ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତାର ଉଦଯାପନ ସମାରୋହ************”””””””*
ଆର,ଉଦୟଗିରି(ମନୋଜ ପାଢୀ) ଗଜପତି ଜିଲ୍ଲାର ରା ଉଦୟଗିରି ବ୍ଲକ୍ ଅନ୍ତର୍ଗତ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେ ଏମ ଭାଲିଆସାହି ଠାରେ ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ୧୮ଏବଂ ୧୯ ତାରିଖ ଦୁଇ ଦିନ ଧରି ଚାଲୁଥିବା ଏହି କ୍ରୀଡା ପ୍ରତିଯୋଗିତାର ଗତ କାଲି ଉଦଯାପିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଏବଂ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ତତ୍ତ୍ୱାବଧାନ କ୍ରମେ ଉକ୍ତ କାର୍ଯ୍ୟକ୍ରମ ସଫଳ ହୋଇପରିଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।ଜିଲ୍ଲା ଶିକ୍ଷାଧିକାରୀ ଡ. ମାୟାଧର ସାହୁଙ୍କ ଅନୁମୋଦନ କ୍ରମେ ଏବଂ ଜିଲ୍ଲା କ୍ରୀଡା ନିରୀକ୍ଷକ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ପାତ୍ରଙ୍କ ସହଯୋଗରେ ଏହା ପରିଚାଳିତ ହୋଇଥିଲା। । ରା ଉଦୟଗିରି ବ୍ଲକର ଚେୟାରମେନ ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ଶବର ମୁଖ୍ୟ ଅଥିତି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ସମ୍ମାନିତ ଅତିଥି ଭାବେ ରଣ୍ଡିବା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ସାହୁ, ମୁଖ୍ୟ ବକ୍ତା ଭାବେ ଛେଳିଗଡ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବନମାଳୀ ବଡରଇତ , କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲୋକନାଥ ନାହାକ , ସାଧୁଚରଣ ଦଣ୍ଡସେନା ଏବଂ ଛେଳିଗଡ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଉପସ୍ଥିତ ରହିଥିଲେ।ବ୍ଲକର ୧୮ ଗୋଟି ବିଦ୍ୟାଳୟରୁ ୫୩୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ପ୍ରଥମ ଦିବସରେ ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ ସଟପୁଟ, ଏବଂ ଡିସକସ ଆଦି ଅନୁଷ୍ଠିତ ହୋଇଥିଲା ବେଳେ ଅନ୍ତିମ ଦିବସରେ କବାଡି, ଖୋ ଖୋ, ବ୍ୟାଡ ମିଟନ , ଭଲିବଲ୍ ଆଦି କ୍ରୀଡା ଅନୁଷ୍ଠିତ ହୋଇଥିଲା।। ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କ୍ରୀଡା ଶିକ୍ଷକ ମାନେ ଏହି କ୍ରୀଡାକୁ ପରିଚାଳନା କରିଥିବା ବେଳେ ଜୁନିଅର ରେଡକ୍ରସ ଏବଂ ସ୍କାଉଟର ଛାତ୍ର ଛାତ୍ରୀ ମାନେ ପାନୀୟ ଜଳ ଯୋଗାଣ ସହିତ ଆହତ ମାନଙ୍କର ଆଶୁ ଚିକିତ୍ସା କରିଥିଲେ। ଶିକ୍ଷକ ଶ୍ରୀଯୁକ୍ତ ଯୁଧିଷ୍ଠିର ପାଇକ ଦୁଇ ଦିନ ଧରି ମଞ୍ଚ ପରିଚାଳନା କରିଥିଲେ।
