ପୁର୍ବ ଶତୃତା କୁ ନେଇ ଯୁବକ କୁ ଆତର୍କିତ ଆକ୍ରମଣ।
ବଡ଼ବଜାର ଥାନା ଅନ୍ତର୍ଗତ ଶାନ୍ତି ନଗର ପ୍ରଥମ ଗଳିର ଅଭିଷେକ ନାହାକ ନାମକ ଜଣେ ଯୁବକ କୁ କିଛି କାତିରେ ହାଣି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗୁରୁତର ଯୁବକ ଜଣକ ନିଜ ସାହି ଛକରେ ଗୋଟିଏ ଦୋକାନରେ ଚାହା ପିଉଥିବା ବେଳେ ହଠାତ୍ କିଛି ଯୁବକ ଆସି ତାକୁ ଆକ୍ରମଣ କରିଥିଲେ। ଗୁରୁତର ଯୁବକ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ତା ମା ବଡ଼ବଜାର ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଘଟଣା କୁ ନେଇ ପୋଲିସ ଛାନଭିନ୍ ଚଳାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।
