ଭେଡେନ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବନ୍ଦ ଡ଼ାକରା ସଂପୂର୍ଣ୍ଣ ଭାବେ ସଫଳ ହୋଇଥିଲା।

Spread the love

ଭେଡେନ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବନ୍ଦ ଡ଼ାକରା ସଂପୂର୍ଣ୍ଣ ଭାବେ ସଫଳ ହୋଇଥିଲା।

ବରଗଡ – ( ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଫକୀର ମୋହନ କଲେଜ ର ଛାତ୍ରୀ ସୌମ୍ୟଶ୍ରୀ ବିଶି କଂ ଆତ୍ମହତ୍ୟା ର ନିରପେକ୍ଷ ତଦନ୍ତ, ପରିବାର ଉଚିତ ନ୍ୟାୟ ପ୍ରଦାନ କରିବାକୁ ବନ୍ଦ ଆହ୍ଵାନ ଦେଇଥିଲେ। ଭେଡେନ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବ୍ଲକ ସଭାପତି ରମେଶ ଚନ୍ଦ୍ର ପଣ୍ଡା ନେତୃତ୍ବରେ ବନ୍ଦ ହୋଇଥିଲା। ଏଥିରେ ଅତାବିରା ବିଧାୟକ ପ୍ରାର୍ଥୀ ଅଭିଶେକ ସେଠ,ପୂର୍ବତନ ରେମଣ୍ଡା ସରପଞ୍ଚ ରାମେଶ୍ଵରୀ ନଂଦ ଦଶରଥ ମେହେର, ମାଧବ ସାହୁ,ସଞ୍ଜୟ ନନ୍ଦ, ଦୋଳଗୋବିନ୍ଦ ବେହେରା, ଦିଲିପ ଦାସ, ଅଲେଖ ବେହେରା, ଲକ୍ଷ୍ମୀନାରାୟଣ ପାଢ଼ୀ, ବୀରସେନ ଖମାରୀ, ଛୁଆବାବୁ, କାନ୍ନା ପାଣିଗ୍ରାହୀ ଓ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ପିକେଟିଂ କରି ଭେଡେନ ଅଂଚଳ ସମସ୍ତ ଛକ, ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଯାନବାହାନ ଚଳାଚଳ ବନ୍ଦ କରିବାରେ ସଫଳ ହୋଇଥିଲେ।ଭେଡେନ ଅଂଚଳର ଥୁଆପାଲି ଛକ, ଲୁପୁରସିଂହା ଛକ, ପପଙ୍ଗା ଛକ, ମହୁଲପାଲି, ସହଁରାଟିକରା ଅଂଚଳର ଜନସାଧାରଣ ସ୍ୱତଃପ୍ରବୃତ୍ତ ଭାବେ ବନ୍ଦ ହେବାରେ ସମର୍ଥନ, ସହଯୋଗ କରିଥିଲେ। ଭେଡେନ ଥାନା ପୋଲିସ ପକ୍ଷରୁ ଆଇଆଇସି ସୁଶାନ୍ତ କୁମାର ଦାଶ ପ୍ରତ୍ୟକ୍ଷ ଶାନ୍ତି ଶୃଙ୍ଖଳା ସମଗ୍ର ଭେଡେନ ଅଂଚଳରେ ରକ୍ଷା ପାଇଁ ପୋଲିସ ମୁତୟନ ହୋଇଥିଲେ।