ଫୁଲବାଣୀ ଠାରେ ବନାନୀ କଳା ସଙ୍ଗମର ୨୨ତମ ଅବଦାନ ଶହୀଦ ଭଗତ ସିଂ ମଞ୍ଚସ୍ଥ…
କନ୍ଧମାଳ :-8/12 (ରିପୋର୍ଟ କୁନା ଦିଗାଲ)କନ୍ଧମାଳ ଜିଲ୍ଲାର ଏକ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ସୋମବାର ୮ତାରିଖ ଦିନ ସଂଧ୍ୟା ୭ଟlରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ସ ଦେଶାତ୍ମବୋଧକ ନାଟକ ଶହୀଦ ଭଗତ ସିଂ କୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା ସନ୍ତୋଷ କୁମାର ପାଢ଼ୀ ଉଦଘାଟନ କରିଥିଲେ l
ସମ୍ମାନୀତ ଅତିଥି ଭାବେ ମୁଖ୍ୟ ସଧାରଣ ପରିଚାଳକ ରାକେଶ କୁମାର ପଣ୍ଡା ଯୋଗ ଦେଇ ଦିନକୁ ଦିନ ଲୋକଂକ ମଧ୍ୟରେ ନାଟକ ପ୍ରତି ଆଗ୍ରହ କମି ଯାଉଥିବା ବେଳେ ବନାନୀ ପକ୍ଷରୁ ନାଟ୍ୟ ଚେତନା, ନାଟକ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ପ୍ରୟାସ କରାଯାଉଥିବାରୁ ଭୂୟସୀ ପ୍ରଶଂସା କରିଥିଲେ l
ଏହି ନାଟକ କୁ ନିର୍ଦ୍ଦେଶନା ଦେଉଛନ୍ତି ବରିଷ୍ଠ ସାମ୍ବାଦିକ ଡଃ ଅରୁପ ଜେନା, କାର୍ଯ୍ୟ କାରୀ ନିର୍ଦେଶକ ପ୍ରଭାତ ଦାସ ଓ ସହ ନିର୍ଦ୍ଦେଶକ ଭାବରେ ବରିଷ୍ଠ ଆଇନଜୀବି ବିଜୟ ପଟ୍ଟନାୟକ ଅଛନ୍ତି l ମୁଖ୍ୟ ବ୍ୟବସ୍ଥାପକ ଭାବେ ବନାନୀ ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ରହିଥିବା ବେଳେ ପରିଚାଳକଭାବେ ଅଶୋକ ପରିଡ଼ା ଓ ସହ ପରିଚାଳକ ଭାବେ ଅଶୋକ ମହାନ୍ତି, ଅଶୋକ ପ୍ରଧାନ, ଓ ଜୟଦେବ ନାୟକ ପ୍ରମୁଖ ରହିଛନ୍ତି l
ନୃତ୍ୟ ନିର୍ଦ୍ଦେଶନା ଦେଉଛନ୍ତି ଡ୍ୟାନସ ଏକାଡେମୀ ସମ୍ପlଦକ୍ ସୋନ୍ତୋଶ ପାତ୍ର ଏହି ନାଟକରେ ୫୦ଜଣ କଳାକାର ଅଂଶ ଗ୍ରହଣ କରିଥିଲେ l ସ୍ଥାନୀୟ କଳାକାର ମାନଙ୍କ ନିଖୁଣ ଅଭିନୟ ସମସ୍ତଙ୍କ ମନକୁ ଛୁଇଁଥିଲା l ଆଜି ମଧ୍ଯ ସନ୍ଧ୍ୟାରେ ନାଟକ ପ୍ରଦର୍ଶିତ ହେବ lମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଙ୍କୁ ବନାନୀ ପକ୍ଷରୁ ପୁଷ୍ପ ଗୁଛ, ଉପଢ଼ୌକନ, ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରlଯାଇଥିଲା l
