ପ୍ରଜାପିତା ବ୍ରହ୍ମ କୁମାରୀ ଓ ନିଷ୍ଠା ପରିବାର ତରଫ ରୁ ରକ୍ତ ଦାନ ଶିବିର ୩୨ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।

ପ୍ରଜାପିତା ବ୍ରହ୍ମ କୁମାରୀ ଓ ନିଷ୍ଠା ପରିବାର ତରଫ ରୁ ରକ୍ତ ଦାନ ଶିବିର ୩୨ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।
Spread the love

ପ୍ରଜାପିତା ବ୍ରହ୍ମ କୁମାରୀ ଓ ନିଷ୍ଠା ପରିବାର ତରଫ ରୁ ରକ୍ତ ଦାନ ଶିବିର ୩୨ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୨୪-୦୮-୨୦୨୫ରିଖ (ରବି ବାର)ରାଜ ଯୋଗିନୀ ଦାଦି ଓ ପ୍ରକାଶ ମଣି ଜୀ ଙ୍କ ସ୍ମୃତି ଅବସର ରେ ପ୍ରଜାପିତା ବ୍ରହ୍ମ କୁମାରୀ ଆଶ୍ରମ,ବରପାଲି ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ବରପାଲି ଠାରେ ଅନୁଷ୍ଠିତ ହୋଇଥିଲା।ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେ ବରପାଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ଦିନେଶ ଗହୀର ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ବି କେ ସୁରେନ୍ଦ୍ର ହୋତା ,ବି କେ ଶିବ କୁମାର,ବି କେ ସୁରେନ୍ଦ୍ର ବେହେରା,ବି କେ ଗୌରୀ,ବି କେ ଅଞ୍ଜଳୀ,ବି କେ ଦମୟନ୍ତୀ,ବି କେ ଅଶୋକ ଭୋଇ,ବି କେ ବାବାଜୀ,ବି କେ ହରୀ ଓ ନିଷ୍ଠା ପରିବାର ର ସଦସ୍ୟ ମାନେ ସୁପରିଚାଳନା କରିଥିଲେ। ରକ୍ତ ଦାନ ଶିବିର ଆୟୋଜନ ପାଇଁ ପ୍ରଜାପିତା ବ୍ରହ୍ମ କୁମାରୀ ବରପାଲି ଶାଖା କୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସମସ୍ତ ରକ୍ତ ଦାତା,ସହଯୋଗୀ,ଶୁଭେଛୁ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ ନମସ୍କାର।