ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଚୋରୀକୁ ନେଇ ଚର୍ଚ୍ଚା ।

ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଚୋରୀକୁ ନେଇ ଚର୍ଚ୍ଚା ।
Spread the love

ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଚୋରୀକୁ ନେଇ ଚର୍ଚ୍ଚା ।

ଗଜପତି, ୨୨.୧୨.୨୦୨୫(ମନୋଜ ପାଢ଼ୀ):ଗାଇବା ମେଡିକାଲର ଚୋରୀ ଘଟଣାରେ ପଦାରେ ପଡିଛି କର୍ତ୍ତୃପକ୍ଷଙ୍କ ଅବହେଳା। ସରକାର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟକ୍ଷେତ୍ରରେ ଉନ୍ନତି ଆଣିବା ଓ ସାଧାରଣ ଲୋକଙ୍କ ତ୍ୱରିତ ଚିକିତ୍ସା ନିମନ୍ତେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଅତ୍ୟାଧୁନିକ ଯନ୍ତ୍ରାଂଶ ଗାଇବା ମେଡିକାଲକୁ ଦେଇଥିଲେ।

ଏହି ଲକ୍ଷାଧିକ ଟଙ୍କାର ମେସିନକୁ ପରିଚାଳିତ କରିବା ଓ ଯତ୍ନରେ ରକ୍ଷଣା ବେକ୍ଷଣା ମେଡିକାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ଅଟେ। ଯେଉଁ କୋଠରୀରେ ମୂଲ୍ୟବାନ ମେସିନ ଗୁଡିକ ରଖାଯାଉଥିଲା ସେହି କୋଠରୀରେ ତାଲା ପଡୁନଥିଲା ଏମିତିକି କବାଟ ମଧ୍ୟ ପଡୁନଥିଲା। ଯେତେବେଳେ ଚୋର କୋଠରୀର ପଛ ଭାଗର ସ୍କାଏ ଲାଇଟ ଭାଙ୍ଗି ଭିତରେ ପ୍ରବେଶ କଲା ସେସମୟରେ ଅନ୍ୟ କୋଠରୀର ତିନୋଟି କବାଟ ଖୋଲା ଥିଲା ଯୋଦ୍ୱାରା ଚୋର ସହଜରେ ଅନ୍ୟ କୋଠରୀକୁ ଯାଇ ଚୋରିକରିନେଇଥିଲା।

ପୂର୍ବରୁ ମଧ୍ୟ ଥରେ ଚୋରିକରିବା ପାଇଁ ମେଡିକାଲ ଭିତରେ ପଶିଥିଲେ କିନ୍ତୁ ରାତ୍ର ଜଗୁଆଳିଙ୍କ ନଜରକୁ ଆସିଯାଇଥିବା ହେତୁ ଚୋର ବିଫଳ ହୋଇଥିଲେ। ଚର୍ଚ୍ଚାର ବିଷୟକି ପୂର୍ବ ଘଟଣାକୁ ନେଇ ମେଡିକାଲ କର୍ତ୍ତୃପକ୍ଷ କିଛି ସଜାଗ ନଥିବା ଜଣାପଡିଛି। ଏ ସମ୍ପର୍କରେ ୱାଇ. ସି ରାମ କୃଷ୍ଣ ଦାସଙ୍କୁ ପଚାରିବାରୁ ତଦନ୍ତ ଚାଲିଛି ତଦନ୍ତ ପରେ ପ୍ରକୃତ ଚୋରୀକୁ ଧରାଯିବ ବୋଲି କହିଛନ୍ତି।