ବସ୍ ଷ୍ଟାଣ୍ଡର ଶୌଚାଳୟର ମଳ,ମୂତ୍ର ଟାଙ୍କି ଭର୍ତି ହୋଇ ରାସ୍ତାରେ ଭାସୁଛି l

ବସ୍ ଷ୍ଟାଣ୍ଡର ଶୌଚାଳୟର ମଳ,ମୂତ୍ର ଟାଙ୍କି ଭର୍ତି ହୋଇ ରାସ୍ତାରେ ଭାସୁଛି l
Spread the love

ବସ୍ ଷ୍ଟାଣ୍ଡର ଶୌଚାଳୟର ମଳ,ମୂତ୍ର ଟାଙ୍କି ଭର୍ତି ହୋଇ ରାସ୍ତାରେ ଭାସୁଛି l

ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଲକର ଆର -ଉଦୟଗିରି ମୁଖ୍ୟ ବଜାରରେ ଯାତ୍ରୀଙ୍କ ସୁବିଧାସୁଯୋଗକୁ ଦୃଷ୍ଟିରେ ରଖି ବିଗତ ସରକାର ସମୟରେ 2 କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟବରାଦ କରି ବସ୍ ଷ୍ଟାଣ୍ଡକୁ ଉନ୍ନତିକରଣ କରାଯାଇଥିଲା l ସେଠାରେ ପୁରଷ ଓ ମହିଳା ଯାତ୍ରୀମାନଙ୍କ ପାଇଁ ପୃଥକ ପୃଥକ ଶୌଚାଳୟର ଉଦଘାଟନ କରିଥିଲେ l ଦୁଇଟି ଶୌଚାଳୟ ପାଇଁ ସେଠାରେ ଗୋଟେ ଟାଙ୍କି ତିଆରି କରାଯାଇଥିଲା । ସେବେଠାରୁ ବର୍ତମାନ ସୁଦ୍ଧା ବସରେ ଆସୁଥିବା ଯାତ୍ରୀମାନେ ଏହି ଶୌଚାଳୟକୁ ବ୍ୟବହାର କରିଆସୁଥିଲେ । କିନ୍ତୁ କିଛି ଦିନ ହେଲା ସେହି ନିର୍ମାଣ ମଳମୂତ୍ର ଟାଙ୍କି ଭର୍ତି ହୋଇଯିବାରୁ ରାସ୍ତାରେ ମଳମୂତ୍ର ଭାସୁଥିବା ଦେଖିବାକୁ ମିଳିଛି । ଲାଟିନ ଟାଙ୍କି ଭର୍ତି ହୋଇଯିବା ଫଳରେ ଶୌଚାଳୟ ବ୍ୟବହାର ଯୋଗ୍ୟ ହୋଇପାରୁନି l ଏଭଳି କ୍ଷେତ୍ରରେ ଏହି ଆର -ଉଦୟଗିରି ବସ୍ ଷ୍ଟାଣ୍ଡକୁ ନିର୍ଭର କରୁଥିବା ଶତାଧିକ ବସ୍ ର ଯାତ୍ରୀ ମାନେ ଏଠାକୁ ଆସିବା ପାଇଁ ନାପସନ୍ଦ କରୁଛନ୍ତି l ଏବଂ ମଳମୂତ୍ରର ଦୁର୍ଗନ୍ଧରେ ଫାଟି ପଡୁଥିବା ବେଳେ ଲୋକେ ବିଭିନ୍ନ ରୋଗରେ ସମ୍ମୁଖୀନ ହେଉଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି l ଯେହେତୁ ଏହା ଓଡିଶା ରାଜ୍ୟ ସଡକ ପରିବହନ ନିଗମରେ ଅନ୍ତର୍ଭୁକ୍ତ ହୋଇଥିବାରୁ ବିଭାଗୀୟ ବସ୍ ଷ୍ଟାଣ୍ଡର ସୁପରଭାଇଜର ଶିବ ଛରାଟିକୁ ଏହି ବିଷୟ ନେଇ ଆମ ପ୍ରତିନିଧି ଜଣାଇଥିଲେ l ସେ ପ୍ରତିକ୍ରିୟା ଦେଇଥିଲେ ଯେ, ଏହାକୁ ଗୋଷ୍ଠି ଉନ୍ନୟନ ଅଧିକାରୀ ଓ ତହସିଲଦାର ବୁଝୁଥିବା ନେଇ କହିଛନ୍ତି l ପରବର୍ତ୍ତୀ ମୁହୂର୍ତରେ ଲୋକେ ବିଡ଼ିଓଙ୍କୁ ଯୋଗାଯୋଗ ନ ହୋଇ ପାରିବାରୁ ଆମ ପ୍ରତିନିଧି ତହସିଲଦାର ସ୍କୃତିରଞ୍ଜନ ଦାସ ଜଣାଇଥିଲେ ସେହେ କହିଥିଲେ ତହସିଲଦାର କଣ ଲେଟିନ ଟାଙ୍କି ସଫା କରିବେ କି ସେଠାରେ ନିଯୁକ୍ତି ପାଇଥିବା କର୍ମଚାରୀ କୁହନ୍ତୁ । ପରେ ଏହି ବିଷୟ ନେଇ ତହସିଲଦାର ବିଡ଼ିଓଙ୍କ ସହ କଥା କହିଥିଲେ ଯଥାଶୀଘ୍ର ଲାଟିନ ଟାଙ୍କି ସଫା କରାଯିବ ବୋଲି ତହସିଲଦାର ବୋଲି ପ୍ରତିଶୃତି ଦେଇଥିଲେ l କିନ୍ତୁ ବିଡମ୍ବନାର ବିଷୟ ଏହିକି ଯେ, ପ୍ରତିଶ୍ରୁତି ଦେବାର ଦୀର୍ଘ 20 ଦିନ ବିତିଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ l ଯାହାଫଳରେ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।OSRTC ବିଭାଗ LNK କମ୍ପାନୀ କୁ ଲିଜିରେ ଦେଇଛି ଏହି କମ୍ପାନୀ ରା,ଉଦୟଗିରି ବ୍ଳକ ଏହାର ରକ୍ଷଣବେକ୍ଷଣ ଦାଇତ୍ବ ଦିଆଯାଇଛି । ଏହି ସମସ୍ୟା ନେଇ ସ୍ଥାନୀୟ ବିଡିଓ ଲରିମନ ଖର୍ସେଲ ବହୁବାର ଜଣାଇଥିଲେ ମଧ୍ୟ କରିବା କହି ଚୁପୁ ରହିଯାଉଛନ୍ତି । ଟାଙ୍କି ସଫାକରି ମନଦେଉନାହାନ୍ତି । ସେଷରେ ଜଣେ କର୍ମଚାରୀ ନିଜର ବୃଦ୍ଧି ପ୍ରଯୋଗ୍ୟ କରି ଟାଙ୍କି ଭାଙ୍ଗି ପଞ୍ଚାୟତ ଡ୍ରେନକୁ ସଂଯୋଗ କରିଛନ୍ତି । ବସଷ୍ଟଣ୍ଡା ନିଯୁକ୍ତି ଝାଡୁଧାରୀମାନେ ଯଦି ବିଡିଓ ବାସଗୃହ ଡେଲିଯାଇ ଝାଡୁ ନ କଲେ ସେମାନଙ୍କ ଦାରମା ବନ୍ଦ କରିଦେଉଥିବା ସୁଣିବାକୁ ମିଳୁଛି । ଏହି ବସଷ୍ଟଣ୍ଡା ଦିନରେ ଭିତରକୁ ଆସୁଥିବା ସମସ୍ତ ୨୦ ଟଙ୍କା ଆଦାୟକରୁ ନିଯୁକ୍ତି କର୍ମାଚାରୀମାନେ ମାତ୍ର ରାତ୍ର ବସଷ୍ଟଣ୍ଡା ରଖୁଥିବା ବସକୁ ୬୦ ଟଙ୍କା ଦେବାକୁ ବିଭାଗୀୟ ତରଫରୁ ନିୟମ ରହିଛି । ଏହି ବସଷ୍ଟଣ୍ଡାରେ ୩ଟି ଘୋରେଇ ବସ ରାତ୍ରା ରଖାଯାଇଛି ସେହି ସମସ୍ତ ଆଦାୟ ଟଙ୍କା ବିଭାଗ ନ ଦେଇ ନିଯୁକ୍ତି ସୁପଭିଇଜର ସମସ୍ତ ଟଙ୍କା ଆମ୍ଭସାତ କରିଛି । ବିଭାଗକୁ ବସଷ୍ଟଣ୍ଡା କୌଣସି ଗାଡି ରହୁନଥିବା କାଗଜପତ୍ରରେ ଦେଖାଯାଉଛି । ଷ୍ଟାଣ୍ଡରେ ରହୁଥିବା ବସ ଆଦାୟ ଟଙ୍କା ସୁପଭିଇଜର ନିଜ ପକଟ ଖର୍ଚ ପାଇଁ ଦେଖିଦେଉଛନ୍ତି । ଛଟପିଲା ଦ୍ବାରା ଗାଡି ସଫାକରୁଥିବା ଦେଖିବାକୁ ମିଳୁଛି ।