ବିଦ୍ୟୁତ୍ ଆଘାତ ରେ ଜଣେ ମୃତ ଜଣେ ଗୁରୁତର ।
ଗଜପତି (ମନୋଜ ପାଢୀ)ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତ ମୁନ୍ତ ସାହି ଠାରେ ବିଦ୍ୟୁତ୍ ଆଘାତ ରେ ଜଣେ ମୃତ ଜଣେ ଗୁରୁତର ହୋଇଥିବା ସୁଚନା ମେଲିଛି। ଗତକାଲି ମୁନ୍ତା ସାହି ର ବାରିକ ଶବର (୪୩) ଓ ନଗେନ୍ଦ୍ର ଶବର ବିଲକୁ ପାଣି ମାଡେଇବା ପାଇଁ ଯାଇଥିବା ବେଳେ ସେହି ବିଲ ଉପର ଦେଇ ଯାଉଥିବା ବିଦ୍ୟୁତ ଖୁଣ୍ଟ ନଇ ହୋଇ ରହିଥିଲା ଓ ବିଦ୍ୟୁତ ତାର କୁ ବାଉଁଶ ସାହାଯ୍ୟରେ ଟେକି ହୋଇ ରଖା ଯାଇଥିଲା। ବର୍ଷା ଯୋଗୁଁ ବାଉଁଶ ଖୁଣ୍ଟ ରେ ପାଣି ଲାଗି ବିଦ୍ୟୁତ ଚାର୍ଜ ହୋଇ ଯାଇ ଥିବା ବେଳେ ସେହି ବାଉଁଶ ଖୁଣ୍ଟ ସ୍ଵଂସ୍ୱର୍ଶରେ ଆସି ବାରିକ ଶବର ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ନଗେନ୍ଦ୍ର ଗୁରୁତର ଆହତ ହେଇ ଥିଲେ। ନଗେନ୍ଦ୍ର ଙ୍କୁ ସଙ୍ଗେ ସଙ୍ଗେ କୋଇଁପୁର ମେଡ଼ିକାଲ ରେ ପ୍ରାଥମିକ ଚିକିତ୍ସା ପରେ ପାରଳା ଖେମୁଣ୍ଡି ମେଡ଼ିକାଲ କୁ ପଠାଯାଇଥିବା ସରପଂଚ ହରିବନ୍ଧୁ କାର୍ଯି ପ୍ରକାଶ କରିଛନ୍ତି। ଘଟାନା ସ୍ଥଳରେ ଗାରବନ୍ଧା ପୁଲିସ ପହଞ୍ଚି ବାରିକ ଶବର ଙ୍କ ଶବ କୁ ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡି ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ବାରିକ ଶବର ଙ୍କ ପରିବାର କୁ ରାୟଗଡ ବିଡ଼ିଓ ସନ୍ତୋଷ କୁମାର ବାରିକ ରେଡ କ୍ରସ ରୁ କୋଡ଼ିଏ ହାଜର ଟଙ୍କା ସହାୟତା କରିଥିଲେ।
