓ ଙ୍କୁ ଅବଗତ କରେଇବି ବୋଲି କହିଛନ୍ତି।
