ରା,ଉଦୟଗିରିରେ ବଢୁଛି ମଶାଙ୍କ ପ୍ରାଦୂର୍ଭାବ ; ଲୋକେ କଲବଲ

ରା,ଉଦୟଗିରିରେ ବଢୁଛି ମଶାଙ୍କ ପ୍ରାଦୂର୍ଭାବ ; ଲୋକେ କଲବଲ
Spread the love

ରା,ଉଦୟଗିରିରେ ବଢୁଛି ମଶାଙ୍କ ପ୍ରାଦୂର୍ଭାବ ; ଲୋକେ କଲବଲ

ଗଜପତି,୧୦/୧୨,-ମନୋଜ ପାଢୀ / ଦିନକୁ ଦିନ ଆର, ଉଦୟଗିରି ସହରରେ ବଢୁଛି ମଶାଙ୍କ ଉପଦ୍ରବ I ସଞ୍ଜ ନଇଁ ଗଲେ ଏହି ଉପଦ୍ରବ ବହୁ ଗୁଣିତ ହୋଇ ଯାଉଛି I ମଶା କାମୁଡ଼ାରେ ସହରବାସୀ କଲବଲ ହେଉଛନ୍ତି I ଛୋଟ ଶିଶୁ ଏବଂ ବୃଦ୍ଧ ବୃଦ୍ଧାଙ୍କ ଅବସ୍ଥା କହିଲେ ନସରେ I ସହରର ବିଭିନ୍ନ ନାଳ ନର୍ଦ୍ଦମାରେ କ୍ରମାଗତ ଭାବେ ମଶା ବଂଶ ବୃଦ୍ଧି ପାଇବାରେ ଲାଗିଛି I ସହରର ବସ୍ ଷ୍ଟାଣ୍ଡ୍ ,ପରିବା ବଜାର ସମେତ ବିଭିନ୍ନ ସାହିରେ ମଶାଙ୍କ ଦୌରାତ୍ମ୍ୟରେ ଲୋକେ ଅତିଷ୍ଠ ହୋଇ ପଡିଲେଣି I ଏପଟେ ମଶା ବୃଦ୍ଧି ପାଇବା ଯୋଗୁଁ ସହରରେ ମ୍ୟାଲେରିଆ, ଡେ଼ଙ୍ଗୁ ଭଳି ରୋଗ ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଛି I ଏଣୁ ଏଦିଗରେ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଇ ମଶା ନିବାରଣ ଦିଗରେ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି I ରା, ଉଦୟଗିରି ଗ୍ରାମର କିଛି ବେପାରୀମାନେ ରାସ୍ତାର ଦୁଇ ଡ୍ରେନ୍ ଅତିସାର କରାଯାଉଥଗଲେ ପଞ୍ଚାୟତ ପ୍ରଶାସନ କାହିଁକି ଚୁପ୍ ରହିଛି ।