ମିଗ କଳିଙ୍ଗ ବୈଶ୍ୟ ସମାଜର ବାର୍ଷିକ ଅଧିବେଶନ

ମିଗ କଳିଙ୍ଗ ବୈଶ୍ୟ ସମାଜର ବାର୍ଷିକ ଅଧିବେଶନ
Spread the love

ମିଗ କଳିଙ୍ଗ ବୈଶ୍ୟ ସମାଜର ବାର୍ଷିକ ଅଧିବେଶନ

ସେମିଳିଗୁଡା ସ୍ଥିତ ଗାୟତ୍ରୀ ପଡିଆରେ ମିଗ ଆଞ୍ଚଳିକ ବୈଶ୍ୟ ସମାଜର ୭ମ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି | ରାଜ୍ୟ ସଭାପତି କେ ନାରାୟଣ ପାତ୍ର ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନେକ କଲ୍ୟାଣ ମୂଳକ କାର୍ଯ୍ୟ କରିବାର ପ୍ରତିଶୃତି ଦେଇଛନ୍ତି | ସେହିପରି ମୁଖ୍ୟ ବକ୍ତା ଭାବରେ ବି ନାରାୟଣ ପାତ୍ର ଯୋଗ ଦେଇ ସମାଜର ଗାରିମାମୟ ଇତିହାସ ଉପରେ ଆଲୋକପାତ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟ୍ୟରେ ଏ ସୁରେଶ ପାତ୍ର, ବି ବାଳକୃଷ୍ଣ ପାତ୍ର, ପ୍ରେମ ପୃଷ୍ଟି, ଡ଼ ରାଜେନ୍ଦ୍ର ପାତ୍ର ଆଦି ଅତିଥି ଭାବରେ ଯୋଗ ଦେଇଥିଲେ | ଅବିଭକ୍ତ କୋରାପୁଟ ଜିଲ୍ଲାର ୮ଗୋଟି ପେଣ୍ଠକୁ ରୁ ଶତାଧିକ ସଦସ୍ୟ ଯୋଗ ଦେଇଥିଲେ | ବିଭିନ୍ନ ବର୍ଗରେ ବହୁ ପ୍ରତିଭାକୁ ସମ୍ବର୍ଦ୍ଧିତ କରାଯାଇଥିଲା | ବିଭିନ୍ନ ପେଣ୍ଠ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | ମିଗ ଆଞ୍ଚଳିକ ବୈଶ୍ୟ ସମାଜର ସଭାପତି ସି ରବୀନ୍ଦ୍ର ପାତ୍ର, ସମ୍ପାଦକ ଟୁନା ପାତ୍ର, ବିରଂଚି ପାତ୍ର, ସନ୍ତୋଷ ପାତ୍ର, କୁନା ପାତ୍ର, ଶଙ୍କର ପାତ୍ର ଆଦି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |