ପୌର ଉପାଧ୍ଯକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଗଣତି ଉପରେ ହାଇକୋର୍ଟଙ୍କ ରୋକ, ଶୁଭ୍ରା ଆଶ୍ବସ୍ତ
ରାୟଗଡା:(ଅମୁଲ୍ୟ ନିଶଙ୍କ ) ରାୟଗଡା ପୌରପରିଷଦର ଉପାଧ୍ଯକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ହାଇକୋର୍ଟ ରୋକ ଲଗେଇଛନ୍ତି। ଗୁରୁବାର ଭୋଟ ଗ୍ରହଣହୋଇଥିବା ବେଳେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାଇ ଗଣତି ଓ ଫଳାଫଳ ଘୋଷଣା ହୋଇ ନାହିଁ । ପରବର୍ତ୍ତୀ ଶୁଣାଣି ଆସନ୍ତା ୧୫ ତାରିଖକୁ କୋର୍ଟ ଧାର୍ଯ୍ୟ କରିଛନ୍ତି । ପୌର ଉପାଧ୍ଯକ୍ଷ ଶୁଭ୍ରା ପଣ୍ଡାଙ୍କୁ ଆଶ୍ବସ୍ତି ମିଳିଥିବା ବେଳେ ପୂର୍ବତନ ସାଂସଦ ଭାସ୍କର ରାଓଙ୍କ ଗୋଷ୍ଠୀକୁ ଝଟକା ଲାଗିଛି । ପୌର ଉପାଧ୍ଯକ୍ଷା ଶୁଭ୍ରା ପଣ୍ଡା ବିରୋଧରେ ଅଣାଯାଇଥିବା ଅନସ୍ଥା ପ୍ରସ୍ତାବ ନୋଟିସର କୌଣସି ବୈଧ କିମ୍ବା ବିଶେଷ କାରଣ ନଥାଇ ଅନସ୍ଥା ଅଣାଯାଇଛି ବୋଲି ଶ୍ରୀମତି ପଣ୍ଡା ହାଇକୋର୍ଟରେ ନ୍ୟାୟ ପାଇଁ ଆଶ୍ରୟ ନେଇଥିଲେ । ହାଇକୋର୍ଟ ପୂର୍ବାହ୍ନରେ ମାମଲାର ଶୁଣାଣି କରି କୋର୍ଟରେ ଚୂଡାନ୍ତ ଶେଷ ନହେବା ପର୍ଯ୍ୟନ୍ତ ଭୋଟ ଫଳାଫଳ ଘୋଷଣା ହୋଇପାରିବ ନାହିଁ ବୋଲି ରୋକ୍ ଲଗାଇଥିଲେ। ଏ ସମ୍ପର୍କରେ ତୁରନ୍ତ ରାୟଗଡା ଜିଲ୍ଲାପାଳ ଆଶୁତୋଷ କୂଳକଣ୍ଠଙ୍କୁ କୋର୍ଟ ପକ୍ଷରୁ ଅବଗତ କରାଯାଇଥିଲା । ଭୋଟିଂ ପ୍ରକ୍ରିୟା ଚାଲୁ ରହିଥିବା ବେଳେ କୋର୍ଟ ନିର୍ଦ୍ଦେଶ ସମ୍ପର୍କରେ ଜିଲ୍ଲାପାଳ ଭୋଟିଂ ପରିଚାଳନା କରୁଥିବା ଉପ ଜିଲ୍ଲାପାଳ ରମେଶ ଜେନାଙ୍କୁ ଜଣାଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉପସ୍ଥିତ କାଉନସିଲର ମାନଙ୍କ ଭୋଟ ଗ୍ରହଣ କରାଯାଇଭୋଟ ବକ୍ସକୁ ସିଲ କରି ଦିଆଯାଇଥିଲା । କିନ୍ତୁ ଗଣତି କିମ୍ବା ଫଳାଫଳ ଘୋଷଣା ହୋଇପାରିନାହିଁ। ଏହାକୁ କେନ୍ଦ୍ର କରି ପୌର ପାଳିକା କାର୍ଯ୍ୟାଳୟ ନିକଟରେ ଭିଡ଼ ଜମିଥିବା ବେଳେ ନାଟକୀୟ ପରିସ୍ଥିତି ଦେଖାଯାଇଥିଲା। ହଠାତ କିଛି ଦଳୀୟ କର୍ମୀ ଓ ନେତା ପତାକା ଧରିନବୀନ ପଟ୍ଟନାୟକ ଜିନ୍ଦାବାଦ ସ୍ଲୋଗାନ ଦେବା ସମସ୍ତଙ୍କୁ ସସପେନ୍ସରେ ପକାଇ ଦେଇଥିଲା । ପରେ ହାଇକୋର୍ଟର ନିର୍ଦ୍ଦେଶ ଆସିବା ପରେ ବିଜୁ ଜନତା ଦଳ କର୍ମୀ ମାନେ ଆନନ୍ଦରେ ଉତ୍ସବ ମନେଇଥିବା ଦେଖିବାକୁ ମିଳିଥିଲା।ଜିଲ୍ଲା ପ୍ରଶାସନର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଗୁରୁବାର ଦିନ ପୂର୍ବାହ୍ନରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ବିଜଦର ୧୯ ଜଣ କାଉନସିଲର ଏକାଠି ହୋଇ ପୌର ପାଳିକା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷକୁ ପ୍ରବେଶ କରିଥିଲେ। ସେହିପରି ଅନାସ୍ଥା ପ୍ରସ୍ତାବ ସାମ୍ନା କରୁଥିବା ପୌର ଉପାଧ୍ଯକ୍ଷା ଶୁଭ୍ରା ପଣ୍ଡା ଏବଂ ହୁଇପ ନିରୀକ୍ଷଣ ପାଇଁ ଜିଲ୍ଲା ବିଜଦ ସଭାପତି ଜଗନ୍ନାଥ ସାରକାଙ୍କ ସହ ସମ୍ମିଳନୀ କୋଠରୀ ମଧ୍ୟକୁ ପ୍ରବେଶ କରିଥିଲେ । ୧୩ ନମ୍ବର ୱାର୍ଡର କାଉନସିଲର ପ୍ରତିମା ପାଣିଗ୍ରାହୀ ଏକୁଟିଆ ଆସିଥିବା ଦେଖିବାକୁ ମିଳିଥିଲା।ତେବେ ଭାଜପାର ଦୁଇ ଜଣ ଏବଂ କଂଗ୍ରେସ ଦଳର ଜଣେ କାଉନସିଲର ଅନୁପସ୍ଥିତ ରହିଥିଲେ । ନିର୍ଦ୍ଧାରିତ ସମୟରେ କଢ଼ା ସୁରକ୍ଷା ମଧ୍ୟରେ ଭୋଟିଙ୍ଗ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ବାହାରେରାଜନୈତିକ ଉତ୍ସୁକତା ପ୍ରବଳ ମାତ୍ରରେ ଦେଖାଯାଇଥିଲା। ଭୋଟିଂ ପ୍ରକ୍ରିୟା ଶାରି ଶୃଙ୍ଖଳାରେ ପରିଚାଳନା ପାଇଁ ୨ ପ୍ଲାଟୁନ ପୁଲିସ ମୁତୟନ କରାଯାଇଥିଲା।ବୁଧବାର ଦିନ ବିଜୁ ଜନତା ଦଳର ସୁପ୍ରିମୋ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଓଡ଼ିଶା ପୌର (ସଂଶୋଧନ) ନିୟମ ୨୦୧୮ର ନିୟମ ୪୬ଖ ଦ୍ବାରା ଦିଆଯାଇଥିବା କ୍ଷମତା ବ୍ୟବହାର କରି ଦଳୀୟ କାଉନସିଲରଙ୍କୁ ଦଳୀୟ ପତ୍ର ମାଧ୍ୟମରେ ଅନାସ୍ଥା ବିରୋଧରେ ଭୋଟ ପାଇଁ ହୃପ ଜାରି କରିଥିଲେ । ଏହା ପରେ ବିଜଦ ସମର୍ଥିତ ପୌର ଉପାଧ୍ଯକ୍ଷା ଶୁଭ୍ରାଙ୍କ ବିରୋଧରେ ଆଗତ ଅନାସ୍ଥା ନେଇ ରାଜନୀତି ଜୋର ଧରିଥିଲା । ଏହା ପୂର୍ବରୁ ବିଜଦ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ଦଳର ୧୯ ଜଣ କାଉନସିଲର ସମେତ ପୌର ଅଧ୍ୟକ୍ଷ ମହେଶ ପଟନାୟକଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ପୌର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକଙ୍କ ବ୍ୟତୀତ କାଉମସିଲର କେହିନୋଟିସର ଉତ୍ତର ଦେଇନଥିଲେ।ଉପାଧ୍ଯକ୍ଷା ଶୁଭ୍ରା ପଣ୍ଡା ବିଜେଡି କାଉନସିଲର ମାନଙ୍କୁ ଅଣଦେଖା କରି ଆସୁଥିବା ଓ କୌଣସି କାମରେ ସହଯୋଗ କରୁ ନଥିବା ଅଭିଯୋଗ କରି ବିଜଦର ୧୯ ଜଣ କାଉନସିଲର ଗତ ସେପ୍ଟେମ୍ବର ୧୨ ତାରିଖରେ ଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓଙ୍କ ସମେତ ପୂର୍ବତନ ରାୟଗଡା ବିଧାୟକ ଲାଲାବିହାରୀ ହିମିରିକା ବିଜଦରୁ ଇସ୍ତଫା ଦେବା ପରେ ଉପାଧକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ପୌର ଉପାଧ୍ଯକ୍ଷ ପଦବୀ ପାଇଁ ଅନାସ୍ଥାର ବିଶେଷ ଗୁରୁତ୍ୱ ନଥିଲେ ମଧ୍ୟ ରାୟଗଡାରେ ବିଜୁଦର ସାମ୍ପ୍ରତିକ ପରିସ୍ଥିତିରେ ଏହା ପୂର୍ବତନ ସାଂସଦ ତଥା ବିଜୁ ସାଭିମାନ ମଞ୍ଚର ଆବାହକ ଭାସ୍କର ରାଓ ଏବଂ ଜିଲ୍ଲା ବିଜଦ ସଭାପତି ଜଗନ୍ନାଥ ସାରକା, ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ସୁଧୀର ଦାଶଙ୍କ ନିମନ୍ତେ ସମ୍ମାନର ପ୍ରଶ୍ନ ଥିଲା । ପୌର ଅଫିସ ସମୁଖ ରେ ବିଜୁ ସ୍ୱାଭିମାନ ମଞ୍ଚ ର କର୍ମୀ ମାନେ ଭୋଟ ପଡିବ ପର୍ଯ୍ୟନ୍ତ ରହିଥିଲେ କିନ୍ତୁ ଯେତେବେଳେ ବିଜେଡି ଦଳ ର କର୍ମୀ ବିଜେଡି ଜିନ୍ଦାବାଦ ଦେଇ ସ୍ଲୋଗାନ ଆରମ୍ବ କରିଥିଲେ ଏହିସମୟ ରେ ସ୍ୱାଭିମାନ ମଞ୍ଚ କର୍ମୀ ଆଉ ପୌର ଅଫିସ ସମୁଖ ରେ ଦେଖା ମିଳିନଥିଲା lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
