ଫାର୍ମାସିଷ୍ଟ ଅର୍ଜୁନ ମେହେର ଆଉ ନାହାନ୍ତି।

ଫାର୍ମାସିଷ୍ଟ ଅର୍ଜୁନ ମେହେର ଆଉ ନାହାନ୍ତି।
Spread the love

ଫାର୍ମାସିଷ୍ଟ ଅର୍ଜୁନ ମେହେର ଆଉ ନାହାନ୍ତି।

ବରଗଡ଼ – (ଭବାନୀ ଶଙ୍କରପାଢୀ) ବରଗଡ ଜିଲ୍ଲା ରେମଣ୍ଡା ଗ୍ରାମର ଅର୍ଜୁନ ମେହେର ରାଜ୍ୟ ସରକାରରେ ଜଣେ ଫାର୍ମାସିଷ୍ଟ ରୂପେ କାର୍ଯ୍ୟ କରି ସେବା ନିବୃତି ପରେ ସମାଜସେବୀ ଭାବେ ସକ୍ରିୟ ରହିଥିବା ଅର୍ଜୁନ ମେହେରଙ୍କ ୭୫ ବର୍ଷ ବୟସରେ ମୃତ୍ୟୁ ଘଟିଛି ଓ ରେମଣ୍ଡାରେ ଏକ ଶୋକାକୁଳ ପରିବେଶରେ ଦାହ ସଂସ୍କାର ସମ୍ପନ୍ନ ହୋଇଯାଇଛି। ଚିକିତ୍ସା କ୍ଷେତ୍ରରେ ଜଣେ ଭଲ ଓ ଦକ୍ଷ ଫାର୍ମାସିଷ୍ଟ ବୋଲି ତାଙ୍କ ସ୍ବତନ୍ତ୍ର ପରିଚୟ ରହିଥିଲା । ସେବା ନିବୃତ ହେଲାପରେ ସେ ସ୍ଥାନୀୟ ଅତାବିରାରେ ନିଜସ୍ଵ ବାସଭବନରେ ରହୁଥିଲେ । କିଛି ଦିନ ପୂର୍ବେ ତାଙ୍କ ଦେହରେ ଜଣ୍ଡିସ ରୋଗର ଲକ୍ଷଣ ଦେଖାଯିବାରୁ ତାଙ୍କୁ ଚିକିତ୍ସା ପାଇଁ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।‌ ସେଠାରେ କିନ୍ତୁ କର୍କଟ ରୋଗର ଆଶଂକା ହେବାରୁ ତାଙ୍କୁ ଉଚ୍ଚ ଚିକିତ୍ସା ପାଇଁ ମୁମ୍ବାଇ ନିଆଯାଇଥିଲା ଓ ଦୁଇମାସ କାଳ ସେଠାରେ ଚିକିତ୍ସା ସମୟରେ ଗତ ଗୁରୁବାର ଦିନ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ପୁତ୍ରମାନେ ତାଙ୍କ ମରଶରୀର ସେଠାରୁ ନିଜ ଗାଁ ରେମଣ୍ଡା ଆଣି ସେଠାରେ ଶେଷ ସଂସ୍କାର କରିଥିଲେ ।ରାଜ୍ୟର ଜଣେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ରୂପେ ତାଙ୍କ ସ୍ବର୍ଗତ ପିତା ବାବାଜୀ ମେହେରଙ୍କ ଯଥେଷ୍ଟ ସୁନାମ ରହିଛି।‌ ଅର୍ଜୁନ କଂ ଶବାଧାରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ଜୈଷ୍ଠ୍ଯ ପୁତ୍ର ମନୋଜ ମେହେର ମୁଖାଗ୍ନି ଦେଇ ଥିବାବେଳେ ଅନ୍ୟ ଦୁଇ ପୁତ୍ର ମିହିର ଓ ମହେଶଙ୍କ ସହିତ ଆତ୍ମଜ ଗଙ୍ଗାଧର ଓ ଦୁଃଖିଶ୍ୟାମ ତଥା ବନ୍ଧୁ ଓ ଆତ୍ମୀୟ ସ୍ୱଜନ ଶେଷ ସମୟରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।