ମାମାଣିକେଶ୍ବରୀ ମନ୍ଦିରରୁ ଶୁଭାରମ୍ଭ ହେଲା ରାୟଗଡା ଜିଲ୍ଲାର ଗଣ ପର୍ବ ଚଇତି

ମାମାଣିକେଶ୍ବରୀ ମନ୍ଦିରରୁ ଶୁଭାରମ୍ଭ ହେଲା ରାୟଗଡା ଜିଲ୍ଲାର ଗଣ ପର୍ବ ଚଇତି
Spread the love

ମାମାଣିକେଶ୍ବରୀ ମନ୍ଦିରରୁ ଶୁଭାରମ୍ଭ ହେଲା ରାୟଗଡା ଜିଲ୍ଲାର ଗଣ ପର୍ବ ଚଇତି
ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ମାମାଣିକେଶ୍ବରୀଙ୍କ ପୀଠରୁ ରାୟଗଡା ଜିଲ୍ଲାର କଳା,ସାହିତ୍ୟ,ସଂସ୍କୃତି ଏବଂ ପରମ୍ପରାର ଗଣ ପର୍ବ ଚଇତି ୨୦୨୫ ଶୁଭାରମ୍ଭ ହୋଇଯାଇଛି।ମଙ୍ଗଳବାର ଦିନ ସକାଳ ସମୟରେ କାଶୀପୁର ପାହାଡ ଉପତ୍ୟକା ଢୋଲ,ସଲପ ନିଶାନ ଓ ଚାଙ୍ଗୁର ଶବ୍ଦରେ କମ୍ପିଉଠିଥିଲା।ମଞ୍ଚରେ ଧାଙ୍ଗଡା ଧାଙ୍ଗିଡିଙ୍କ ଘୁଙ୍ଗୁରର ଶବ୍ଦ ଡଙ୍ଗର ପଥରରେ ବାଜି ପ୍ରକମ୍ପିତ ହେଉଥିଲା।ଡଙ୍ଗରିଆ ରମଣିଙ୍କ ପାରମ୍ପାରିକ ବେଶଭୂଷା,ସାଧାରଣ ଜନତାଙ୍କ ସମାଗମ ଓ ଜିଲ୍ଲା ପ୍ରସାସନର ଗହଳ ଚହଳ ଭିତରେ ଆରମ୍ଭ ହୋଇଯାଇଛି ଜିଲ୍ଲା ସ୍ତରୀୟ ଉଦଘାଟନ ସମାରୋହ ଏବଂ କାଶୀପୁରରେ ବ୍ଲକ ସ୍ତରିୟ ଚଇତି ମହୋତ୍ସବ।ଜିଲ୍ଲା ଭିତରେ ଲୁଚି ରହିଥିବା ଲୋକକଳା ଓ ଆଦିମ ସଂସ୍କୃତିକୁ ବଞ୍ଚାଇରଖିବା ପାଇଁ ଏହି ମହୋତ୍ସବ ବ୍ଲକ ବାସିଙ୍କ ମନରେ ଗଭୀର ଉତ୍ସାହ ଭରି ଦେଇଛି।ପୂର୍ବ ନିର୍ଦ୍ଧାରିତ ସମୟରେ,ରାୟଗଡା ବିଧାୟକ କାଡ୍ରାକା ଆପଲସ୍ବାମୀ, ଜିଲ୍ଲାପରିସଦ ଅଧ୍ୟକ୍ଷା ସରସ୍ବତୀ ମାଝୀ,ରାୟଗଡା ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଜିଲ୍ଲା ସଂସ୍କୃତି ପରିସଦ ଆଶୁତୋସ କୁଲକଣ୍ଣୀ,ରାୟଗଡା ଅତିରିକ୍ତ ଜିଲ୍ଲାପାଳ ନିହାର ରଂଜନ କହଁର,ରାୟଗଡା ମୁଖ୍ୟ ଉନ୍ନୟନ ତଥା ନିର୍ବାହି ଅଧିକାରୀ ଜିଲାପରିସଦ ଅକ୍ଷୟ କୁମାର ଖେମୁଣ୍ଡୁ,ରାୟଗଡା ଉପଜିଲ୍ଲାପାଳ ରମେଶ ଜେନା,କାଶୀପୁର ବ୍ଲକ ଅଧ୍ୟକ୍ଷ କଣ୍ଠ ମାଝୀ,ବ୍ଲକ ଉପାଧ୍ୟକ୍ଷା କୁନି କୁମାରି ନାଏକ କାଶୀପୁର ବ୍ଲକର ସମସ୍ତ ରାଜନୈତିକ ଦଳର କର୍ମୀମାନଙ୍କ ଭଳି ମାନ୍ୟଗଣ୍ୟ ବିକ୍ତିତ୍ବ ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ଅଧିଷ୍ଠାତ୍ରି ଦେବି ମା ମାଣୀକେଶ୍ବରୀ ମନ୍ଦିରରେ ପହଁଞ୍ଚିଥିଲେ।

ପ୍ରଥମେ ପୂଜାର୍ଚନା ପରେ ମାଣୀକେଶ୍ବରୀ ପୀଠରୁ ଜ୍ୟୋତି ସଂଗ୍ରହ ଓ କଳସ ଯାତ୍ରା ଆୟୋଜନ କରାଯାଇ ସଲପ ନିସାନର ତାଳ ଝଜ୍ଜାର ଶବ୍ଦ ସହ ପାରମ୍ପରିକ ବାଦ୍ୟ ରେ ଏକ ବିସାଳ ସଭାଯାତ୍ରକରି ବ୍ଲକ ପଡିଆ ପରିସରରେ ଆୟୋଜନ ମଞ୍ଚ ନିକଟକୁ ଅଣାଯାଇଥିଲା। ମଞ୍ଚରେ ଜ୍ୟୋତି ସ୍ଥାପନା ସହ ଜିଲ୍ଲା ସ୍ତରୀୟ ଚଇତିର ଶୁଭ ଉଦଘାଟନ କରିଥିଲେ।ଅତିଥି ମାନେ ନିଜ ଅଭିଭାଷଣରେ ସେ କହିଥିଲେଯେ, ସଭ୍ୟ ସମାଜର ଜନମାନସରୁ ଆମ ଅଞ୍ଚଳର ସମୃଦ୍ଧ ସଂସ୍କୃତି ଓ ପରମ୍ପରା ହଜି ହଜି ଗଲାବେଳେ ସେ ସବୁର ପୂନଃର୍ଦ୍ଧାରଣ ସାଙ୍ଗକୁ ନବପ୍ରତିଭାର ସନ୍ଧାନ ଓ ବିକାଶ ନିମନ୍ତେ ପାଳିତ ହେଉଅଛି ଲୋକ ମହୋତ୍ସବ ଚଇତି।ଏହା ସହ ଏମାଟି ଆଦିବାସି ପରମ୍ପରାର ମାଟି,ଏହି ମାଟିରେ ଅନେକ କଳା ଓ ସଂସ୍କୃତି ଭରି ହୋଇରହିଛି।ଏହାକୁ ସାଉଁଟିବା ପାଇଁ ଚଇତି ଭଳି ମଞ୍ଚର ଆବଶ୍ୟକ ରହିଛି। ସ୍ଥାନିୟ ଲୋକଙ୍କୁ ନେଇ କଳା ଓ ସଂସ୍କୃତିର ବିକାସ ଚଇତି ମହୋତ୍ସବର ମୂଳ ଲକ୍ଷ ବୋଲି ଏବଂ ଜିଲ୍ଲାରେ ଲୋକାଇତ ହୋଇଥିବା କଳା ଗୁଡିକ ଏହି ମଞ୍ଚରେ ପରିବେସଣ କରି ଲୋକଲଚନକୁ ଆସୁଥିବା ନିଜ ବକ୍ତବ୍ୟରେ ପ୍ରକାସ କରିଥିଲେ।ଏହି ଚଇତି ଉତ୍ସବରେ ପ୍ରସାସନ ତରଫରୁ ବିଭୀଣ୍ଣ ପ୍ରଦର୍ଶନି ମଣ୍ଡପ ଖୋଲାଯାଇଥିଲା।ଏହି ଉତ୍ସବରେ ବିଭିଣ୍ଣ ପଞ୍ଚାୟତ,ଷ୍କୁଲ,କଲେଜ ତରଫରୁ ବିଭିର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେସଣ କରାଯାଇଥିଲା ଏବଂ କଳାହାଣ୍ଡିର ଘୁମୁରା ନୃତ୍ୟ ପରିବେସଣ କରାଯାଇଥିଲା।ମଞ୍ଚରେ କାଶୀପୁରର ପାରମ୍ପାରିକ ଢେମସା ନୃତ୍ୟରେ ଝୁମିଥିଲେ ଦର୍ଶକ।

ନୃତ୍ୟଶିଳପିଙ୍କ ଢେମସା,ରସରକେଲି,ଏକାଙ୍କିକା ପଡିଆରେ ଭରପୂର ଦର୍ଶକ ଉପଭୋଗ କରିଥିଲେ।ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା ଜିଲ୍ଲାପରିସଦ,ସମିତି ସଭ୍ୟସଭ୍ୟା,ସରପଞ୍ଚ,ଗୋଷ୍ଠୀଉନ୍ନୟନ ଅଧିକାରି ମାନଙ୍କୁ ସମ୍ମାନୀତ କରାଯାଇଥିଲା।ଏହା ସହ କାଶୀପୁର ବ୍ଲକର ଅନେକ ଯୁବ ପ୍ରତିଭାଙ୍କୁ ମଧ୍ୟ ଅତିଥିମାନେ ପୁରସ୍କାର ପ୍ରଦାନ କରିବା ସହିତ ସମ୍ମାନୀତ କରିଥିଲେ।ସମସ୍ତ ବ୍ଲକରୁ ଆସିଥିବା ଅତିଥି ମାନେ ମଞ୍ଚରେ ସ୍ଥାପନ କରାଯାଇଥିବା କଳସକୁ ନେଇ ନିଜ ନିଜ ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ହୋଇଥିବା ତାରିଖ ସୂଚି ପ୍ରକାରେ ବ୍ଲକ ସ୍ତରୀୟ ଚଇତି ମହତ୍ସୋବ ପାଳନ କରିବେ।ସାମଗ୍ରୀକ ପରିଚାଳନାରେ ବ୍ଲକର ସମସ୍ତ ଜିଲ୍ଲା ପରିସଦ, ସରପଞ୍ଚ,ସମିତି ସଭ୍ୟ,ସଭ୍ୟା,ସମସ୍ତ ବ୍ଲକ ପ୍ରସାସନ,ଗାମ୍ରବାସି ସହାୟତା କରିଥିଲେ।ଶେସରେ କାଶୀପୁର ବିଡିଓ ସୁଜିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।