ରାମନାଗୁଡ଼ା ବ୍ଲକ ସ୍ତରୀୟ ଚଇତି, ୨୦୨୫ଆସନ୍ତା ୦୭ ତାରିଖ ରେ ଅନୁଷ୍ଠିତ ହେବ
ରାୟଗଡ ( ଅମୁଲ୍ୟ ନିଶଙ୍କ ) ରାୟଗଡ ଜ଼ିଲ୍ଲା ର ରାମନାଗୁଡ଼ା ବ୍ଲକ ସ୍ତରୀୟ ଚଇତି ମୋହତ୍ସବ ୨୦୨୫ ଚକିତ ମାସ ୦୭ ତାରିଖରେ ଆଦର୍ଶ ବିଦ୍ୟାଳୟ ନିକଟସ୍ଥ ମିନିଷ୍ଟାଡିଅମ ଠାରେ ଅନୁଷ୍ଠିତ ହେବ ବୋଲି ପବିତ୍ର ମଣ୍ଡଳ ଅଧକ୍ଷ ବ୍ଲକ ସଂକୃତିକ ପରିଷଦ ତଥା ଗୋଷ୍ଠି ଉନୟନ ଅଧିକାରୀ ରାମନାଗୁଡ଼ା ଜଣାଇଛନ୍ତି l ବିଡ଼ିଓ ଙ୍କ ସହିତ ବ୍ଲକ ଗ୍ରାମପଞ୍ଚାୟତ ଅଧିକାରୀଙ୍କ ସମତେ ବହୁ ଚଇତି କମିଟି ମେମ୍ବର l ମନ୍ଦିର କୁ ଯାଇ ପ୍ରଥମ ନିମନ୍ତ୍ରଣ ପତ୍ର ମା ଙ୍କୁ ଦେଇଥିଲେ l ଚଇତି ୨୦୨୫ ଉପଲକ୍ଷେ ଚଳିତ ମାସ ୦୭ ତାରିଖ ସକାଳ ୦୮. ୩୦ ସମୟରେ ପାଳୁପାଇ ଶିବ ମନ୍ଦିର ମନ୍ଦିର ରେ ପୂଜାଅର୍ଚନା କରି କଳସ ଯାତ୍ରା ମୁଖ୍ୟ ରାସ୍ତା ଦେଇ ଚଇତି ମଣ୍ଡପ ରେ ଦିନ, ୦୯. ୩୦ ଠାରୁ ୧୧. ୩୦ ଘଂଟିକା ସମୟ ମଧ୍ୟରେ ଚଇତି ମଣ୍ଡପ ରେ ପହଂଚିବ l ଉଦଘାଟନ ଉତ୍ସବ, ଅପରାହ୍ନ ୦୨ ସମୟରେ ଅନୁଷ୍ଠିତ ହେବ l ଏହା ପରେ ପରେ ମୁଖ୍ୟ ଅତିଥି ଙ୍କ ଅଭିଭାଷଣ, ସାଂସ୍କୃତିକ କାର୍ଯ୍ୟକ୍ରମ, ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଓ କରାଯିବ ବୋଲି ଚଇତି ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି l
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ସପ୍ତଗିରି ଉଲାକା ସାଂସଦ କୋରାପୁଟ ସମ୍ମାନିତ ଅତିଥିଭାବେ ନୀଳମାଧବ ହିକକା ବିଧାୟକ ବିଷମକଟକ, କାଡ୍ରକା ଆପାଳସ୍ୱାମି ବିଧାୟକ ରାୟଗଡ, ସତ୍ୟଜିତ ଗମାଙ୍ଗ ବିଧାୟକ ଗୁଣୁପୁର ସରସ୍ବତୀ ମାଝୀ ଅଧକ୍ଷା ଜ଼ିଲ୍ଲା ପରିଷଦ ରାୟଗଡ, ଆଶୁତୋଷ କୁଲକାର୍ଣ୍ଣି ଜ଼ିଲ୍ଲାପାଳ ରାୟଗଡା, ସ୍ଵାତି ଏସ କୁମାର ଏସ ପି ରାୟଗଡ, ସଚିନ ଆନାସାହେବ ଓଲ ଡ଼ିଏଫଓ ରାୟଗଡ, ଅକ୍ଷୟ ଖେମୁଣ୍ଡୁ ମୁଖ୍ୟ ଉନ୍ନୟନ ତଥା ନୁର୍ବାହୀ ଅଧିକାରୀ ଜ଼ିଲ୍ଲା ପରିଷଦ ରାୟଗଡ, ନବୀନ ଚନ୍ଦ୍ର ନାୟକ ଅତିରିକ୍ତ ଜ଼ିଲ୍ଲାପାଳ ରାୟଗଡ, ନିହାର ରଂଜନ କହ୍ନର ଅତିରିକ୍ତ ଜ଼ିଲ୍ଲାପାଳ ରାୟଗଡ, ରମେଶ ଚନ୍ଦ୍ର ଜେନା ଉପ ଜ଼ିଲ୍ଲାପାଳ ରାୟଗଡ, ସରବିଶଙ୍କର ଗମାଙ୍ଗ ଅଧକ୍ଷ ରାମନାଗୁଡ଼ା ପଂଚାୟତ ସମିତି, ହଳଧର ଉପାଧକ୍ଷା ରାମନାଗୁଡ଼ା ପଂଚାୟତ ସମିତି, ଓ ସମସ୍ତ ନିର୍ବାଚିତ ଜ଼ିଲ୍ଲା ପରିଷଦ ସଭ୍ୟ ସଭ୍ୟା, ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ରାମନାଗୁଡ଼ା ବ୍ଲକ ଯୋଗ ଦେବେ ବୋଲି ଗୋଷ୍ଠି ଉନ୍ନୟନ ଅଧିକାରୀ ଜଣାଇଛନ୍ତି l ଚଳିତ ମାସ ୦୭ ତାରିଖରେ ବହୁ ସଂଖ୍ୟା ରେ ଜନସାଧାରଣ ଏହି ବ୍ଲକ ସ୍ତରୀୟ ଚଇତି ୨୦୨୫ ରେ ଯୋଗ ଦେବା ନିମନ୍ତେ କମିଟି ପକ୍ଷରୁ ଅନୁରୋଧ କରାଯାଇଛି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ
