ବରପଦର ନୋଡାଲ ଉଚ୍ଚ ବିଦ୍ୟାଳୟର ୧୯୯୪ ବେଚ ମେଟ୍ରିକ ଛାତ୍ରଛାତ୍ରୀ ମାନଙ୍କ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।

ବରପଦର ନୋଡାଲ ଉଚ୍ଚ ବିଦ୍ୟାଳୟର ୧୯୯୪ ବେଚ ମେଟ୍ରିକ ଛାତ୍ରଛାତ୍ରୀ ମାନଙ୍କ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।
Spread the love

ବରପଦର ନୋଡାଲ ଉଚ୍ଚ ବିଦ୍ୟାଳୟର ୧୯୯୪ ବେଚ ମେଟ୍ରିକ ଛାତ୍ରଛାତ୍ରୀ ମାନଙ୍କ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।

ବରଗତ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ଲୁହାଖଣ୍ଡି ପଂଚାୟତ ର ବରପଦର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ୧୯୯୪ ବେଚର ମେଟ୍ରିକ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ ମାନେ ନିଜ ନିଜର ପିଲାଛୁଆ ସହିତ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ, ହିରା ମହାକୁର, ସୁରେନ୍ଦ୍ର ପଣ୍ଡା, ଗୌତମ ମହାକୁର ଓ ଭୀମ ଦୁବସାଗର। ଏହି ଅବସରରେ ହେମନ୍ତ କର୍ମୀ, ଅନିରୁଦ୍ଧ ମହାକୁର, ଶୁକଦେବ ରଣା, ନିଲାମ୍ବର ବାଗ, ଚହଳ ପଧାନ, ଓଜସ୍ବିନୀ କରନ, ରିନା ଦନ୍ତା, ସଂଯୁକ୍ତା ମେଲ୍ଲି, ଗିରିଧାରୀ ପଧାନ, ମମତା କର୍ମୀ, ପୁଷ୍ପିତା ମିଶ୍ର, ରଶ୍ମି ରଥ, ବୃନ୍ଦାବନ ପାଣ୍ଡେ ଓ ସୌଦାମିନୀ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରି ନିଜ ନିଜର ଅତିତ ଦିନ ର କଥା କୁ ମନେପକାଇ ଶ୍ରୁତିଚାରଣ କରିଥିଲେ। ଆଗାମୀ ଦିନରେ ବିଦ୍ୟାଳୟର ସ୍ଵର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳନ କରିବା ପାଇଁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପରିଶେଷରେ ଆୟୋଜକ କମିଟି ପକ୍ଷରୁ ଭୀମ ଦୁବସାଗର ଧନ୍ୟବାଦ ଅର୍ପଣ କରିଥିଲେ।