ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ୭୮ ତମ ଏନସିସି: ଦିବସ ପାଳିତ ।

ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ୭୮ ତମ ଏନସିସି: ଦିବସ ପାଳିତ ।
Spread the love

ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ୭୮ ତମ ଏନସିସି: ଦିବସ ପାଳିତ ।

ଗଜପତି -ମନୋଜ ପାଢୀ/ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ୭୮ ତମ ଏନସିସି: ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅବସର-ପ୍ରାପ୍ତ ଭାରତୀୟ ଆକାଶ ବାହିନୀର ଅଧିକାରୀ ଶ୍ରୀ ଶିବ ପଟ୍ଟନାୟକ ଯୋଗ ଦେଇ ଏନସିସି: ପତାକା ଉତ୍ତୋଳନ କରିଥିଲେ।ଏହି ପରିପ୍ରେକ୍ଷୀରେ (ଉଭୟ ଆର୍ମି ଓ ନାଭାଲ) ଉଇଙ୍ଗସ ରେ ଏନସିସି: କ୍ୟାଡେଟ ମାନେ ଉଚ୍ଚ ମାନର ପ୍ୟାରେଡ କରି ଆଜିର ଦିବସ ପାଳନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମୋନାଲିସା ଦାସ ,ଏନସିସି: (ଆର୍ମି )ପ୍ରମୁଖ ଅଧିକାରୀ ଶ୍ରୀ ଜଗନ୍ନାଥ ପଟ୍ଟନାୟକ , ନେଭାଲ ଅଧିକାରୀ ଶ୍ରୀ ସୋମନାଥ ଦାସ ଓ ଶିକ୍ଷକ ଡି: ଶ୍ରୀରାମ ମୂର୍ତ୍ତୀ ପ୍ରମୁଖ ଉପସ୍ଥିତ ରହି ଆଜିର ଏହି ଦିବସ କୁ ସୁଚାରୁ ରୂପେ ପରିଚାଳନା କରିଥିଲେ।ଅତିଥି ମାନେ ମୁଖ୍ୟତଃ କ୍ୟାଡେଟ ମାନେ କିଭଳି ନିଜ ଭବିଷ୍ୟତ ଜୀବନରେ ଏକତା ଓ ଶୃଙ୍ଖଳା ସହ ଦେଶ ଗଠନରେ ବ୍ରତୀ ହୋଇ ପାଇପାରିବେ ବୋଲି ଅତିଥି ନିଜ ଅଭିଭାଷଣରେ ଗୁରୁତ୍ୱାରୋପ କରିଥିଲେ।ଏନସିସି: ଦିବସ ଉପଲକ୍ଷେ କରା ଯାଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତୀ କ୍ୟାଡେଟ ମାନଙ୍କୁ ପୁରସ୍କୃତ କରା ଯାଇଥିଲା।ପରିଶେଷରେ ଜାତୀୟ ସଙ୍ଗୀତ “ଵନ୍ଦେ ମାତରମ” ଗାନ କରାଯାଇ କାର୍ଯ୍ୟକ୍ରମର ସମାପ୍ତ କରା ଯାଇଥିଲା ।ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ଆୟୋଜନ କରିଥିଲେ।