ପି ଏମ ଶ୍ରୀ ସରକାରୀ ( ଏସ ଏସ ଡି )ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପି ଏମ ଶ୍ରୀ ଉତ୍ସବ ୨୦୨୫ ପାଳିତ lଗଜପତି-୧୯/୧୨(ମନୋଜ ପାଢ଼ୀ), ୧୮/୧୨/୨୦୨୫ ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ ରାମଗିରି ସ୍ଥିତ ପି ଏମ ଶ୍ରୀ ସରକାରୀ (ଏସ ଏସ ଡି ) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ପି ଏମ ଶ୍ରୀ ୨୦୨୫ ଉତ୍ସବ ପାଳିତ ହୋଇଯାଇଛି l ରା. ଉଦୟଗିରି ଗୋଷ୍ଠୀ ଶିକ୍ଷାଧିକାରୀ ବୀରେନ୍ଦ୍ର ମଣ୍ଡଳଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଶିକ୍ଷାଧିକାରୀ ରମେଶ ଚନ୍ଦ୍ର ଦାସ ,ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସଚ୍ଚିଦାନନ୍ଦ ପୃଷ୍ଟି ,ସମ୍ମାନିତ ଅତିଥିଭାବେ ବ୍ଲକ ଅଧକ୍ଷ ଲକ୍ଷ୍ମୀନାରାୟଣ ଶବର , ସ୍ଥାନୀୟ ପ୍ରଧାନ ଶିକ୍ଷକ ସଞ୍ଜୀବ କୁମାର ନାୟକ , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଘୁନାଥ ବଡମୁଣ୍ଡି ଙ୍କ ସହ ଜିଲ୍ଲା ପରିଷଦ ସଭ୍ୟ , ବିଧାୟକ ପ୍ରତିନିଧି , ସ୍ଥାନୀୟ ସରପଞ୍ଚ , ଆଖ ପାଖ ଅଞ୍ଚଳରେ ଥିବା ବିଦ୍ୟାଳୟ ଗୁଡିକର ପ୍ରଧାନଶିକ୍ଷକ ଏବଂ ଅଞ୍ଚଳର ବୁଦ୍ଧିଜୀବୀ ଗଣ ମଞ୍ଚାସୀନ ଥିଲେ l
ବିଦ୍ୟାଳୟର ଛାତ୍ରଛାତ୍ରୀ , ଅଭିଭାବକ ଏବଂ ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତି ରେ ସର୍ବ ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ମଞ୍ଚ ଉପରେ ବିରାଜମାନ ଠାକୁରଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରାଯିବା ପରେ ପି ଏମ ଶ୍ରୀ ଉତ୍ସବ ୨୦୨୫ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ଜ୍ଞାନ କୌଶଳ ମାଧ୍ୟମରେ ଜିଜ୍ଞାସା ମେଳା , ପି ଏମ ଶ୍ରୀ ବ୍ୟାଙ୍କ , ଆକାଂକ୍ଷୀ ଛାତ୍ର ପରିଷଦ , ଦୋକାନ ମେଳା ରେ ବିଭିନ୍ନ ଷ୍ଟଲ ଜରିଆରେ ଉପସ୍ଥାପନ କରାଯାଇଥିଲା l ଭଲ ପଦର୍ଶନ ଓ ଉପସ୍ଥାପନା ଦେଇଥିବା ଛାତ୍ରଛାତ୍ରୀ ଙ୍କୁ ପ୍ରଥମ, ଦ୍ୱତୀୟ ଓ ତୃତୀୟ ସ୍ତରରେ ପୁରସ୍କୃତ କରାଯାଇଥିଲା l ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ ଓ ମନରଞ୍ଜନ କାର୍ଯ୍ୟକ୍ରମ ହୋଇଥିଲା l
ଏଇ କାର୍ଯ୍ୟକ୍ରମ ,ରାଜ୍ୟ ସରକାରଙ୍କ ଭିଜନ ୨୦୩୬ ଏକ ପଦକ୍ଷେପ,ଯାହା ବିକଶିତ ଓଡିଶାର ଲକ୍ଷ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ନାୟକ କହିଛନ୍ତି। ଆଜିର ଏ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବିଜ୍ଞାନ ବିଭାଗ ଇଂରାଜୀ ଅଧ୍ୟାପକ ଅଞ୍ଜିତ କୁମାର ପରିଛା ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଧ୍ୟାପକ ଓ ସମସ୍ତ କର୍ମଚାରୀ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l
