*ବାର୍ଷିକ ଉତ୍ସବ*
ବରଗଡ଼-(ଭବାନୀ ଶଙ୍କର ପାଢ଼ୀ) ତା:୨୦/୧୨/୨୦୨୫ରିଖ ଶୁକ୍ରବାର ଅତାବିରା ବ୍ଲକ ଅମଲିପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅମଲିପାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ -୨୦୨୫ “ମହକ” ମହାସମାରୋହରେ ପାଳିତ ହୋଇଯାଇଛି।
ସଭାରେ ସଭାପତି ଭାବେ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ପ୍ରବୀନା ସୁନା, ସମ୍ପାଦକ SMC ଅଧ୍ୟକ୍ଷ ଅଶୋକ କୁମାର ସାହୁ, ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତି ସୁନନ୍ଦା ବିଶ୍ଵାଳ, ସମ୍ମାନୀତ ଅତିଥି ଭାବେ ସି.ଆର.ସି.ସି ଶ୍ରୀ ସୁବାଷ ମହାନନ୍ଦ ଓ ତେଜାଗୁଲା ହାଇ ସ୍କୁଲ୍ ଶିକ୍ଷକ ଶ୍ରୀ ଚନ୍ଦ୍ରକାନ୍ତ ସାହୁ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ କର୍ଣ୍ଣ ପ୍ରଧାନ, ପୁରାତନ ଛାତ୍ର ଶ୍ରୀ ରମାକାନ୍ତ ବିଶ୍ବାଳ ଆଦି ଯୋଗ ଦେଇଥିଲେ।
ଉତ୍ସବରେ ବିଗତ ଶିକ୍ଷାବର୍ଷ ୨୦୨୪-୨୫ ହାଇ ସ୍କୁଲ୍ ସାର୍ଟିଫିକେଟ ପରୀକ୍ଷାରେ ବିଦ୍ୟାଳୟରେ ଟପ୍ପର ହୋଇଥିବା ଛାତ୍ରୀ ସୃତିଶିକ୍ତା ପ୍ରଧାନଙ୍କୁ ସମ୍ମାନୀତ କରାଗଲା।ଚଳିତ ବାର୍ଷିକକ୍ରୀଡା ପ୍ରତିଯୋଗିତାରେ ବିଭିନ୍ନ ବିଭାଗରେ ଚମ୍ପିଆନ୍ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତମ ମେହର, ଜାନକୀ ଚୌହାନ, ସମୀର ସା, ଆରୋହିଣୀ ସିଂ, ପରମେଶ ଖଡ଼ିଆ,ସବ୍ୟା ବାଗ, ହିମାଂଶୁ ରୁଦ୍ର ପ୍ରତାପ ସିଂ ଏବଂ ସାଇନା ମୁଣ୍ଡା ଆଦିଙ୍କୁ ଟ୍ରଫି ପ୍ରଦାନ କରାଯାଇ ସମ୍ମାନୀତ କରାଗଲା।ଶିକ୍ଷକ ରବୀନ୍ଦ୍ରନାଥ ଭୋଇ ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷକ ଜିତୁ ମହାନନ୍ଦ, ଶିକ୍ଷୟିତ୍ରୀ ଗୀତା ପଧାନ ଏବଂ ଶିକ୍ଷକ ସଞ୍ଜୟ କୁମାର ଭୋଇ ପୁରସ୍କାର ବିତରଣ ରେ ସହଯୋଗ କରିଥିଲେ। ଶିକ୍ଷକ ରିକୁନାଥ ଦାସ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
ଅତିଥି ମାନଙ୍କ ସ୍ବାଗତ ସହ ସମସ୍ତଙ୍କ ଜଳଖିଆ ଓ ଭୋଜନରେ ଶିକ୍ଷୟିତ୍ରୀ ଗିରିଜା ପ୍ରଧାନ,ରିତା ପ୍ରଧାନ, ଶିକ୍ଷକ ଗୁଣମଣି ଲୁହା, ରାକେଶ ଧରୂଆ, ଶିକ୍ଷୟିତ୍ରୀ ରଞ୍ଜିତା ଭୋଇ ପ୍ରଭୃତି ସହଯୋଗ କରିଥିଲେ।ସାଂସ୍କୃତିକ କାର୍ଯକ୍ରମ ଖୁବ୍ ଆନନ୍ଦ ଦାୟକ ଥିଲା। ଫୁଲର ମହକରେ ଚତୁର୍ଦ୍ଦିଗ ମହକି ଉଠିଲା ଭଳି ପିଲାମାନଙ୍କ ଅନ୍ତର୍ନିହିତ କଳାରେ କାର୍ଯକ୍ରମଟି ଉତ୍ସବ ମୁଖର ହୋଇପଡ଼ିଥିଲା।
ତୁଲାରାମ୍ ପଟେଲ, ମଧୁସୂଦନ ରଣା, ଡୋଲେଶ୍ୱର୍ ରଣା,ଶଶିମୁଖି ସାହୁ,ସୌଦାମିନୀ ଭୂଏ, ବାସନ୍ତୀ ମେହେର ବିଦ୍ୟାଳୟ ପରିଚାଳନା କମିଟି, ଗିରିଜା SHG, ଛାତ୍ରଛାତ୍ରୀଗଣ ଏବଂ ଗ୍ରାମବାସୀବୃନ୍ଦ ଉତ୍ସବକୁ ସହଯୋଗ କରିଥିଲେ। ସମସ୍ତଙ୍କ ଆପ୍ରାଣ ଉଦ୍ୟମ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଛି |
