ପବିତ୍ର ବିଶ୍ଵକର୍ମା ପୂଜା ଅବସରରେ ନିଷ୍ଠା ପରିବାର ତରଫ ରୁ ଗୋଟିଏ ଦିନ ରେ ଦୁଇଟି ରକ୍ତ ଦାନ ଶିବିର

ପବିତ୍ର ବିଶ୍ଵକର୍ମା ପୂଜା ଅବସରରେ ନିଷ୍ଠା ପରିବାର ତରଫ ରୁ ଗୋଟିଏ ଦିନ ରେ ଦୁଇଟି ରକ୍ତ ଦାନ ଶିବିର
Spread the love

ପବିତ୍ର ବିଶ୍ଵକର୍ମା ପୂଜା ଅବସରରେ ନିଷ୍ଠା ପରିବାର ତରଫ ରୁ ଗୋଟିଏ ଦିନ ରେ ଦୁଇଟି ରକ୍ତ ଦାନ ଶିବିର #୮୩ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି। ବରଗଡ ୧୭,୯-(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ରରକ୍ତାଭାବ କୁ କିଛି କାଂଶ ରେ ଦୂର କରିବା ପାଇଁ ପବିତ୍ର ବିଶ୍ଵକର୍ମା ପୂଜା ଅବସରରେ ନିଷ୍ଠା ପରିବାର ତରଫ ରୁ ଗୋଟିଏ ଦିନ ରେ ଦୁଇଟି ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂଆଁଗଡ ସାହୁ ଇଟା ଭାଟି ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ଖଣ୍ଡହଥା ଗ୍ରାମ ପଞ୍ଚାୟତ ପୂର୍ବତନ ସରପଂଚ ବଟକୃଷ୍ଣ ସାହୁ ଓ ତାଙ୍କ ଧର୍ମ ପତ୍ନୀ ତପସ୍ଵିନୀ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ। ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ #୫୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସନ୍ଧ୍ୟା ସମୟରେ ଦ୍ଵିତୀୟ ରକ୍ତ ଦାନ ଶିବିର ଗାଇସିମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଶ୍ୱକର୍ମା ନଗର ଠାରେ ଅନୁଷ୍ଠିତ ହୋଇଥିଲା।

ଏହି ଶିବିରକୁ ଗାଇସୀମା ଗ୍ରାମ ପଞ୍ଚାୟତ ସରପଞ୍ଚ ଧିରେନ୍ ମହାପାତ୍ର,ଝସକେତନ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ସର୍ବମୋଟ #୩୨ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ଉଭୟ ଶିବିର ରୁ ସର୍ବମୋଟ #୮୩ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଉପରୋକ୍ତ ଶିବିର ମାନଙ୍କୁ ନିଷ୍ଠା ପରିବାର ର ଉପଦେଷ୍ଟା ଦୂର୍ବାଦଲ ଷଡଙ୍ଗୀ, ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ତ୍ରିପାଠୀ,କ୍ଷିରୋଦ୍ର ସାହୁ,ରକ୍ଷପାଲ ସାହୁ, ସଂପାଦକ ଲୋକନାଥ ସାହୁ,କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ,ଜୟନ୍ତ ପ୍ରଧାନ,ଚିତ୍ର ପ୍ରଧାନ, ହେମାଞ୍ଚାଲ ସାହୁ, ରାତ୍ର ପ୍ରଧାନ, ସଙ୍କେତ ଆଠଘରା, ମାନସ ମେହେର, ଶ୍ରୀବତ୍ସ ପଧାନ ଓ ଅନ୍ୟ ସଦସ୍ୟ ସଦସ୍ୟା ମାନେ ପରିଚାଳନା କରିଥଲେ। ସମସ୍ତ ଆୟୋଜକ ବନ୍ଧୁ ତଥା ଶୁଭେଛୁ,ସହଯୋଗୀ ଓ ରକ୍ତ ଦାତା ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।