ବସ୍ ଧକ୍କାରେ ମୋଟରସାଇକେଲ ଚାଳକ ଗୁରୁତର।

ବସ୍ ଧକ୍କାରେ ମୋଟରସାଇକେଲ ଚାଳକ ଗୁରୁତର।
Spread the love

ବସ୍ ଧକ୍କାରେ ମୋଟରସାଇକେଲ ଚାଳକ ଗୁରୁତର।

( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର)ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅର୍ନ୍ତଗତ ନରେନ୍ଦ୍ର ପୁର ପେଟ୍ରୋଲ ପମ୍ପ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବ୍ରହ୍ମପୁର ଲାଞିପଲୀ ଅଞ୍ଚଳର ଜଣେ ମୋଟରସାଇକେଲ ଚାଳକ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ବ୍ରହ୍ମପୁରରୁ ପୁରୁଷୋତ୍ତମ ପୁର ଯାଉଥିବା ଏକ ଘରୋଇ ମିନି ବସ୍ ମୁହାଁମୁହିଁ ଧକ୍କା ଦେଇଥିଲା। ଯାହା ଫଳରେ ଯୁବକ ଜଣକ ଗୁରୁତର ଆହତ ହୋଇ ତଳେ ପଡି ଛଟପଟ ହେଉଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଜଣକ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡିଛି।ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇ ପୋଲିସ କୁ ଖବର କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।