ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ରେ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ
ରାୟଗଡା (ଅମୁଲ୍ୟ ନିଶଙ୍କ ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ୭୫ତମ ଜନ୍ମଦିନ ଅବସରରେ ସାରା ରାଜ୍ୟ ରେ ଆଜି ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାମନାଗୁଡ଼ା ବ୍ଲକ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ପ୍ରଥମେ ବ୍ଲକ କାର୍ଯ୍ୟାଳୟ ପରିସର ରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ରୂପେ ବ୍ଲକ ନୋଡାଲ ଅଧିକାରୀ ତଥା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶେଖ୍ ଏହସାନ୍,ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ,ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ପାରିଖିତି ସରପଞ୍ଚ ସୂର୍ଯ୍ୟରାଓ କୁମ୍ଭ୍ରିକା ,ସମିତି ସଭ୍ୟ ଲକ୍ଷ୍ମୀ କାଡ୍ରାକା,ଗଣମାଧ୍ୟମ ପ୍ରତିନିଧି,ସମସ୍ତ କର୍ମଚାରୀ ପ୍ରମୁଖ ଙ୍କ ଉପସ୍ଥିତି ରେ ବିଭିନ୍ନ ଫଳ ଚାରା ରୋପଣ କରାଯାଇଥିଲା।ଏଥି ସହ ବ୍ଲକ ର ୧୨ଟି ପଞ୍ଚାୟତ କାର୍ଯ୍ୟାଳୟ , ବିଦ୍ୟାଳୟ,ଅଙ୍ଗନବାଡ଼ି, ପୋଖରୀ ଆଦି ବିଭିନ୍ନ ସ୍ଥାନ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ପଞ୍ଚାୟତ ର ସରପଞ୍ଚ,ସମିତିସଭ୍ୟ,ସ୍ଵଂୟ ସହାୟକ ଗୋଷ୍ଠୀ ସଦସ୍ୟ,ପଞ୍ଚାୟତ ନିର୍ବାହୀ ଅଧିକାରୀ,ଜଙ୍ଗଲ ବିଭାଗ ଅଧିକାରୀ,ଉଦ୍ୟାନ ବିଭାଗ ଅଧିକାରୀ,ସମସ୍ତ ବିଦ୍ୟାଳୟ ଶିକ୍ଷକ ଙ୍କ ଉପସ୍ଥିତ ଥିଲେ।ଜଙ୍ଗଲ ବିଭାଗ ପକ୍ଷରୁ ୬୦୦୦ଚାରା ଓ ଉଦ୍ୟାନ ବିଭାଗ ପକ୍ଷରୁ ୫୦୦୦ଚାରା ଯୋଗାଇ ଦିଆଯାଇଥିଲା।
