ପେନସନ ଟଙ୍କା ହଡପ ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତ ଗିରଫ।ଗଜପତି : ମନୋଜ ପାଢ଼ୀ/ ରାୟଗଡ ବ୍ଲକ ସଦରମହକୁମା ସ୍ଵାଲସିଂ ସାହିର ବୃଦ୍ଧା ସୁଭଗମନାଙ୍କ ପେନସନ ଟଙ୍କା ହଡପ ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତ ନୀରଜ କୁମାର ବର୍ଦ୍ଧନ (୩୯) ଓ ଉଜ୍ଵଳ ବର୍ଦ୍ଧନ ( ସୋମ୍ୟ ରଞ୍ଜନ ) (୨୫) ଦୁଇ ଭାଇଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି ପୋଲିସ । ବୃଦ୍ଧାଙ୍କ ସ୍ଵାମୀ ସାରଙ୍ଗ ନାୟକ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ କିନ୍ତୁ ତାଙ୍କ ମୁର୍ତ୍ୟୁ ପରେ ୨୦୧୫ ଠାରୁ ତାଙ୍କୁ ସରକାର ପେନସନ ଯୋଗାଇ ଦେଉଥିଲେ ମଧ୍ୟ ତାଙ୍କ ଟଙ୍କାକୁ ଆଉ କେହି ଚଞ୍ଚକତା କରି ନେଇ ଯାଉଥିବା ଜାଣିବା ପରେ ତାଙ୍କ ସମ୍ପର୍କୀୟ ସୁକାନ୍ତ ସ୍ଵାଲସିଂ ରାୟଗଡ ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏନେଇ ୧୦୭/ ୨୫ ରେ ଏକ ମାମଲା ରୁଜୁ କରିବା ସହ ,ଘଟଣାର ତଦନ୍ତ କରି ଆଜି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ରାୟଗଡ ଥାନା ଅଧିକାରୀ କମଳା ଚୌଧୁରି ସୂଚନା ଦେଇଛନ୍ତି । ତାଙ୍କ ସ୍ବାମୀଙ୍କ ମୁର୍ତ୍ୟୁ ପରେ ତାଙ୍କ ଅଜାଣତରେ ଅଭିଯୁକ୍ତ ଙ୍କ ପିତା ପେନସନ ଆବେଦନ କରିଥିଲେ ଆଉ ପେନସନ ଲାଗୁ ହେବା ପରେ ମୃତ ଶିକ୍ଷକ ସେରଙ୍ଗ ନାୟକ ଙ୍କ ଦୁଈପତ୍ନୀଙ୍କୁ ଅଧା ଅଧା ଭାଗ କରି ନେବା ପାଇଁ କୁହାଯାଇଥିଲା ସେହି ଅନୁସାରେ ଦ୍ଵିତୀୟ ପତ୍ନୀ ଙ୍କ ପୁଅ ଅମଧ୍ୟ କିଛି ବର୍ଷ ଅଧା ଭାଗ ପାଇଥିଲେ , କିନ୍ତୁ ଅଭିଯୁକ୍ତଙ୍କ ପିତାଙ୍କ ମୁର୍ତ୍ୟୁ ପରେ ପୁଅ ମାନେ ଆଉ କାହାକୁ ନଜଣାଇ ନିଜ ପିତା ରଖିଥିବା ବୃଦ୍ଧାଙ୍କ ପାସବୁକ ଓ ଏଟିଏମ ର ବ୍ୟବହାର କରି ବ୍ଯାଙ୍କରୁ ଟଙ୍କା ଉଠାଇ ବ୍ୟବହାର କରୁଥିଲେ । ୨୦୧୫ ମସିହାରୁ ଏଯାବତ ପ୍ରାୟ ୧୪ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ବର୍ତ୍ତମାନ ସୁଦ୍ଧା ହୋଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ।
ପେନସନ ଟଙ୍କା ହଡପ ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତ ଗିରଫ!
