ଭଞ୍ଜ ଓ ମଦନ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ……

ଭଞ୍ଜ ଓ ମଦନ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ..
Spread the love

ଭଞ୍ଜ ଓ ମଦନ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ……

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ନିକଟସ୍ଥ ବାହାଡାସାହି ଛକରେ ଶାନ୍ତି, ସହତି ଓ ଭାଇଚାରା ସୃଷ୍ଟି କରିବା ପାଇଁ ଦୀର୍ଘ ଅଣିଶୀ ବର୍ଷ ଧରି ଭଲିବଲ ଟୁର୍ନାମେଣ୍ଟ ଆୟୋଜନ କରୁଛି l ଏବର୍ଷ ଭଞ୍ଜକିଶୋର ଓ ମଦନ ସୁନ୍ଦର ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଆୟୋଜନ କରୁଛି l ଏହି ଟୁର୍ନାମେଣ୍ଟ ତେଇଶି ରୁ ଆରମ୍ଭ ହୋଇ ଅଣ ତିରିଶି ରେ ସରିବ l ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କୁମାର କହଁର ଓ ସମ୍ମାନିତ ଅତିଥିଭାବେ ସମାଜ ସେବୀ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଓ ଟିକାବାଲି କଲେଜ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ l ପ୍ରଥମ ଦିନରେ କଳିଙ୍ଗା ସହ ରୁଦାଙ୍ଗିଆ ର ପ୍ରତିଯୋଗିତା ହୋଇଥିଲା ଏଥିରେ କଳିଙ୍ଗା ଟିମ ବିଜୟୀ ହୋଇଥିଲା l

ଅନୁଷ୍ଠାନ ର ସଭାପତି ପ୍ରଭାଞ୍ଜନ କହଁର କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ଆଲୋଚନା କରିଥିବାବେଳେ ଉପ ସଭାପତି ପ୍ରମୋଦ ଦେହୁରୀ ଅତିଥି ଙ୍କୁ ସ୍ୱାଗତ କରିଥିଲେ l ରେଫେରୀ ଭାବେ ରାଜିଆ କୁମାର ପ୍ରଧାନ ଦାଇତ୍ୱ ତୁଲାଇ ଥିଲେ l ରାଜେଶ କୁମାର ଦିଗାଲ, ମିରେନ ନାୟକ, ପ୍ରଦୀପ କୁମାର କହଁର, ଚିକୁନୁ, ଗୁଡ଼ୁ, ଵିଶାଲ, ରମେଶ, ଆବୁଲ, ସାଗର, ରାଜୁ, କାହ୍ନl, ପରିଚାଳନା କରିଥିଲେ l ଅନୁଷ୍ଠାନ ର ଉପଦେଷ୍ଟା ପ୍ରଶାନ୍ତ କୁମାର ବେହେରା ଶାନ୍ତି ଓ ଭାଇ ଚାରl ପାଇଁ ଶପଥ ପାଠ କରାଇଥିଲେ l ସମ୍ପାଦକ ଶ୍ରୀକାନ୍ତ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l