ପାରମ୍ପରିକ ଲୋକକଳାକାର ମହାସଂଘ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଗୋଷ୍ଠ ଉର୍ନ୍ନୟନ ଅଧିକାରୀଙ୍କୁ ନିଜର ଦୁଃଖ ଜଣାଇଲେ କଳାକାର…
କନ୍ଧମାଳ :-26/11/025/ (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ପାରମ୍ପରିକ ଲୋକକଳାକାର ମହାସଂଘ କନ୍ଧମାଳ ର ସଭାପତି ଶ୍ରୀ ଯୁକ୍ତ କ୍ରିଷ୍ଣା ଚନ୍ଦ୍ର ଦିଗାଲଙ୍କ ନେତୃତ୍ୱରେ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିଷ୍ଣୁ ଗୋବିନ୍ଦ, ଅତିରିକ୍ତ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସୁନୀଲ କୁମାର ମଲିକ ଏବଂ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଣୀ ଏଲିଶା ବିଷୋୟୀ ଙ୍କୁ କଳାକାର ମହାସଂଘ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଅଞ୍ଚଳ ର ବିକାଶ ଓ କଳାକାର ସଂଘ ର ଉର୍ନ୍ନତି ମୂଳକ ଉପରେ ଦାବୀ ପତ୍ର ପ୍ରଦାନ କରାଯାଇଛି l ପାରମ୍ପରିକ ଲୋକ କଳାକାର ମହାସଂଘ କନ୍ଧମାଳ, ଟିକାବାଲି ତରଫରୁ ବ୍ଲକ ଅଧିକାରୀଙ୍କୁ ଉତ୍ତରୀୟ ଅର୍ପଣ କରି ହୁଳହୁଳି ର ପ୍ରକମ୍ପିତ ଧ୍ଵନି ରେ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା l ଏହିପରି କଳାକାର ଙ୍କର ଦାବୀ ତିନିମାସ ଧରି ବନ୍ଦ ହୋଇରହିଥିବା କଳାକାର ଭତା ପ୍ରଦାନ କରିବା, ସରକାର ଜନ କଲ୍ୟାଣ ମୂଳକ ଯୋଜନାକୁ ସଫଳ ରୂପାୟନ ପାଇଁ ପ୍ରଚାର ପ୍ରସାର କରୁଥିବା କଳାକାର ଙ୍କ ପାଇଁ ତାଲିମ୍ ଗୃହ,ଏବଂ ଦୁଇବର୍ଷ ପୂର୍ବରୁ ଭତା ପାଇଁ ଆବେଦନ କରିଥିବା କଳାକାର ଙ୍କ ଅଡିସନ କରିବା, ଇତ୍ୟାଦି ଦାବି ଫଳପ୍ରଦ ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛି l ଆଜିର କାର୍ଯ୍ୟକ୍ରମ ରେ ଅଧିଶ୍ୱର ମଳିକ, ଗନ୍ଧର୍ବ କହଁର, କତଳା ପ୍ରଧାନ,କୁନା ଦିଗାଲ, ହେମନ୍ତ ମୁଖୀ,ବାନାମ୍ବର ମୁଖୀ, ଅପସରି ଦିଗାଲ ଏହିପରି ପ୍ରାୟ ଶହେରୁ ଉର୍ଦ୍ଧ କଳାକାର ଜନ ସମାଗମ ରେ ଦାବୀ ଜଣାଇଥିବା ଦେଖିବାକୁ ମିଳିଛି l
