ରାସ୍ତା ଉପରେ ବେଆଇନ ଭାବେ ଛିଡା ହୋଇଥିବା କୋଇଲା ବୋଝେଇ ଟ୍ରକ କୁ ପଛରୁ ପିଟି ଯୁବକ ମୃତ ।

ରାସ୍ତା ଉପରେ ବେଆଇନ ଭାବେ ଛିଡା ହୋଇଥିବା କୋଇଲା ବୋଝେଇ ଟ୍ରକ କୁ ପଛରୁ ପିଟି ଯୁବକ ମୃତ ।
Spread the love

ରାସ୍ତା ଉପରେ ବେଆଇନ ଭାବେ ଛିଡା ହୋଇଥିବା କୋଇଲା ବୋଝେଇ ଟ୍ରକ କୁ ପଛରୁ ପିଟି ଯୁବକ ମୃତ ।

ଟିକିରି,୨୫/୧୦()ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ମୁସୁରିପଦର ଛୋକ ନିକଟରେ ରାସ୍ତା ଉପରେ ଛିଡା ହୋଇଥିବା କୋଇଲା ବୋଝେଇ ଟ୍ରକ କୁ ପଛ ରୁ ଧକ୍କା ଦେବା ବାଇକ୍ ଶେଷରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି ।ମୃତକ ଜଣକ ହେଉଛନ୍ତି ଟିକିରି ଥାନା ମୁସୁରିପଦର ଗ୍ରାମର ଲାକି ମାଝୀ। ସେ କୈ।ଣଷି ଏକ କାମରେ ରାତି ୮ଘଣ୍ଟା ସମୟରେ ନିଜ ବାଇକରେ(ଓଡି୩୩ଏମ ୨୬୦୪)ମୁସୁରି ପଦରରୁ ଟିକିରି ଅଭିମୁଖେ ଯାଉଥିବା ସମୟରେ ରାସ୍ତା ଉପରେ ଛିଡା ହୋଇଥିବା କୋଇଲା ବୋଝେଇ ଟ୍ରକ (ଓଡି୦୫ ବିଏ ୪୩୦୩)ଗାଡିଟିକୁ ଦେଖି ନପାରି ପଛପଟେ ବାଡେଇ ହୋଇ ରାସ୍ତା ଉପରେ ପଡି ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଛନ୍ତି।ପରିବାର ଲୋକ ସେଠାରେ ପହଞ୍ଚିଥିଲେ ଓ ଚାପା ଉତ୍ତେଜନା ଦେଖିବାକୁ ମିଳିଛି ।ଖବର ପାଇ ଟିକିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ପରିବାର ଲୋକଙ୍କୁ ବୁଝାସୁଝା କରିଛନ୍ତି।ସ୍ଥାନୀୟ ଏକ କଳକାରଖାନା ଦୈନିକ ଶତାଧିକ ମାଲ ବୋଝେଇ ଗାଡି ଯାଉଥିବା ବେଳେ ପାର୍କିଙ୍ଗ ର ଠିକ ସୁବିଧା ନଥିବାରୁ ରାସ୍ତ ଉପରେ ଘଣ୍ଟା ଘଣ୍ଟା ଗାଡି ଗୁଡିକ ଛିଡା ହୋଉଥିବା ଦୈନିକ ଛୋଟବଡ ଦୃଘଟଣା ଘଟି ଧନଜୀବନ ନଷ୍ଟ ହେଉଥିବାରୁ ପ୍ରଶାସନ ଓ କମ୍ପାନୀ କର୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି । ସେହି ପରି ମୃତ୍ୟୁ ପରିବାର ସହ ଗ୍ରାମ ବାସୀ ରାସ୍ତା ଅବରୋଧ କରି ବସିଛନ୍ତି । ଆଜି ସକାଳୁ ଯାହା ଫଳରେ ଟିକିରି ରାୟଗଡ଼ା ଯାତାୟତ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଛି । ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ .