ମହେନ୍ଦ୍ରତନୟା ନଦୀରେ ଜଳସେଚନ ବିଭାଗର ପଥରବନ୍ଧ ନିର୍ମାଣରେ ତ୍ରୁଟି ।

Spread the love

ମହେନ୍ଦ୍ରତନୟା ନଦୀରେ ଜଳସେଚନ ବିଭାଗର ପଥରବନ୍ଧ ନିର୍ମାଣରେ ତ୍ରୁଟି ।

ଗଜପତି (ମନୋଜ ପାଢୀ): ଗଜପତି ଜିଲ୍ଲା ଗୋଷାଣି ବ୍ଲକ ବାପୁଜିପେଣ୍ଠ ଠାରୁ ଶରଧାପୁର ମଧ୍ୟରେ ପ୍ରବାହିତ ହେଉଥିବା ମହେନ୍ଦ୍ରତନୟା ନଦୀର ଦୁଇ ପାର୍ଶ୍ୱରେ ୪ ମାସ ହେଲା ଜଳସେଚନ ବିଭାଗ ଦ୍ୱାରା ପଥରବନ୍ଧ ନିର୍ମାଣ କାମ ଚାଲୁ ରହିଛି। ତେବେ ନିର୍ମାଣ କାର୍ଯ୍ୟରେ କେତେକ ତ୍ରୁଟି ରହିଥିବା ଯୋଗୁଁ ଉଠାଜଳସେଚନ ବିଭାଗର ପମ୍ପ ହାଉସ ଭୁଶୁଡି ପଡିବା ନେଇ ଅଞ୍ଚଳ ବାସୀ ଉଦବେଗ ପ୍ରକାଶ କରି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତିଯେ, ମହେନ୍ଦ୍ରତନୟା ନଦୀ ତଟରେ ଉଠାଜଳସେଚନ ବିଭାଗ ଦ୍ବାରା ଚାଷଜମିକୁ ଜଳସେଚନ ପାଇଁ ପମ୍ପହାଉସ ରହିଛି। ହେଲେ ନ‌ଦୀ ତଟରେ ଥୂବା ପମ୍ପହାଉସ ଗୁଡିକ ପଛ ପାର୍ଶ୍ଵରେ ପଥର ପ୍ୟାକିଂ ନକରି ଛାଡି ଦିଆଯାଇଥିବାରୁ ତାହା ବିପଦସଂକୁଳ ଅବସ୍ଥାରେରହିଛି। କୌଣସି ସମୟରେ ପମ୍ପଗୃହ ଭୁଶୁଡିବାର ଆଶଙ୍କା ଦେଖା ଦେଇଛି। ଏହାକୁ ନେଇ ବାପୁଜୀପେଣ୍ଠ ଅଞ୍ଚଳ ଚାଷୀ ପଥରବନ୍ଧ ନିର୍ମାଣ କରୁଥିବା ଠିକାଦାରଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧୂକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପମ୍ପହାଉସ ନମ୍ବର ୩ ଓ ୫ର ପଛପାର୍ଶ୍ଵରେ ପଥର ପ୍ୟାକିଂ ନ ଦେଲେ ସେସବୁ କୌଣସି ସମୟରେ ଭୁଶୁଡିବା ଆଶଙ୍କା ରହିଛି| ଏସମ୍ପର୍କରେ ଚାଷୀ ଜଳସମ୍ପଦ ବିଭାଗ ନିକଟରେ ଅଭିଯୋଗ କରିବା ପରେ ଶୁକ୍ରବାର ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ମୋହିତ ଆଚାର୍ଯ୍ୟଙ୍କ ସମେତ କନିଷ୍ଠଯନ୍ତ୍ରୀ ଏବଂ ଚାଷୀମାନେ ପମ୍ପହାଉସ୍ ଓ ନଦୀତଟ ବୁଲି ପରିସ୍ଥିତିର ଅନୁଧ୍ୟାନ କରିଥିଲେ ।