ଭଦ୍ରକରେ ରାଜ୍ୟପାଳଙ୍କ ଯାତ୍ରା, ଉନ୍ନୟନ ଯୋଜନାର ସମୀକ୍ଷା
ଭଦ୍ରକ: ମହାମହିମ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଆଜି ପ୍ରଭାତି ୧୦ଟାରେ ଭଦ୍ରକର ନୂତନ ପ୍ରଦକ୍ଷିଣ ଗୃହରେ ଆୟୋଜିତ ସଭାକୁ ଉପସ୍ଥିତି ହୋଇ ଜିଲ୍ଲାର ସ୍ଥିତି ଓ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିଥିଲେ।ତା’ପୂର୍ବରୁ ପ୍ରାୟ ଅଧଘଣ୍ଟା ପୂର୍ବେ ସେ ଭଦ୍ରକ ଜିଲ୍ଲାର ପ୍ରଥମ ଗ୍ରସ୍ତରେ ନୂତନ ସର୍କିଟ ହାଉସରେ ପହଞ୍ଚିଥିଲେ। ରାଜ୍ୟପାଳଙ୍କ ସହିତ ଉଚ୍ଚଶିକ୍ଷା ଓ ଓଡ଼ିଆ ଭାଷା ସାହିତ୍ୟ ଏବଂ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ।ତା’ପରେ ପ୍ରାୟ ୧୦ଟା ୧୫ରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କ ସହ ରାଜ୍ୟପାଳ ସୌଜନ୍ୟମୂଳକ ସାକ୍ଷାତକାର କରି ବିଭିନ୍ନ କ୍ଷେତ୍ରରେ ଚାଲିଥିବା ପ୍ରକଳ୍ପ ଓ କାର୍ଯ୍ୟସୂଚୀ ଉପରେ ଆଲୋଚନା କରିଥିଲେ।

