ରାସ୍ତାକଡ଼ ସାଇନ୍‌ବୋର୍ଡରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ ।

Spread the love

ରାସ୍ତାକଡ଼ ସାଇନ୍‌ବୋର୍ଡରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ । ଆର, ଉଦୟଗିରି ୩୦ା୧୧(ନିପ୍ର): ଶୁଦ୍ଧିଘର ଭୋଜି ଖାଇ ଫେରିବା ବେଳେ ଶନିବାର ବିଳମ୍ବିତ ରାତିରେ ଏକ ବାଇକ୍‌ ଦୁର୍ଘଟଣା ଘଟିଛି। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ଆହତ ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଚନ୍ଦ୍ରଗିରି ଫାଣ୍ଡି ଅନ୍ତର୍ଗତ ଯୋଡ଼ାଆମ୍ବରେ ଥିବା ଡାହାଣୀ ନାଳ ନିକଟରେ।ସୂଚନାନୁଯାୟୀ, ଶନିବାର ଏକ ବାଇକ୍‌ ( ଓଡି ୩୨ ଜେ ୫୪୨୪ )ରେ ଆକିଲି ଗ୍ରାମର ସରୋଜ କୁମାର ବଣଷଣ୍ଢ (୨୦)ଓ ବିଘ୍ନରାଜ ପରିଛା (୧୯) ଦୁଇଜଣ ଯୋଡ଼ାଆମ୍ବ ଗ୍ରାମକୁ ଏକ ଶୁଦ୍ଧିଘର ଭୋଜିକୁ ଯାଇଥିଲେ ଫେରିବା ବେଳେ ବାଟରେ ଛକି ରହିଥିଲା ଯମ। ଭୋଜିଖାଇ ସାରିବା ପରେ ଫେରିବା ବେଳେ ବିଳମ୍ବିତ ରାତିରେ ଡାହାଣୀ ନାଳ ପାଖରେ ଥିବା ଏକ ସାଇନ୍‌ବୋର୍ଡକୁ ଭାରସାମ୍ୟ ହରାଇ ଧକ୍କା ଦେଇଥିଲେ। ଯାହା ଫଳରେ ସରୋଜ ଏବଂ ବିଘ୍ନରାଜ ଗୁରୁତର ଅବସ୍ଥାରେ ଆହତ ହୋଇ ରାସ୍ତାକଡ଼ରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ଦେଖିବା ପରେ ଉଦ୍ଧାର କରି ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସରୋଜଙ୍କୁ ମୃତ ଘୋଷଣା କରିଥିବାବେଳେ ବିଘ୍ନରାଜଙ୍କ ଚିକିତ୍ସା ଚାଲିଥିବା ଡାକ୍ତର ଏନ୍‌ ଜୟ ପ୍ରକାଶ କହିଛନ୍ତି। ଘଟଣାସ୍ଥଳରେ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ସୁନୀଲ ସେଠୀ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି। ଏଥିସହିତ ବାଇକ୍‌ ଓ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛନ୍ତି।