ପୁର୍ବତନ ଏମ୍ ଭି ଆଇ ଦୋଷୀ ସାବ୍ୟସ୍ତ।

Spread the love

ପୁର୍ବତନ ଏମ୍ ଭି ଆଇ ଦୋଷୀ ସାବ୍ୟସ୍ତ।

ବ୍ରହ୍ମପୁର ରୁ( କୈଳାଶ ଚନ୍ଦ୍ର ଚୌଧୁରୀ),ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଜଜ୍ ଞାନେନ୍ଦ୍ର କୁମାର ବାରିକ ଆୟ ବହିର୍ଭୁତ ସମ୍ପତ୍ତି ମାମଲାର ବିଚାର କରି ପୁର୍ବତନ ଏମ୍ ଭି ଆଇ ଦେବୀ ପ୍ରସାଦ ପାଢ଼ୀ ଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ ଜେଲଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ଓ ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ନିର୍ଦେଶ ଦେଇଛନ୍ତି। ସୁଚନା ଥାଊକି ଗଞ୍ଜାମ ଜିଲ୍ଲା ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ଅବସ୍ଥିତ ତନଖି ଫାଟକରେ କାର୍ଯ୍ୟରତ ଥିବା ବେଳେ ଦେବୀ ପ୍ରସାଦ ପାଢ଼ୀ ଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ୨୦୦୩ ମସିହା ଫେବୃଆରୀ ୨୮ ତାରିଖ ରେ ଏକକାଳୀନ ତାଙ୍କର ନିଜ ଘର, ଶ୍ଵଶୁର ଘର ଓ ବ୍ୟବସାୟ ଅନୁଷ୍ଠାନ ରେ ଚଢ଼ାଉ କରି ନଗଦ ୨୪ ଲକ୍ଷ ରୁ ଅଧିକ ଆୟବହିର୍ଭୁତସମ୍ପତ୍ତିଠାବକରାଯାଇଥିଲା। ଯାହା କି ତାଙ୍କ ଆୟ ଠାରୁ ପ୍ରାୟ ଦୁଇ ଶହ ଗୁଣ ଅଧିକ ବୋଲି ଜଣାପଡିଥିଲା। ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ପ୍ରାୟ ୨୫ ଜଣ ସାକ୍ଷୀଙ୍କ ବୟାନ କୁ ଭିତ୍ତି କରି ଅଦାଲତ ଉକ୍ତ ରାୟ ପ୍ରଦାନ କରିଛନ୍ତି। ପ୍ରକାଶିତ ତଥ୍ୟରୁ ଜଣାପଡିଛି ଯେ ଉକ୍ତ ଏମ୍ ଭି ଆଇ ୨୦୧୦ ମସିହାରେ ବୌଦ୍ଧ ରେ ଭାରପ୍ରାପ୍ତ ଆର୍ ଟି ଓ ଥିବା ବେଳେ ବସ୍ ପରମିଟ୍ ଅନୁମତି ପାଇଁ ଜନୈକ ବସ୍ ମାଲିକ ଠାରୁ ନଗଦ ୫୦ହଜାରଟଙ୍କାଲାଞ୍ଚନେବାବେଳେ ଭିଜିଲାନସ୍ ହାତରେ ଧରାପଡି ଚାକିରିରୁ ବହିଷ୍କୃତ ହୋଇଥିଲେ।