ମୃତ୍ୟୁ ପରେ ଚକ୍ଷୁ ଦାନ କଲେ ପରିବାର ବର୍ଗ.

ମୃତ୍ୟୁ ପରେ ଚକ୍ଷୁ ଦାନ କଲେ ପରିବାର ବର୍ଗ.
Spread the love

ମୃତ୍ୟୁ ପରେ ଚକ୍ଷୁ ଦାନ କଲେ ପରିବାର ବର୍ଗ….

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୨୨-୧୧-୨୦୨୫ରିଖ (ଶନି ବାର)ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ କୁଠାର ପାଲି ଗ୍ରାମ ର ସ୍ବର୍ଗତ ପଣ୍ଡିତ ଗଜେନ୍ଦ୍ର ଦାଶ ଙ୍କ ବଡ଼ ପୁଅ ପ୍ରଦୀପ ଦାଶ ଙ୍କ ଗତ କାଲି ରାତି ରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆକସ୍ମିକ ଭାବ ରେ ମୃତ୍ୟୁ ହୋଇଥଲା।ଚକ୍ଷୁ ଦାନ ପାଇଁ ନିଷ୍ଠା ପରିବାର ତରଫ ରୁ ପରିବାର ବର୍ଗ ଙ୍କ ସହ ଆଲୋଚନା କରାଯାଇଥିଲା।ବାପା ଙ୍କ ଆଖି ରେ ଆଉ ଦୁଇ ଜଣ ରଙ୍ଗୀନ ଦୁନିଆଁ ଦେଖି ପାରିବେ ଭାବି ବାପା ଙ୍କ ଚକ୍ଷୁ ଦାନ ପାଇଁ ସହମତି ପ୍ରକାଶ କରିଥିଲେ ପୁଅ ରୁପେଶ୍ଵର ଦାଶ।ଟେକ୍ନିସିଏନ ସୁନିଲ ସା ଙ୍କ ଦ୍ଵାରା ଚକ୍ଷୁ ଦାନ ପ୍ରକ୍ରିୟା ଶେଷ ହୋଇଥିଲା।ମାରୱାଡ଼ି ମହିଳା ସମିତି ବରଗଡ ଶାଖା ର ଅଞ୍ଜୁ ମିତ୍ତଲ ସହଯୋଗ କରିଥିଲେ।ଏହି ମହତ କାମ ରେ ସ୍ବର୍ଗତ ପ୍ରଦୀପ ଦାଶ ଙ୍କ ଧର୍ମ ପତ୍ନୀ ସୁଭାସିନି ଦାଶ, ପୁଅ ରୁପେଶ୍ୱର ଦାଶ ଝିଅ ବବଲି କର, ଜ୍ବାଇଁ ପ୍ରତାପ କର, ନାତି ଶୁଭମ କର ଓ ଭଣଜା ତଥା ନିଷ୍ଠା ପରିବାର ର ସଭାପତି ଶ୍ରୀଯୁକ୍ତ ଅଶ୍ୱିନୀ ତ୍ରିପାଠୀ ଉପସ୍ଥିତ ଥିଲେ।