ଫୁଲବାଣୀ ଠାରେ ୱାଇ. ଏମ୍. ସି. ଏ ର ସଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ….କନ୍ଧମାଳ :ତା :୨୭/୧୧ ( ରିପୋର୍ଟ :କୁନା ଦିଗାଲ) କନ୍ଧମାଳ ଜିଲ୍ଲା ୱାଇ. ଏମ. ସି.ଏ (ୟଙ୍ଗ ମେନ୍ସ ଖ୍ରୀଷ୍ଟିଆନ ଏସୋ ସି ଏ ସନ୍) ର ବାର୍ଷିକ ସଧାରଣ ବୈଠକ ଅନୁଷ୍ଠିତ ହୋଇଥଲା l ଏଥିରେ ପୂର୍ବ ବର୍ଷର କାର୍ଯ୍ୟକ୍ରମ ଓ ଆୟ ବ୍ୟୟ ସଂପର୍କରେ ବିଶଦ ଭାବେ ଆଲୋଚନା ପରେ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା l ସଭାପତି ଭାବେ ସିମି଼ରନ୍ ନାୟକ, ସଧାରଣ ସମ୍ପାଦକ ଭାବରେ ସ୍ମୃତି ରଞ୍ଜନ ନାୟକ, ଯୁଗ୍ମ ସମ୍ପାଦକ ଭାବେ ଅସିତ୍ କୁମାର ଦାସ, କୋଷାଧ୍ୟକ୍ଷ ଭାବେ ପରିତୋଷ ଚନ୍ଦ୍ର ମିଶ୍ର, ମନୋନୀତ ହୋଇଥିବା ବେଳେ ଏକ୍ସ ଅଫିସିଓ ମେମ୍ବର ଭାବେ ସଭାପତି ଓ ବିସୀ ଗି ଡି ଓନ ନାୟକ, ସଧାରଣ ସମ୍ପାଦକ ଓ ବି ସି ରବିନ ସାମନ୍ତ ରାୟ, ପାଷ୍ଟର ବିଜୟ କରଦା, ପ୍ରି ଚେର ଜିତେନ୍ଦ୍ରିୟ ସୁନାଙ୍କୁ ମୋନନୀତ କରାଯାଇଛି l ସେହିପରି ବୋର୍ଡ ମେମ୍ବର ଭାବେ ଡଃ ଅରୂପ ଜେନା, ସୁଇଟ ବର୍ଣ୍ଣ ନାୟକ, ଆଲୋକ ସାମନ୍ତରାୟ, ଝି ଜି କ୍ଲେ ନାୟକ, ମିଶାଇଲ ନାୟକ, ଦେବେନ୍ଦ୍ର ନାୟକ, ପୁଷ୍ପିତl ରାଉତ ଓ ପୁନମ କହଁର ପ୍ରମୁଖ ମନୋନୀତ ହୋଇଛନ୍ତି l ନୂତନ ସଭାପତି ସିମି ରନ ନାୟକଙ୍କ ବଳିଷ୍ଠ ନେତୃତ୍ବ ଓ ଉତ୍ସର୍ଗୀକୃତ ମନୋଭାବ, ନୂତନ ଚିନ୍ତାଧାରା ଏହି ସଙ୍ଗଠନ କୁ ଆଗେଇ ନେବା ସହ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ ହେବ ବୋଲି କୁହାଯାଇଛି l ସେହିପରି ଅଭିଜ୍ଞ, ଦକ୍ଷ, ସଚ୍ଚୋଟ ବୋର୍ଡ଼ ମେମ୍ବର ମାନଙ୍କ ସଠିକ୍ ଦିଗ୍ ଦର୍ଶନ, ଓ ଆନ୍ତରିକ ସହଯୋଗ ରହିବ ବୋଲି ନବ ନିର୍ବାଚିତ ସଭାପତିସମି ରନ ନାୟକ କହିଛନ୍ତି l
ଫୁଲବାଣୀ ଠାରେ ୱାଇ. ଏମ୍. ସି. ଏ ର ସଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ
